Advertisment

ପିପିଲି ପାଇଁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇବା ପରେ ଆଜି କଂଗ୍ରେସ ନିଜର ନୂଆ ପ୍ରାର୍ଥୀ ଭାବେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ମନୋନୀତ କରିଛି। ସେ ଆସନ୍ତା ୨୬ ତାରିଖ ସକାଳେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଆଇସିସି ସାଧାରଣ ସମ୍ପାଦକ ମୁକୁଲ ୱାସନିକ ଆଜି ଶ୍ରୀ ମହାପାତ୍ରଙ୍କୁ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ କରାଯିବା ସମ୍ପର୍କରେ ଗଣମାଧ୍ୟମକୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ଦେଇଛନ୍ତି। […]

ଅଦ୍ୟତନ ହୋଇଛି
ପିପିଲି ପାଇଁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ କଂଗ୍ରେସ ପ୍ରାର୍ଥୀ

congress

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇବା ପରେ ଆଜି କଂଗ୍ରେସ ନିଜର ନୂଆ ପ୍ରାର୍ଥୀ ଭାବେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ମନୋନୀତ କରିଛି। ସେ ଆସନ୍ତା ୨୬ ତାରିଖ ସକାଳେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଆଇସିସି ସାଧାରଣ ସମ୍ପାଦକ ମୁକୁଲ ୱାସନିକ ଆଜି ଶ୍ରୀ ମହାପାତ୍ରଙ୍କୁ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ କରାଯିବା ସମ୍ପର୍କରେ ଗଣମାଧ୍ୟମକୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ଦେଇଛନ୍ତି।

Advertisment

ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ କଂଗ୍ରେସର ଏକ କମିଟି ଗଠନ ହୋଇ ଶ୍ରୀ ମହାପାତ୍ରଙ୍କ ନାଁ ଉପରେ ଚୂଡ଼ାନ୍ତ ମୋହର ମରା ଯାଇଥିଲା। ପିପିଲିର କିଛି ଆଗଧାଡ଼ିର କଂଗ୍ରେସ କର୍ମୀ ଏବେ ବିଜେଡି ସହ ଗୁପ୍ତ ବୁଝାମଣାରେ ଥିବାରୁ ସେମାନଙ୍କୁ ପ୍ରାର୍ଥୀ ନକରିବା ପାଇଁ ଏହି କମିଟି ନିଷ୍ପତ୍ତି ନେଇଥିଲା। କମିଟି ଗତକାଲି ରାତିରେ ଶ୍ରୀ ମହାପାତ୍ରଙ୍କ ନାଁ ଏଇଆସିସିକୁ ପଠାଇଥିଲା। ଶ୍ରୀ ମହାପାତ୍ରଙ୍କ ପ୍ରାର୍ଥୀତ୍ୱକୁ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଅନୁମୋଦନ କରିବାପରେ ଏଆଇସିିସି ପକ୍ଷରୁ ଏନେଇ ଆନୁଷ୍ଠାନିକ ସୂଚନା ଦିଆଯାଇଛି।

ପିସିସି କାର୍ଯ୍ୟକାରୀ ସଭାପତି ତଥା ପ୍ରାର୍ଥୀ ମନୋନୟନ କମିଟି ଅଧ୍ୟକ୍ଷ ପ୍ରଦୀପ ମାଝୀ କହିଛନ୍ତି ଯେ, ଶ୍ରୀ ମହାପାତ୍ର ଏବେ ପୁରୀ ଜିଲ୍ଲା ସେବାଦଳର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବାବେଳେ ସେ ମଧ୍ୟ ପୁରୀ କୋର୍ଟରେ ଓକିଲାତି କରୁଛନ୍ତି। ତୃଣମୂଳସ୍ତରରେ ଦଳର ଜଣେ ଭଲ ସଂଗଠକ ଭାବେ ସେ ଜଣାଶୁଣା ଓ ଦଳ ପ୍ରତି ଆନୁଗତ୍ୟ ରହିଥିବାରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି। ଶ୍ରୀ ମହାପାତ୍ର ଆସନ୍ତା ୨୬ ତାରିଖ ସକାଳେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ।

Advertisment
Pipili By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe