Advertisment

ବିଜେପିକୁ ଫେରିଲେ ବିମ୍ବାଧର, କହିଲେ- ଗତ ନିର୍ବାଚନରେ ପ୍ରାର୍ଥୀ ପିଛା ବିଜେଡି ବାଣ୍ଟିଥିଲା ୧୦ରୁ ୧୮ କୋଟି

‘ସାରା ଭାରତ ବର୍ଷରେ କୌଣସି ଦଳ ପାଖରେ ଏତିକି ଫଣ୍ଡ୍ ନଥିବ ଯେତିକି ବିଜେଡି କେବଳ କେନ୍ଦୁଝର ଜିଲ୍ଲାରୁ ସଂଗ୍ରହ କରେ।’

author-image
Jitendra Garnayak
Bimbadhar Kunar

Bimbadhar Kunar

ବିଜେଡି ଛାଡ଼ି ବିଜେପିକୁ ଫେରିଛନ୍ତି ପୂର୍ବତନ ଭଟଲୀ ବିଧାୟକ ତଥା ମନ୍ତ୍ରୀ ବିମ୍ବାଧର କୁଅଁର। ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟମାନଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ବିଜେପିକୁ ଫେରିବା ପରେ ସେ ବିଜେଡିର ଅନେକ ଗୁମର ଖୋଲିଛନ୍ତି।

Advertisment

ବିମ୍ବାଧର କୁଅଁର କହିଛନ୍ତି, ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ଗୋଟିଏ ନିର୍ବାଚନରେ ବିଜେଡି କେନ୍ଦୁଝର ଜିଲ୍ଲାରୁ କେତେ ଅର୍ଥ ସଂଗ୍ରହ କରେ। ତେବେ ଏଠାରେ ମୁଁ ସେ କଥା କହିବି ନାହିଁ। ସାରା ଭାରତ ବର୍ଷରେ କୌଣସି ଦଳ ପାଖରେ ଏତିକି ଫଣ୍ଡ୍ ନଥିବ ଯେତିକି ବିଜେଡି କେବଳ କେନ୍ଦୁଝର ଜିଲ୍ଲାରୁ ସଂଗ୍ରହ କରେ। ମୁଁ ନିଜେ ଅନେକ କଥା ଡିଲ୍ କରିଛି। ଗତ ନିର୍ବାଚନରେ ଜଣେ ଜଣେ ବିଧାୟକ ପ୍ରାର୍ଥୀଙ୍କୁ ବିଜେଡି ତରଫରୁ ୧୭ରୁ ୧୮ କୋଟି ଟଙ୍କା ଦିଆଯାଇଥିଲା। ପ୍ରାର୍ଥୀମାନଙ୍କୁ ସର୍ବନିମ୍ନ ୧୦ କୋଟି ଓ ସର୍ବାଧିକ ୧୭/୧୮ କୋଟି ଟଙ୍କା ଦିଆଯାଇଛି। ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଏହି ହିସାବରେ ଟଙ୍କା ଦିଆଯାଇଛି। ତା’ଠାରୁ ଅଧିକ ଦିଆଯାଇଛି କି ନାହିଁ, ସେ ନେଇ ମୋ ପାଖରେ ସୂଚନା ନାହିଁ। ମୁଁ ନିଜେ ଏଥିରେ ସଂପୃକ୍ତ ରହିଥିଲି। କେହି ଏହାକୁ ମନା କରିପାରିବେନି।

ସେ ଆହୁରି କହିଛନ୍ତି, ଗତ ପଞ୍ଚାୟତ ନିର୍ବାଚନ ସମୟରେ ଗୋଟିଏ ଗୋଟିଏ ଜୋନ୍ (୪/୫ଟି ପଞ୍ଚାୟତ)ରେ ୨୦୦/୩୦୦ ଲୋକଙ୍କୁ ନେଇ ସମାବେଶ ଓ ଭୋଜିଭାତ କରିବା ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯାଉଥିଲା। ମୁଁ ନିଜ ହାତରେ ଟଙ୍କା ଦେଇଛି। କେଉଁଠୁ ଆସୁଛି ଏକେ ଟଙ୍କା? ଏଥିପାଇଁ ଲୋକ ନିଯୁକ୍ତ ହୋଇଛନ୍ତି। ଯେଉଁମାନେ ନିଯୁକ୍ତ ହୋଇଛନ୍ତି, ସେମାନଙ୍କ ନାଁ ବି ମୁଁ ଜାଣିଛି। କେନ୍ଦୁଝରର ଜଣେ ମନ୍ତ୍ରୀ ଅଛନ୍ତି, ଯାହାଙ୍କର ମାସକୁ ଆୟ କେବଳ ୧୦୦ କୋଟି ଟଙ୍କା। ପଇସାର ଖେଳରେ ଶାସନ କରୁଛି ବିଜେଡି। ବିଜେଡି ସମଗ୍ର କେନ୍ଦୁଝରର ସମ୍ପତ୍ତିକୁ ଲୁଟ୍‌ କରି ରାଜ୍ୟରେ ଶାସନ କରୁଛି। ଏମିତି ଚାଲିଲେ ଆଉ ୩୦ ବର୍ଷ ବେଳକୁ ଖଣି ଶେଷ ହୋଇଯିବ। ସମୟ ଆସିଛି ଏହାକୁ ବଦଳାଇବାକୁ।

Advertisment

ବିମ୍ବାଧର କୁଅଁର ବରଗଡ଼ ଜିଲ୍ଲାର ଭଟଲୀ ଆସନରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୭୭ ମସିହାରେ ସେ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିବା ବେଳେ ୨୦୦୦ ଓ ୨୦୦୪ରେ ବିଜେପି ଟିକେଟରେ ଜିତିଥିଲେ। ସେ ବିଜେପିର ରାଜ୍ୟ ସଭାପତି ମଧ୍ୟ ରହିଥିଲେ। 

Bjp 2024 General Election Odisha Assembly Election 2024