ଭାଙ୍ଗିକି ପଡ଼ିଛି ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି, ଲୋକାର୍ପଣ ଅପେକ୍ଷାରେ ଆଉ ଏକ ମୂର୍ତ୍ତି

୨୦୨୩ ମସିହାରେ ଜଳେଶ୍ୱର ବ୍ଲକ ଆରୁଆ ପଞ୍ଚାୟତ ସଦର ମହକୁମା ଶାଳିକୋଠା ଗାଁଠାରେ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ ଏହି ମୂର୍ତ୍ତି ପ୍ରତିଷ୍ଠା କରିଥିଲେ।

BJD PhotoOR

ବାମରୁ ବିଜୁ ପଟ୍ଟନାୟକଙ୍କ ଆଙ୍ଗୁଠି ଭାଙ୍ଗିଛି, ଅନ୍ୟ ସ୍ଥାନରେ ଲୋକାର୍ପଣ ଅପେକ୍ଷା ନୂଆ ପ୍ରତିମୂର୍ତ୍ତି

Manoranjan Sial
  • Published: Wednesday, 10 January 2024
  • Updated: 10 January 2024, 06:33 PM IST

Sports

Latest News

ନବ ଉତ୍କଳର ବିନ୍ଧାଣୀ, ପ୍ରବାଦପୁରୁଷ, ଭୂମିପୁତ୍ର, ଟଲ୍‌ମ୍ୟାନ୍‌ ଏମିତି କେତେ କ’ଣ ନାଁରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସମ୍ବୋଧିତ କରାଯାଉଛି। ତାଙ୍କ ନାଁରେ ଗଠନ କରାଯାଇଛି ବିଜୁ ଜନତା ଦଳ(ବିଜେଡି)। ତାଙ୍କ ପୁତ୍ର ନବୀନ ପଟ୍ଟନାୟକ ସେହି ଦଳର ମୁଖିଆ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି। ସେହି ମହାନ୍‌ ଜନନାୟକଙ୍କ ସ୍ମୃତିକୁ ମନେ ପକାଇବା ପାଇଁ ରାଜ୍ୟର କୋଣ ଅନୁକୋଣରେ ନିର୍ମାଣ କରାଯାଉଛି ପ୍ରତିମୂର୍ତ୍ତି। ହେଲେ ସେହି ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ କରାଯାଉନି। ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରାଯାଇଛି। ତାକୁ ମରାମତି କରାଯିବା ପରିବର୍ତ୍ତେ ପ୍ରଶଂସା ସାଉଁଣ୍ଟିବା ପାଇଁ ସଂସ୍କୃତି ମନ୍ତ୍ରୀ ନିଜ ଅଞ୍ଚଳରେ ବିଜୁ ପଟ୍ଟନାୟକଙ୍କର ନୂଆ ଏକ ପ୍ରତିମୂର୍ତ୍ତି ନିର୍ମାଣ କରି ଲୋକାର୍ପଣ କରିବାକୁ ଯାଉଛନ୍ତି। ଯାହାକୁ ନେଇ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରାଜନୀତି ସରଗରମ ହୋଇଛି।

୨୦୨୩ ମସିହାରେ ଜଳେଶ୍ୱର ବ୍ଲକ ଆରୁଆ ପଞ୍ଚାୟତ ସଦର ମହକୁମା ଶାଳିକୋଠା ଗାଁଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ ଏହି ମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ବିଜେଡି ନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ସେହି ମୂର୍ତ୍ତିକୁ ଲୋକାର୍ପଣ କରିଥିଲେ। ମୂର୍ତ୍ତି ପ୍ରତିଷ୍ଠାକୁ ବର୍ଷେ ପୂରିନି। ହେଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରାଯାଇଛି। କେହି ଦୁର୍ବୃତ୍ତ ବିଜୁ ବାବୁଙ୍କ ଡାହାଣ ହାତର ବିଶି ଆଙ୍ଗୁଠିକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ହେଲେ ଆଜି ପର୍ଯ୍ୟନ୍ତ ସେହି ଆଙ୍ଗୁଠିକୁ ମରାମତି କରାଯାଉନି। ସେହି ବିକୃତ ପ୍ରତମୂର୍ତ୍ତିରେ ପୁଷ୍ପମାଲ୍ୟ ପକାଇ ବିଜେଡି ନେତାମାନେ ପ୍ରବାଦ ପୁରୁଷଙ୍କ ଶ୍ରଦ୍ଧ ଦିବସ ପାଳିଥିବା ଦେଖିବାକୁ ମିଳିଛି। ତେବେ ଏଠି ପ୍ରଶ୍ନ ଉଠୁଛି ବିଜେଡିର ଇଏ କି ପ୍ରକାର ବିଜୁ ପ୍ରେମ?

Also Read

ଶାଳିକୋଠା ଗାଁଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ଣ୍ଣିକୁ ମରାମତି କରାଯାଉ ନାହିଁ। ସେପଟେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଜଳେଶ୍ୱର ଟାଉନ୍‌ର ବଡ଼ବଜାର ଛକରେ ବିଜୁ ପଟ୍ଟନାୟକଙ୍କର ଆଉ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଜାନୁଆରୀ ୧୧ ତାରିଖରେ ଏହି ପ୍ରତିମୂର୍ତ୍ତିକୁ ଉଦ୍‌ଘାଟନ କରିବେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶ୍ୱିନୀ କୁମାର ପାତ୍ର। ସେଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଉଛି। ଖାଲି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନୁହେଁ, ନୂଆବଜାର ଶିଶୁ ଉଦ୍ୟାନରେ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ପୂର୍ଣ୍ଣବଳୟ ପ୍ରତିମୂର୍ତ୍ତି ଲୋକାର୍ପଣ କରାଯିବ।

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ବିକୃତ କରାଯିବାକୁ ନେଇ ବିଜେପି ନେତା ଫାଲଗୁନୀ ପାଣିଗ୍ରାହୀ କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ଏକ ପ୍ରତିମୂର୍ତ୍ତିକୁ ଗତ ଏପ୍ରଲ୍‌ ମାସରୁ ତଳେ ରଖାଯାଇଛି। ତାହାର ଆଙ୍ଗୁଠି ଭାଙ୍ଗି ଦିଆଯାଇଛି। ସେହି ପ୍ରତିମୂର୍ତ୍ତିକୁ ଆଜି ପର୍ଯ୍ୟନ୍ତ ପୁନଃ ସ୍ଥାପନ କରାଯାଇ ନାହିଁ। ସେ ପାଖରେ ଆଉ ଗୋଟିଏ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ଲୋକାର୍ପଣ କରାଯାଉଛି। ସଂସ୍କୃତି ମନ୍ତ୍ରୀଙ୍କ ଅଞ୍ଚଳରେ ବୀର ପୁରୁଷଙ୍କୁ ଏପରି ଅସମ୍ମାନିତ କରାଯିବାକୁ ଆମେ ବିରୋଧ କରୁଛୁ। ଆମେ ସଂସ୍କୃତି ମନ୍ତ୍ରୀଙ୍କୁ ଚେତେଇ ଦେବାକୁ ଚାହୁଁଛୁ ଯେ ବିକୃତ କରାଯାଇଥିବା ପ୍ରତିମୂର୍ତ୍ତି ମରାମତି କରି ଓ ନୂତନ ଭାବେ ନିର୍ମାଣ ହୋଇଥିବା ପ୍ରତିମୂର୍ତ୍ତିକୁ ଏକାସାଙ୍ଗରେ ଲୋକାର୍ପଣ କରାଯାଉ। ତାହା ନହେଲେ ଆସନ୍ତାକାଲିର ଉଦ୍‌ଘାଟନ କାର୍ଯ୍ୟକୁ ବିଜେପି ବିରୋଧ କରିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ସେପଟେ ଜଳେଶ୍ୱର ବ୍ଲକ୍‌ ଅଧ୍ୟକ୍ଷ ମାନସ ଜେନା କହିଛନ୍ତି, ଓଡ଼ିଶା ସରକାରଙ୍କ ଅର୍ଥରେ ବଡ଼ ବଜାରରେ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ତେବେ ଅନ୍ୟ ମୂର୍ତ୍ତିଟି ସରକାରୀ ଭାବେ ତିଆରି ହୋଇନାହିଁ। ବ୍ୟକ୍ତିଗତ ଉଦ୍ୟମରେ କିଏ କଣ କରୁଥିବ, ତା’ ସମସ୍ୟା କ’ଣ ଥିବ, ସେ ସମ୍ପର୍କରେ ସରକାରୀ ଭାବେ କିଛି ରିପୋର୍ଟ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story