Advertisment

ସମ୍ବଲପୁରରେ ଟଙ୍କା ବାଂଟୁଛି ବିଜେଡି, ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି

ବିଜେଡିର ନେତାମାନେ ହାରିଯିବା ଭୟରେ ମତଦାନ କେନ୍ଦ୍ରଠାରୁ ୨ଶହ ମିଟର ପରିସର ଭିତରେ ଖୋଲାଖୋଲି ଭାବେ ଲୋକଙ୍କୁ ଟଙ୍କା ବାଂଟି ବିଜେଡିକୁ ଭୋଟ ଦେବା ପାଇଁ ବାଧ୍ୟ କରୁଛନ୍ତି।

BJP

BJP

Advertisment

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଥିବାବେଳେ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଭୋଟରଙ୍କୁ ବିଜେଡି ଟଙ୍କା ବାଂଟୁଛି ବୋଲି ବିଜେପି ଅଭିଯୋଗ କରିଛି। ପରାଜୟ ଭୟରେ ବିଜେଡି ନଗଦ ଟଙ୍କା ବାଂଟି ଭୋଟରଙ୍କୁ ପ୍ରଲୋଭିତ କରୁଥିବା ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଫେରାଦ ହୋଇଛି।

Advertisment

ବିଜେପି ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ରଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧିଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରି ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ବିଜେପି ଅଭିଯୋଗ କରିଛି ଯେ,ସମ୍ବଲପୁରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରରୋଚନାରେ ସିଦ୍ଧାର୍ଥ ଶାହ ଓ ସମରଜିତ୍ ପଟ୍ଟନାୟକ ସମ୍ବଲପୁରର ବିହାରିପଡ଼ାର ଚନ୍ଦରପୁର ବସ୍ତିରେ ଭୋଟରଙ୍କୁ କ୍ରିକେଟ୍ କିଟ୍‌, ବିଭିନ୍ନ ଦେବାଳୟକୁ ମ୍ୟୁଜିକ୍ ସେଟ୍‌, ଯୁବକଙ୍କୁ ବିଭିନ୍ନ ପ୍ରକାର ମନଲୋଭା ଉପହାର ବାଂଟୁଛନ୍ତି। ଏନେଇ ପୂର୍ବରୁ ବିଜେପି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲା କିନ୍ତୁ ସୁଫଳ ମିଳିନାହିଁ। ଏହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ ହେଉଛି। ଯାହାର ଭିଡିଓ ଓ ଫଟୋକୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରାଯାଇ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବାକୁ ବିଜେପି ଦାବି କରିଛି।

ସେହିପରି ବିଜେଡିର ନେତାମାନେ ହାରିଯିବା ଭୟରେ ମତଦାନ କେନ୍ଦ୍ରଠାରୁ ୨ଶହ ମିଟର ପରିସର ଭିତରେ ଖୋଲାଖୋଲି ଭାବେ ଲୋକଙ୍କୁ ଟଙ୍କା ବାଂଟି ବିଜେଡିକୁ ଭୋଟ ଦେବା ପାଇଁ ବାଧ୍ୟ କରୁଛନ୍ତି। ଲୋକମାନଙ୍କୁ ଧମକ, ଚମକ ଦେବା ସହିତ ହତ୍ୟା କରିବାକୁ ପଛାଉ ନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି।

Advertisment

ଶ୍ରୀମତୀ ମହାପାତ୍ର କହିଛନ୍ତି ଯେ,ବିଜେଡି ହାରିଯିବା ଭୟରେ ନଗଦ ଟଙ୍କା ବାଂଟି ଭୋଟରଙ୍କୁ ପ୍ରଲୋଭନ ଦେଖାଉଛି। ବିଜେଡି ୨୫ବର୍ଷ ଓଡ଼ିଶାକୁ ଶାସନ କରିଥିଲେ ମଧ୍ୟ ନିର୍ବାଚନ ସମୟରେ ଅଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ପାରହେବା ପାଇଁ ଅପଚେଷ୍ଟା ଚଳାଇଛି। ନିର୍ବାଚନ ହାରିବା ଭୟରେ ଶାସକ ଦଳ ନିଜର ହିତାହିତ ଜ୍ଞାନ ହରାଇ ବସିଛି। ବିଜେଡି ହିଂସା ଓ ହତ୍ୟାକୁ ଅସ୍ତ୍ର କରିଛି ଏବଂ ନଗଦ ଟଙ୍କା ବାଂଟି ଭୋଟରଙ୍କୁ ପ୍ରଲୋଭନ ଦେଖାଉଛି ବିଜେଡି। ଏଭଳି ଜଘନ୍ୟ କାଣ୍ଡରେ ଶାସକ ବିଜେଡିର ନେତା, ମନ୍ତ୍ରୀ ଓ ବିଧାୟକମାନଙ୍କର ସିଧାସଳଖ ସଂପୃକ୍ତି ରହିଛି। ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ତଦନ୍ତ କରି ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀମତୀ ମହାପାତ୍ର ଦାବି କରିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ବିଜେପି ନେତ୍ରୀ ନନ୍ଦିନୀ ଶତପଥୀ, ଉନ୍ନତୀ ପରିଡା, ସଙ୍ଗୀତା ଦାସ, ବାସନ୍ତୀ ତ୍ରିପାଠୀ, ଶଶୀପ୍ରଭା ରଥ ଓ ମିନତୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

2024 Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe