Advertisment

ଏଇମାନଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଯାଇଛି ଫୋନ୍‌ କଲ୍‌

ବିଧାୟକ ବିକ୍ରମ ଆରୁଖ, ଶାରଦା ନାୟକ ଓ ସୁଦାମ ମାରାଣ୍ଡିଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରୁ ଫୋନ୍‌ କଲ୍‌ ଯାଇଛି। ସେମାନେ ଆସନ୍ତାକାଲି ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି।

author-image
Manoranjan Sial
Loka Seva Bhavan

Loka Seva Bhavan

ଆସନ୍ତାକାଲି ଶପଥ ନେବେ ୩ ନୂଆ ମନ୍ତ୍ରୀ। ସକାଳ ୯ଟା ୫୦ ମିନିଟ୍‌ରେ ଲୋକସେବା ଭବନର କନଭେସନ୍‌ ହଲରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ। ତେବେ କିଏ ସେହି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବରିଷ୍ଠ ବିଧାୟକ ବିକ୍ରମ ଆରୁଖ, ଶାରଦା ନାୟକ ଓ ସୁଦାମ ମାରାଣ୍ଡିଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରୁ ଫୋନ୍‌ କଲ୍‌ ଯାଇଛି। ସେମାନେ ଆସନ୍ତାକାଲି ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି।

Advertisment

ବିକ୍ରମ ଆରୁଖ

ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ହେଉଛନ୍ତି ବିକ୍ରମ ଆରୁଖ। ଲଗାତାର ୬ ଥର ଭଞ୍ଜନଗରରୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଗଡ଼ରେ ୧୯୯୫ ମସିହାରେ ବିଧାୟକ ଭାବେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯ ଏପରି ୬ ଥର ବିଧାୟକ ହୋଇଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସମେତ ବିଜେଡି ସରକାରରେ ଏକାଧିକ ଦାୟିତ୍ୱ ତାଙ୍କ ପାଖରେ ଥିଲା। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ସଂଗଠନ ଦାୟିତ୍ୱରେ ମଧ୍ୟ ଥିଲେ ଆରୁଖ। ଚର୍ଚ୍ଚା ହେଉଛି ତାଙ୍କୁ ପୁଣି ଥରେ ମନ୍ତ୍ରୀ ମଣ୍ଡଳକୁ ଅଣାଯାଇପାରେ। ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଗଞ୍ଜାମ ଜିଲ୍ଲାରେ ବିଜେଡିର ସଂଗଠନ ଦୁର୍ବଳ ହୋଇଥିବା ଚର୍ଚ୍ଚା ହେଉଛିା ଏହାକୁ ସମ୍ଭାଳିବାକୁ ଗୁରୁ ଦାୟିତ୍ୱ ତାଙ୍କୁ ମିଳିପାରେ।

ସାରଦା ପ୍ରସାଦ ନାୟକ

ସେହିପରି ସାରଦା ପ୍ରସାଦ ନାୟକ ହେଉଛନ୍ତି ପଶ୍ଚିମ ଓଡ଼ିଶାରେ ଏକ ଜଣାଶୁଣା ଚେହେରା। ଏବେ ସେ ରାଉରକେଲାରୁ ବିଧାୟକ ଅଛନ୍ତି। ୬୪ ବର୍ଷୀୟ ସାରଦା ୨୦୦୪ ମସିହାରେ ବିଜେଡି ଟିକେଟରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୯ ଓ ୨୦୧୯ ମସିହାରେ ରାଉରକେଲାରୁ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ। ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ସାରଦା ନାୟକ। ସେ ପୂର୍ବରୁ ନଗର ଉନ୍ନୟନ ଓ ଯୋଗାଣ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ଆଜି ପୁଣିଥରେ ତାଙ୍କ ପାଖକୁ ଫୋନ୍ କଲ ଯାଇଛି। ସେ ଆସନ୍ତାକାଲି ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

Advertisment

ସୁଦାମ ମାରାଣ୍ଡି

ମୟୂରଭଂଜ ଜିଲ୍ଲାର ବିଜେଡି ସଭାପତି ଅଛନ୍ତି ସୁଦାମ ମାରାଣ୍ଡି। ସେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୨ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ପୂର୍ବରୁ ରାଜସ୍ୱ ଓ ପ୍ରଶମନ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳି ଥିଲେ ସୁଦାମ ମାରାଣ୍ଡି। ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ଟିକେଟରୁ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ବିଜେଡି ଟିକେଟରୁ ଲଢି ବିଧାନସଭାକୁ ଯାଇଛନ୍ତି। ଆନ୍ତାକାଲି ମନ୍ତ୍ରିମଣ୍ଡଳ ପୁନର୍ଗଠନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ତାଙ୍କ ପାଖକୁ କଲ ଯାଇଛି।

BjD Naveen Patnaik Bjd Leader