Advertisment

ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ପାଇଁ ହ୍ୱିପ ଜାରି କଲା ବିଜେଡି

ମହିଳା ସଂରକ୍ଷଣ ବିଲ୍ ଉପରେ ଆଜି ରାଜ୍ୟସଭାରେ ହେବ ଆଲୋଚନା

ଅଦ୍ୟତନ ହୋଇଛି
Naveen patnaik

Naveen patnaik

Advertisment

ମହିଳା ସଂରକ୍ଷଣ ବିଲ୍ ଉପରେ ଆଜି ରାଜ୍ୟସଭାରେ ହେବ ଆଲୋଚନା। ତେବେ ବିଲ୍‌କୁ ସମର୍ଥନ କରିବା ପାଇଁ ବିଜେଡି ନିଜ ରାଜ୍ୟସଭା ସାଂସଦଙ୍କ ଉପରେ ହ୍ୱିପ୍ ଜାରି କରିଛି। ସମସ୍ତ ସାଂସଦ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜରିଆରେ କୁହାଯାଇଛି। ବିଜେଡି ନିଜ ରାଜ୍ୟସଭା ସଦସ୍ୟଙ୍କ ପାଇଁ ୩ ଲାଇନର ହ୍ୱିପ୍ ଜାରି କରିଛି।

Advertisment

ଗତକାଲି ଲମ୍ବା ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ଐତିହାସିକ ମହିଳା ସଂରକ୍ଷଣ ବିଲ୍। ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ଐତିହାସିକ ବିଲ୍ ସପକ୍ଷରେ ୪୫୪ ଭୋଟ୍ ମିଳିବା ପରେ ଏହାକୁ ଲୋକସଭାରେ ଅନୁମୋଦନ ମିଳିଛି। ଏହି ବିଲ୍ ଆଇନରେ ପରିଣତ ହେଲେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ।

ବହୁ ଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲ୍‌ କୁ ସଂସଦର ଚଳିତ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ଉପସ୍ଥାପନ କରିଥିଲେ ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ଏହି ବିଲ୍‌ ଉପରେ ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ବିତର୍କ ହେବା ପରେ ଲୋକସଭାରେ ପାରିତ ହୋଇଥିଲା। । ବିଲ୍ ସପକ୍ଷରେ ୪୫୪ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ମାତ୍ର ୨ଟି ଭୋଟ୍ ପଡ଼ିଥିଲା। ଏହି ବିଲ୍ ପାରିତ ହେବା ପରେ ଭାରତ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି।

Advertisment

ବିଲ୍‌କୁ ନେଇ ଆଲୋଚନା ବେଳେ ଏହା ରାଜନୈତିକ ମୁଦ୍ଦା ନୁହେଁ, ବରଂ ଦେଶର ମହିଳାଙ୍କ ପାଇଁ ସମ୍ମାନର ପ୍ରସଙ୍ଗ ବୋଲି କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

• LOK SABHA SESSION • WOMEN EMPOWERMENT Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe