Advertisment

ବିଜେଡିର ନିର୍ବାଚନୀ ଥୋପ ହେଉଛି ମେଟ୍ରୋ ପ୍ରକଳ୍ପ: ବିଜେପି

ନିଜର ଅପାରଗତାକୁ ଲୁଚାଇବା ଉଦ୍ଦେଶ୍ୟରେ ଶାସକ ବିଜେଡି ଏବେ ମେଟ୍ରୋ ପ୍ରକଳ୍ପକୁ ନିର୍ବାଚନୀ ଥୋପ କରିଛି ବୋଲି ବିଜେପି ଅଭିଯୋଗ କରିଛି।

BJP

BJP

Advertisment

ନିଜର ଅପାରଗତାକୁ ଲୁଚାଇବା ଉଦ୍ଦେଶ୍ୟରେ ଶାସକ ବିଜେଡି ଏବେ ମେଟ୍ରୋ ପ୍ରକଳ୍ପକୁ ନିର୍ବାଚନୀ ଥୋପ କରିଛି ବୋଲି ବିଜେପି ଅଭିଯୋଗ କରିଛି । ଭୁବନେଶ୍ୱର ଅଳିଆ ସଫା କରିପାରୁନଥିବା ରାଜ୍ୟ ସରକାର ମେଟ୍ରୋ କରିବ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ରାଜ୍ୟ ବିଜେପି ମିଡିଆ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଲିକ କହିଛନ୍ତି ।

Advertisment

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,  ରାଜ୍ୟ ସରକାର ଓ ଶାସକ ଦଳର ନେତାମାନେ ରାତିଅଧିଆ ଅବାସ୍ତବ ସ୍ୱପ୍ନ ଦେଖି ଦେଇ ଭୁବନେଶ୍ୱର ତଥା ଓଡ଼ିଶାବାସୀଙ୍କୁ ବୁଝାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ବିକାଶ ନୁହେଁ ଭୁବନେଶ୍ୱରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଗୋଲାପୀ ଚିତ୍ର ଓ ନିର୍ବାଚନ ଭେଳିକି ଦେଖାଉଛନ୍ତି । ମେଟ୍ରୋ ଟ୍ରେନ ପାଇଁ ବଜେଟ୍‌ରେ କୈାଣସି ଆର୍ଥିକ ବ୍ୟବସ୍ଥା କରିନାହାନ୍ତି ରାଜ୍ୟ ସରକାର । ଶାସକ ବିଜେଡିର ନୂଆ ନେତା ପାଣ୍ଡିଆନ ବାବୁ ‘ଖୁଂଟ' ଓ ‘ଷ୍ଟେସନ' ଗଣିଦେଲେ ମେଟ୍ରୋ ହୁଏ ନାହିଁ । ସେଥିପାଇଁ ସଠିକ ଯୋଜନା ଏବଂ ଆବଶ୍ୟକୀୟ ଟଙ୍କା ଜରୁରୀ ରହିଛି । ନବୀନ ବାବୁ ମେଟ୍ରୋ ପାଇଁ ଯୋଜନା କରିବା ବ୍ୟୟ ବରାଦ କରନ୍ତୁ। ନିର୍ବାଚନ ପରିପ୍ରେକ୍ଷୀରେ ଅତୀତରେ ଅନେକ ଯୋଜନାର ଶୁଭାରମ୍ଭ କରିଥିଲେ। ଯାହା ପରବର୍ତୀ ସମୟରେ ‘ମହା ଆଡ଼ମ୍ବରେ ଲଘୁ କ୍ରିୟା’ ସଦୃଶ ହୋଇ ରହିଗଲା। ପ୍ରଚାର ସର୍ବସ୍ୱ ‘ନବୀନ ବାବୁ' ନିର୍ବାଚନ ଭେଳିକି ଭୁବନେଶ୍ୱର ତଥା ଓଡିଶାବାସୀଙ୍କୁ ଦେଖାଇବାରୁ କ୍ଷାନ୍ତ ରୁହନ୍ତୁ ବୋଲି ସେ କହିଛନ୍ତିି।

କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଦେଇ ଭୁବନେଶ୍ୱରକୁ ସରସ ସୁନ୍ଦର କରିବେ ବୋଲି ସ୍ୱପ୍ନ ଦେଖିଥିଲେ ଏବଂ ଏଥିପାଇଁ ସ୍ମାର୍ଟ ସିଟିର ମାନ୍ୟତା ଦେବା ସହିତ ସ୍ୱତନ୍ତ୍ର ଭାବେ ଆର୍ଥିକ ବ୍ୟବସ୍ଥା କରିଥିଲେ । ଏହାବ୍ୟତୀତ ସ୍ୱେରେଜ,ଡ୍ରେନେଜ୍‌, ରାସ୍ତାଘାଟ, ଟ୍ରାଫିକ ନିୟନ୍ତ୍ରଣ, ଗମନାଗମନ, ଅଣ୍ଡରଗ୍ରାଉଣ୍ଡ କେବଲିଂ ଆଦି ପାଇଁ ବ୍ୟାପକ ମାତ୍ରାରେ ଆର୍ôଥକ ଅନୁଦାନ ମୋଦି ସରକାର ରାଜ୍ୟକୁ ଦେଇଛନ୍ତି । କିନ୍ତୁ ୨୩ବର୍ଷର ନବୀନ ସରକାର ରାଜଧାନୀ ଭୁବନେଶ୍ୱରରେ ଅଳିଆ ଗଦାର କୃତ୍ରିମ ପାହାଡ଼ ସୃଷ୍ଟି କରିବା ସହ ପରିବେଶକୁ "ଗନ୍ଧମୟ’ କରିଦେଇଛି । ଭୁବନେଶ୍ୱର ‘ଡେଙ୍ଗୁ ସହର'ର ଅଲୋଡ଼ା ମାନ୍ୟତା ପାଇଛି।

Advertisment

ଅସରାଏ ବର୍ଷା ହେଲେ ରାଜଧାନୀ ଭୁବନେଶ୍ୱରରେ ‘ଅଦିନିଆ ବନ୍ୟା'ର ଭ୍ରମ ସୃଷ୍ଟି କରିବାରେ ସଫଳତା ପାଇଛି ବିଜେଡି ସରକାର । ଭୁବନେଶ୍ୱରର ଅଳିଆ ସଫା କରିପାରୁନଥିବା ସରକାର ମେଟ୍ରୋ କରିବା କହିବା ଅତ୍ୟନ୍ତ ହାସ୍ୟାସ୍ପଦ । ଏଭଳି ଭବ୍ୟ କାର୍ଯ୍ୟକ୍ରମ କେବଳ ନିର୍ବାଚନୀ ଥୋପ ଏବଂ ନିଜର ଅପାରଗତାକୁ ଲୁଚାଇବା ଉଦ୍ଦେଶ୍ୟରେ ଶାସକ ବିଜେଡି ଏଭଳି ଆୟୋଜନ କରିଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

Bjp Metro Rail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe