Advertisment

ବିଜୁ ଶ୍ରାଦ୍ଧ ଜୟନ୍ତୀ: ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡି କରିବ ରକ୍ତଦାନ ଶିବିର ଓ ଶପଥ ପାଠ

ଆସନ୍ତା ଏପ୍ରିଲ ୧୭ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଜେଡି ପକ୍ଷରୁ ସବୁ ନିର୍ବାଚନମଣ୍ଡଳୀରେ ‘ସମୂହ ରକ୍ତଦାନ ଶିବିର’ ଆୟୋଜନ ହେବ ।

BJD

BJD

Advertisment

ଆସନ୍ତା ଏପ୍ରିଲ ୧୭ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଜେଡି ପକ୍ଷରୁ ସବୁ ନିର୍ବାଚନମଣ୍ଡଳୀରେ ‘ସମୂହ ରକ୍ତଦାନ ଶିବିର’ ଆୟୋଜନ ହେବ । ଏହାସହିତ ସକାଳେ ତିଳତର୍ପଣ, ପ୍ରଭାତଫେରୀ, ସମୂହ ସଫେଇ ଅଭିଯାନ, ସ୍ମୃତିସଭା  ସହ ସନ୍ଧ୍ୟାରେ ସମୂହ ଦୀପଦାନ ଏବଂ ଶପଥ ପାଠ  ନିମନ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଆଜି ବିଜେଡିର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ନଗର ଓ ବ୍ଲକ ସଭାପତିମାନଙ୍କୁ ଚିଠି ଲେଖି ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜୁବାବୁଙ୍କ ଶ୍ରାଦ୍ଧ ଦିବସକୁ ରାଜ୍ୟସ୍ତରରେ ଓ ପ୍ରତ୍ୟେକ ନିର୍ବାଚନମଣ୍ଡଳୀସ୍ତରରେ ପାଳନ କରାଯିବାକୁ ସ୍ଥିର ହୋଇଛି । ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସମୂହ ରକ୍ତଦାନ ଶିବିର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆୟୋଜିତ ହେବ।

 ବହୁ ସଂଖ୍ୟାରେ ଏହି ରକ୍ତଦାନ ଶିବିରରେ ଉପସ୍ଥିତ ରହି ବିଜେଡି ସଦସ୍ୟ ତଥା ଆଗ୍ରହୀ ଜନସାଧାରଣ ସମୂହ ରକ୍ତଦାନ କରି ସମଗ୍ର ମାନବ ସମାଜର କଲ୍ୟାଣ ପ୍ରତି ରହିଥିବା ନୈତିକ ଉତ୍ତରଦାୟିତ୍ୱ ପ୍ରଦର୍ଶନ କରିବେ । ଏହି ଦିବସରେ ବିଜେଡିର ପ୍ରତ୍ୟେକ ସଦସ୍ୟ ବିଜୁବାବୁଙ୍କ ଅଭିଳଷିତ ଓଡ଼ିଶା ଗଠନ ନିମନ୍ତେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବା ପାଇଁ ନିଜକୁ ପୁନଃ ଉତ୍ସର୍ଗ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Advertisment

ବିଜୁ ଶ୍ରାଦ୍ଧ ଦିବସରେ ଦଳ ପକ୍ଷରୁ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସକାଳ ସାଢ଼େ ୬ଟାରେ ତିଳତର୍ପଣ, ସକାଳ ୭ଟାରେ ପ୍ରଭାତଫେରୀ,ସମୂହ ସଫେଇ ଅଭିଯାନ, ସକାଳ ସାଢ଼େ ୮ଟାରେ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ସ୍ମୃତିସଭା, ସମୂହ ରକ୍ତଦାନ ଶିବିର ଆୟୋଜନ, ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ନିର୍ବାଚନମଣ୍ଡଳୀସ୍ତରରେ ସମ୍ବର୍ଦ୍ଧନା ଦିଆଯିବ । ଅପରାହ୍ନ ୫ଟାରେ ସମୂହ ଦୀପଦାନ ଓ ଶପଥପାଠ ଉତ୍ସବ ହେବ । ଦଳର ପ୍ରତ୍ୟେକ ସଦସ୍ୟମାନେ ବିଜୁବାବୁଙ୍କ ବିଚାରଧାରା, ତ୍ୟାଗ, ସେବା, ସଂଗ୍ରାମ ଓ ସ୍ୱାଭିମାନରେ ବ୍ରତୀ ହୋଇ ଏକ ସମୃଦ୍ଧ, ସଶକ୍ତ, ସ୍ୱାଭିମାନୀ ନୂତନ ଓଡ଼ିଶା ଗଢ଼ିବା ପାଇଁ ଶପଥ ନେବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

Biju Pattanaik Bjd Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe