Advertisment

'ବହିଷ୍କାର ପରେ ବାପା ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ'

ସମ୍ବିତ ଆହୁରି କହିଛନ୍ତି ଯେ ବହିଷ୍କାର ଆଦେଶ ପ୍ରତ୍ୟାହାର ନେଇ ସେ ଦୁଇ ବର୍ଷ ତଳେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କହିଥିଲେ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ଅନୁରୋଧ କରିଥିଲେ।

author-image
Manoj Swain

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ତାଙ୍କ ଉପରକୁ ବହିଷ୍କାର ଆଦେଶ ଉଠାଇ ଦେଇଛନ୍ତି। ୨୦୧୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମ। ଶ୍ରୀ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ  ବିଜେଡି ବିଧାୟକ ତଥା ତାଙ୍କ ପୁଅ ସମ୍ବିତ ରାଉତ କହିଛନ୍ତି, ବହିଷ୍କାର ଆଦେଶ ଉଠାଇଥିବା ଯୋଗୁ ପୁଅ ହିସାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଦେଉଛି। ସମ୍ବିତ ଆହୁରି କହିଛନ୍ତି ଯେ ବହିଷ୍କାର ଆଦେଶ ପ୍ରତ୍ୟାହାର ନେଇ ସେ ଦୁଇ ବର୍ଷ ତଳେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କହିଥିଲେ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ଅନୁରୋଧ କରିଥିଲେ।

Advertisment
Odisha BjD Naveen Patnaik Vk Pandian Damodar Rout