Advertisment

ବିଜେଡିର ଆୟ ବଢ଼ୁଛି, କର୍ମଚାରୀଙ୍କ ଦରମା ଖର୍ଚ୍ଚ କମୁଛି!

ବିଜେଡି ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ତାର ବାର୍ଷିକ ଅଡିଟ୍ ରିପୋର୍ଟରେ ଦର୍ଶାଇଛି- 2021-22ରେ ବିଜେଡି କର୍ମଚାରୀଙ୍କୁ ଦରମା ଦେବା ବାବଦରେ 78.62 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ 2022-23ରେ ଏହା 68.83 ଲକ୍ଷ ଟଙ୍କାକୁ ଖସିଆସିଛି।

author-image
Ordigital Desk
ଅଦ୍ୟତନ ହୋଇଛି
BJD

BJD

2022-23ରେ ବିଜେଡି ବିଭିନ୍ନ ସୂତ୍ରରୁ ଚାନ୍ଦା ଜରିଆରେ 181.12 କୋଟି ଟଙ୍କା ଆୟ କରିଛି। ଏବେ ବିଜେଡିର ମୋଟ ସମ୍ପତ୍ତିର ପରିମାଣ 644.13 କୋଟିରେ ପହଁଚିଛି। 2020-21ରେ ବିଜେଡିର ସମ୍ପତ୍ତି ପରିମାଣ ମାତ୍ର 194.49 କୋଟି ଥିବାବେଳେ 2021-22ରେ ସମ୍ପତ୍ତି 473.06 କୋଟିରେ ପହଁଚିଥିଲା। ବିଜେଡିର ଆୟ ବୃଦ୍ଧିର ହାର ବା ପ୍ରତିଶତ ଜାତୀୟ ଦଳଗୁଡ଼ିକଠାରୁ ଢ଼େର ଆଗରେ ରହିଛି। ତେବେ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିପାରେ ଯେ ପୂର୍ବ ବର୍ଷ ଅପେକ୍ଷା ବିଜେଡି ଏଥର କର୍ମଚାରୀଙ୍କୁ ଦରମା ଦେବା ବାବଦରେ କମ ଖର୍ଚ୍ଚ କରିଛି।

Advertisment
BJDଅଡିଟ୍‌ ରିପୋର୍ଟ

ବିଜେଡି ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ତାର ବାର୍ଷିକ ଅଡିଟ୍ ରିପୋର୍ଟରେ ଦର୍ଶାଇଛି- 2021-22ରେ ବିଜେଡି କର୍ମଚାରୀଙ୍କୁ ଦରମା ଦେବା ବାବଦରେ 78.62 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ 2022-23ରେ ଏହା 68.83 ଲକ୍ଷ ଟଙ୍କାକୁ ଖସିଆସିଛି। ଏହି 68.83 ଲକ୍ଷ ଦରମା ଟଙ୍କାରୁ ଓଡ଼ିଶାରେ ଥିବା କର୍ମଚାରୀମାନେ 37.68 ଲକ୍ଷ ଟଙ୍କା ନେଇଥିବାବେଳେ, ଦିଲ୍ଲୀରେ ଅବସ୍ଥାପିତ ଆଉଟସୋର୍ସ କର୍ମଚାରୀଙ୍କୁ 31.15 ଲକ୍ଷ ଟଙ୍କା ଦିଆଯାଇଛି। ପୂର୍ବରୁ ଦିଲ୍ଲୀରେ ଜଣେ ସାମ୍ବାଦିକଙ୍କୁ ବିଜେଡି ମାସିକ 2 ଲକ୍ଷ ଟଙ୍କା ଦରମାରେ ଚାକିରି ଦେବା କଥା ଓଡ଼ିଶା ରିପୋର୍ଟରରେ ପ୍ରକାଶ ପାଇଥିଲା।

2022-23 ବାର୍ଷିକ ରିପୋର୍ଟରେ ବିଜେଡି କୋଠାବାଡ଼ି ଭଳି ପୁଂଜିବ୍ୟୟରେ 2023 ଆର୍ଥିକ ବର୍ଷ ଶେଷ ବା ମାର୍ଚ୍ଚ 31 ତାରିଖ ସୁଦ୍ଧା 31.19 କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଦର୍ଶାଇଛି। ଶଙ୍ଖ ଭବନକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଚଳିତ ବର୍ଷ ଏପ୍ରିଲ 23 ତାରିଖରେ ଉଦଘାଟନ କରିଥିଲେ। ବିଜେଡିର ଶଙ୍ଖ ଭବନ ନିର୍ମାଣ କାମରେ ଅତି କମରେ 50 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଓଡ଼ିଶା ରିପୋର୍ଟରରେ ପୂର୍ବରୁ ରିପୋର୍ଟ ପ୍ରକାଶିତ ହୋଇଥିବାବେଳେ ଏଥିରୁ ଶଙ୍ଖ ଭବନରେ ପ୍ରକୃତରେ କେତେ ଖର୍ଚ୍ଚ ହୋଇଛି ତାର ଚୂଡ଼ାନ୍ତ ହିସାବ ଆସିପାରିନାହିଁ।

Advertisment

ରିପୋର୍ଟ- ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋ 

Bhubaneswar BjD Bjd Politics