Advertisment

ଦିଗପହଣ୍ଡି ଜିଲ୍ଲାପରିଷଦ ସଦସ୍ୟ ବିପିନ ପ୍ରଧାନ ବିଜେଡିରୁ ବହିଷ୍କୃତ

ଦୁଇ ମାସ ପୂର୍ବରୁ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କର ମୃତ୍ୟୁ ଘଟିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Bipin Chandra

Bipin Chandra

ଦିଗପହଣ୍ଡି ଜିଲ୍ଲାପରିଷଦ ସଦସ୍ୟ ବିପିନ ପ୍ରଧାନଙ୍କୁ ବିଜେଡି ଦଳରୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ କାମ ପାଇଁ ବିପିନଙ୍କୁ ଦଳରୁ ବାହାର କରିଦିଆଯାଇଥିବା ପ୍ରେସ ରିଲିଜ୍ ମାଧ୍ୟମରେ ସୂଚନା ଦେଇଛନ୍ତି ରାଜ୍ୟ ସମ୍ପାଦକ ମାନସ ମଙ୍ଗରାଜ।

Advertisment

ଗତକାଲି ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗଂଜାମ ଜିଲ୍ଲା ଦିଗପହଣ୍ଡି ରେ ଉତ୍ତେଜନା ଦେଖାଦେଇଥିଲା। ବିନା କୌଣସି ପୂର୍ବ ସୂଚନାରେ ନିର୍ବାଚନ ସ୍ଥଗିତ କରି ଦିଆଯାଇଥିଲା। ଏହାକୁ ନେଇ ବିଜେଡିର ଗୋଟିଏ ଗୋଷ୍ଠୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଓ ଆର ଗୋଷ୍ଠୀ ବିପିନ ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଭୋଟ ବାତିଲ କରାଯିବାକୁ ନେଇ ବିପିନଙ୍କ ସମର୍ଥକ ମାନେ ରାସ୍ତା ରୋକ କରିବା ସହ ହୋହାଲ୍ଲା କରିଥିଲେ। ଏହାସହ ବିପିନଙ୍କ ସମର୍ଥକମାନେ ବ୍ଲକ ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ବିପିନି କ’ଣ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

Advertisment

ଦୁଇ ମାସ ପୂର୍ବରୁ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ପରେ ବ୍ଲକ ଅଧ୍ୟକ୍ଷ ପଦ ଖାଲିପଡ଼ିଥିଲା। ଗତକାଲି ଏନେଇ ନିର୍ବାଚନ ହେବାର ଥିଲା। ହେଲେ ନିର୍ବାଚନ କମିଶନ ଗତକାଲି ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିଥିଲେ।

BjD Ganjam