Advertisment

ଗୋପାଳପୁରରୁ BJD ପ୍ରାର୍ଥୀ ହେବେ ବିକ୍ରମ ପଣ୍ଡା!

ବିକ୍ରମ କୁମାର ପଣ୍ଡା ବର୍ତ୍ତମାନ ବ୍ରହ୍ମପୁର ନିର୍ବାଚନମଣ୍ଡଳୀରୁ ବିଜେଡି ବିଧାୟକ ଅଛନ୍ତି। ସେ ଗୋପାଳପୁରରୁ ପ୍ରାର୍ଥୀ ହେଲେ ବ୍ରହ୍ମପୁର ନିର୍ବାଚନମଣ୍ଡଳୀରୁ କିଏ ପ୍ରତିଦ୍ୱନ୍ଦ୍ୱୀତା କରିବେ?

ଅଦ୍ୟତନ ହୋଇଛି
BJD

BJD

Advertisment

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ତାଙ୍କ ସ୍ଥାନରେ ୨୦୨୪ ସାଧାରଣ ନିର୍ବାଚନରେ ଗୋପାଳପୁର ନିର୍ବାଚନମଣ୍ଡଳୀରୁ ବିଜେଡିରୁ କିଏ ପ୍ରାର୍ଥୀ ହେବେ? ଏହାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଥିବା ବେଳେ ଗଞ୍ଜାମ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆଜି ଦେଇଛନ୍ତି ଚଞ୍ଚଲ୍ୟକର ବୟାନ୍‌।

Advertisment

ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଶ୍ରୀ ଚ୍ୟାଉ ପଟ୍ଟନାୟକ କହିଛନ୍ତି, ଗୋପାଳପୁର ନିର୍ବାଚନମଣ୍ଡଳୀରୁ ଏଥିର ବିକ୍ରମ କୁମାର ପଣ୍ଡା ବିଜେଡି ପ୍ରାର୍ଥୀ ହୋଇପାରନ୍ତି। ତାଙ୍କୁ ବର୍ତ୍ତମାନ ସେଠାକାର ସଙ୍ଗଠନ ସମ୍ଭାଳିବା ପାଇଁ ଦାୟିତ୍ୱ ଦିଆଯାଇଛି। ସେହି ଅଞ୍ଚଳର ଉନ୍ନୟନ କାମ କରିବା ପାଇଁ ତାଙ୍କୁ କୁହଯାଇଛି। ସେ ବର୍ତ୍ତମାନ ସେହି କାମରେ ଲାଗି ପଡ଼ିଛନ୍ତି। ତେଣୁ ଆଶା କରାଯାଉଛି, ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରନ୍ତି ବୋଲି ଶ୍ରୀ ଚ୍ୟାଉ ପଟ୍ଟନାୟକ କହିଛନ୍ତି।

ବିକ୍ରମ କୁମାର ପଣ୍ଡା ବର୍ତ୍ତମାନ ବ୍ରହ୍ମପୁର ନିର୍ବାଚନମଣ୍ଡଳୀରୁ ବିଜେଡି ବିଧାୟକ ଅଛନ୍ତି। ସେ ଗୋପାଳପୁରରୁ ପ୍ରାର୍ଥୀ ହେଲେ ବ୍ରହ୍ମପୁର ନିର୍ବାଚନମଣ୍ଡଳୀରୁ କିଏ ପ୍ରତିଦ୍ୱନ୍ଦ୍ୱୀତା କରିବେ? ତାକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ସେ ନେଇ ଶ୍ରୀ ଚ୍ୟାଉ ପଟ୍ଟନାୟକ କିଛି କହିନାହାନ୍ତି। ସେ କହିଛନ୍ତି, ବ୍ରହ୍ମପୁର ପାଇଁ କିଏ ପ୍ରାର୍ଥୀ ହେବେ, ସେନେଇ କୌଣସି ନିଷ୍ପତ୍ତି ହୋଇନି।

Advertisment

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦିନେ ବିଜେଡିର ଜଣେ ଟାଣୁଆ ନେତା ଥିଲେ। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖ ଲୋକଙ୍କ ଭିତରେ ଜଣାଶୁଣା ଥିଲେ। କୁହାଯାଉଥିଲା ୨୦୧୯ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ଟିକେଟ୍‌ ବଣ୍ଟାରେ ସେ ପ୍ରମୁଖ ଭୂମିକା ନେଇଥିବା ଚର୍ଚ୍ଚା ହେଉଛି। ସେ କୁଆଡ଼େ ବିକ୍ରମ ପଣ୍ଡାଙ୍କୁ ବିଜେଡିକୁ ଆଣି ଜିଲ୍ଲାରେ ଥିବା କଂଗ୍ରେସ ଗଡ଼କୁ ଭାଙ୍ଗି ଥିଲେ। ଯାହାକୁ ସିଏ ଦିନେ ବିଜେଡିକୁ ଆଣିଥିଲେ, ସିଏ ଆଜି ଏବେ ତାଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ଯାଉଛନ୍ତି।

ତେବେ ଏନେଇ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

BjD Ganjam Ganjam Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe