Advertisment

ନିଜ ଟିମ୍ ଗଢ଼ିଲେ ବିଶ୍ୱରଞ୍ଜନ: ବରିଷ୍ଠ ନେତାଙ୍କୁ ରଖିଲେ କଂଗ୍ରେସ ମୁଖପାତ୍ର

ବିଶ୍ୱରଞ୍ଜନ ନିଜର ଟିମରେ ଗଣେଶ୍ୱରଙ୍କ ସମେତ ଦଳର ଅନେକ ବରିଷ୍ଠ ନେତାଙ୍କୁ ‘ବରିଷ୍ଠ ମୁଖପାତ୍ର ଓ ମୁଖପାତ୍ର’ ଭାବେ ସ୍ଥାନିତ କରିଛନ୍ତି ।

undefined

Biswaranjan Mohanty

Advertisment

ପ୍ରଦେଶ କଂଗ୍ରେସ କମିଟି ମିଡିଆ ସେଲ୍ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିବା ବିଶ୍ୱରଞ୍ଜନ ମହାନ୍ତି ଆଜି ନିଜର ଟିମ୍ ଘୋଷଣା କରିଛନ୍ତି । ଗତ ଜାନୁୟାରୀ ୯ ତାରିଖରେ ପିସିସି ମିଡିଆ ସେଲ୍ ମୁଖ୍ୟ ଦାୟିତ୍ୱରୁ ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ ଅଚାନକ ହଟାଇ ଦିଆଯାଇ ଶ୍ରୀ ମହାନ୍ତିଙ୍କୁ ତତ୍କାଳ ପ୍ରଭାବରୁ ଦାୟିତ୍ୱ ନ୍ୟସ୍ତ ହୋଇଥିଲା । ବିଶ୍ୱରଞ୍ଜନ ନିଜର ଟିମରେ ଗଣେଶ୍ୱରଙ୍କ ସମେତ ଦଳର ଅନେକ ବରିଷ୍ଠ ନେତାଙ୍କୁ ‘ବରିଷ୍ଠ ମୁଖପାତ୍ର ଓ ମୁଖପାତ୍ର’ ଭାବେ ସ୍ଥାନିତ କରିଛନ୍ତି । ଆଉ ଏହି ନେତାମାନେ ବିଶ୍ୱରଞ୍ଜନଙ୍କ ଅଧୀନରେ ରହି କେତେଦୂର ଦଳ ପାଇଁ କାର୍ଯ୍ୟ କରିବେ ତାକୁ ନେଇ କଂଗ୍ରେସ ମହଲରେ ଚାପା ଗୁଞ୍ଜରଣ ଆରମ୍ଭ ହୋଇଛି ।

Advertisment

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ ପରେ ଆଜି ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର, ମୁଖପାତ୍ର, ପ୍ୟାନେଲିଷ୍ଟ, ସମ୍ପାଦକ ଓ ସଂଯୋଜକମାନଙ୍କ ତାଲିକା ପ୍ରକାଶ ପାଇଛି । ଏନେଇ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି ନିଜେ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଗଣମାଧ୍ୟମକୁ ଅବଗତ କରିଛନ୍ତି ।

ସୂଚନା ଅନୁସାରେ, ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଂଚାନନ କାନୁନଗୋ, ଗଣେଶ୍ୱର ବେହେରା, ବିଧାୟକ ସନ୍ତୋଷ ସିଂ ସାଲୁଜା, ଦେବାଶୀଷ ପଟ୍ଟନାୟକ ଓ ଡାକ୍ତର ଲଲାଟେନ୍ଦୁ ମହାପାତ୍ରଙ୍କୁ ଦଳର ବରିଷ୍ଠ ମୁଖପାତ୍ର ଭାବେ ଟିମରେ ସାମିଲ କରାଯାଇଛି ।

Advertisment

ସେହିପରି ହମିଦ୍ ହୁସେନ୍‌, ମନୋରଞ୍ଜନ ଦାସ, ସୁଦର୍ଶନ ଦାସ, ଇଂ ସସ୍ମିତା ବେହେରା, ବିଧାୟକ ଅଧିରାଜ ପାଣିଗ୍ରାହୀ, ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଅପର୍ଣ୍ଣା ଧିରସିଂ, କୃଷ୍ଣଚନ୍ଦ୍ର ପତି, ଅଭିଷେକ ମହାନନ୍ଦ,ସ୍ମୃତିରଞ୍ଜନ ଲେଙ୍କା, ଅମୀୟ ପାଣ୍ଡବ, ରାଜୀବ ପଟ୍ଟନାୟକ,ଦେବାଶିଷ ଭୂୟାଁ ଓ ରବିନ୍ଦ୍ର ଆଚାର୍ଯ୍ୟଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି ।

ସେହିପରି ପ୍ୟାନେଲିଷ୍ଟ ଭାବେ ପଂଚାନନ ଦାସ, ଜିନେଶ ଦାସ, ପିତବାସ ପଣ୍ଡା, ଅମିତ ମହାନ୍ତି, ଆଲବର୍ଟ କିଣ୍ଡୋ, ନଳିନୀକାନ୍ତ ନାୟକ, ମନସା ତ୍ରିପାଠୀ, ଜୟଶ୍ରୀ ପାତ୍ର, ଝୁନା ପଟ୍ଟନାୟକ, ଶୁଭେନ୍ଦୁ ଶେଖର ମଲ୍ଲିକ,ସଂଗ୍ରାମ କିଶୋର ମାଝୀ ଓ କୈଳାଶ ମୁଖିଙ୍କୁ ଦାୟିତ୍ୱ ଦିଆଯାଇଛି ।

ପିସିସି ମିଡିଆ ସେଲ୍ ସମ୍ପାଦକ ଭାବେ ପ୍ରଶାନ୍ତ ଶତପଥୀ ଦାୟିତ୍ୱ ତୁଲାଇବେ। ମିଡିଆ ସେଲ୍ ବରିଷ୍ଠ ସଂଯୋଜକ ଭାବେ ଦୀପକ କୁମାର ମହାପାତ୍ର ଓ ସଂଯୋଜକ ଭାବେ ବୀରେନ କୁମାର ଦଳାଇ ଓ ହରିଶଙ୍କର ଜେନାଙ୍କୁ ନିଯୁକ୍ତି ମିଳିଥିବା ପିସିସି ପକ୍ଷରୁ ସୂଚନା ଦିଆଯାଇଛି ।

Congress Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe