Advertisment

ବିଜେଡି-ବିଜେପି କର୍ମୀ ହାତାହାତି, ୩ ଆହତ

ବ୍ରହ୍ମପୁର ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଲନ୍ତରା ଗାଁ ଭିତରେ ବିଜେଡିର କିଛି ନେତା ପଶିବା ବେଳେ ବିଜେପି କର୍ମୀ ମାନେ ବିରୋଧ କରିଥିଲେ

author-image
Biswajit Samal
ଅଦ୍ୟତନ ହୋଇଛି
BJD

BJD

ବିଜେଡି ବିଜେପି ହାତାହାତି। ଏହି ଘଟଣାରେ ତିନି ଆହାତ। ଆହାତ ମାନଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଛି। ଆହାତ ମାନଙ୍କ ନାଁ ହେଉଛି ସନ୍ତୋଷ ଦାସ ଓ କେଦାର ସାହୁ ଅନ୍ୟ ଜଣେ ମହିଳାଙ୍କ ପରିଚୟ ଜଣାପଡ଼ି ନାହିଁ।

Advertisment

ଆଜି ସକାଳେ ବ୍ରହ୍ମପୁର ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଲନ୍ତରା ଗାଁ ଭିତରେ ବିଜେଡିର କିଛି ନେତା ପଶିବା ବେଳେ ବିଜେପି କର୍ମୀ ମାନେ ବିରୋଧ କରିଥିଲେ। ଏଥିରେ ବିଜେଡିର କିଛି କର୍ମୀ ରାଗିଯାଇଲେ। ପରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଉତ୍ତେଜନା ଏତେ ବଢିଗଲାଯେ ଲାଞ୍ଜିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଲୋକଙ୍କର ଗହଳି ହୋଇଥିଲା।

ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘୋଉଡ଼ାଇବା ବେଳେ ଜଣେ ମହିଳା ତଳେ ପଡ଼ି ଆହତ ହୋଇଥିଲେ। ମହିଳାଙ୍କ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କୁ ଅଟୋ ଯୋଗେ MKCG ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment
BjD Bjp