Advertisment

ରାଜ୍ୟ କାମଚଳା ବଜେଟ୍ ଉପସ୍ଥାପିତ

ନିର୍ବାଚନ ପୂର୍ବରୁ କାମଚଳା ବଜେଟ ଉପସ୍ଥାପନ

ଅଦ୍ୟତନ ହୋଇଛି
BK Aruk

BK Aruk

Advertisment

ବିଧାନସଭାରେ ଆଜି ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ନିର୍ବାଚନ ପୂର୍ବରୁ ସେ ଉପସ୍ଥାପନ କରିଛନ୍ତି କାମଚଳା ବଜେଟ। ସେ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କ'ଣ ସବୁ କହିଛନ୍ତି ସଂକ୍ଷେପରେ ପଢନ୍ତୁ।  

Advertisment
  • ରାଜ୍ୟର ଅଭିବୃଦ୍ଧି ହାର ୭.୨୫% ରହିଛି, ଜାତୀୟ ହାରଠାରୁ ୧% ଅଧିକ ରହିଛି
  • ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫% ଆକଳନ
  • ଧାନ ମୂଲ୍ୟ ସଠିକ ସମୟରେ ପ୍ରଦାନ ପାଇଁ ୨ହଜାର କୋଟିର ରିଭଲ୍‌ଭିଂ ଫଣ୍ଡ ବ୍ୟବସ୍ଥା
  • ଆଗାମୀ ୫ ବର୍ଷରେ ୧୮୫୮ ସ୍ୱାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ହେବ
  • ସ୍ୱାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ପାଇଁ ୫ ବର୍ଷରେ ୩୩୮୯ କୋଟି ବ୍ୟୟ କରାଯିବ
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟିର ବ୍ୟୟବରାଦ
  • ଆମ ଓଡ଼ିଶା ନବୀନ ଓଡ଼ିଶାରେ ୪ ହଜାର କୋଟିରୁ ଅଧିକ ବ୍ୟୟ ଯୋଜନା
  • ଓଡ଼ିଶା ଏବେ ୧ ଶହ ବିଲିୟନ ଡଲାରରୁ ଅଧିକ ଅର୍ଥନୀତିରେ ପରିଣତ
  • କୃଷି ପାଇଁ ବଜେଟରେ ୨୮ ହଜାର ୯୪୪ କୋଟିର ବ୍ୟୟବରାଦ
  • ୫୩ ଲକ୍ଷ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଭତ୍ତା ପାଇଁ ୩୯୮୦ କୋଟି
  • ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୯ କୋଟିର ବ୍ୟୟବରାଦ
  • ୨୦୨୪-୨୫ ଆର୍ଥିକ ବର୍ଷରେ ମେଟ୍ରୋ ପାଇଁ ୧ ହଜାର କୋଟି
  • ରାଜ୍ୟର ଅନ୍ୟ ରେଳ ପ୍ରକଳ୍ପ ପାଇଁ ୭ଶହ କୋଟିର ବ୍ୟବସ୍ଥା
  • ସଡ଼କ, ସେତୁ, ଏୟାରପୋର୍ଟ, ରେଲୱେ ବିକାଶ ପାଇଁ ୨୧ ହଜାର କୋଟି
  • ଲକ୍ଷ୍ମୀ ଯୋଜନାରେ ମୋଟ ୧୭୪୫ଟି ବସ୍‌ ଚଳାଚଳ କରିବାକୁ ଲକ୍ଷ୍ୟ
  • ଲକ୍ଷ୍ମୀ ଯୋଜନାରେ ଆଉ ୧୧୯୧ କୋଟି ଟଙ୍କାର ବ୍ୟୟବରାଦ
  • ୨୦୨୩-୨୪ରେ ରାଜସ୍ବ ବଳକା ପରିମାଣ ୨୨ ହଜାର ୪୧୧ କୋଟି ଆକଳନ
  • ମୋଟ ରାଜସ୍ବ ଆୟ ୧ ଲକ୍ଷ ୮୫ ହଜାର ୫ଶହ ଟଙ୍କା ଆକଳନ
  • ମୋଟ ରାଜସ୍ବ ବ୍ୟୟ ୧ ଲକ୍ଷ ୬୩ ହଜାର ୮୯ କୋଟି ଆକଳନ
  • ସଂଶୋଧିତ ଆକଳନ ଅନୁସାରେ ୨୨, ୪୧୧ କୋଟି ରାଜସ୍ୱ ବଳକା
  • ବିତ୍ତୀୟ ନିଅଣ୍ଟ ୨୪ ହଜାର ୯୮୨ କୋଟି ରହିବା ଆକଳନ
  • ବେତନ, ପେନସନ୍‌, ସୁଧ ବାବଦ ପ୍ରଶାସନିକ ଖର୍ଚ୍ଚ ୧ ଲକ୍ଷ ୩ ହଜାର ୫ ଶହ କୋଟି
  • ମୋଟ କାର୍ଯ୍ୟକ୍ରମ ବ୍ୟୟବରାଦ ୧ ଲକ୍ଷ ୪୦ ହଜାର କୋଟି
State Budget
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe