Advertisment

ମନ୍ତ୍ରୀଙ୍କ ପଞ୍ଚାୟତରେ ଟଙ୍କା ବାଣ୍ଟୁଥିଲେ ବିଜେଡି କର୍ମୀ, ବହେ ମାଡ଼ ଖାଇଲେ!

ହଠାତ୍‌ ଗାଁର କେତେକ ଯୁବକଙ୍କ ପାଖରେ ଏହି ଖବର ପହଞ୍ଚିଲା। ତା’ପରେ ଆରମ୍ଭ ହେଲା ଧରପଗଡ଼। ଯୁବକମାନେ ସେମାନଙ୍କୁ ଅଟକାଇ ଥିଲେ। ମାଡ଼ ମାରିଲେ। ସେମାନଙ୍କ ପାଖରେ ଥିବା ସବୁ ଟଙ୍କା ନେଇ ଯାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ସ୍ପଷ୍ଟ ଦିବା ଲୋକରେ ବିଜେଡି ବାଣ୍ଟୁଥିଲା ଟଙ୍କା! ଘରକୁ ଘର ବୁଲି ଟଙ୍କା ବାଣ୍ଟୁଥିଲେ ବିଜେଡି କର୍ମୀ। ଏପରି ଅଭିଯୋଗ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଜିଲ୍ଲା ମୟୂରଭଞ୍ଜ ଟାଙ୍ଗିଆ ପଞ୍ଚାୟତରୁ ଆସିଛି। ବିଜେଡି କର୍ମୀଙ୍କୁ ଗାଁ ଲୋକେ ବିରୋଧ କରିଥିଲେ। ପରେ ମାଡ଼ ମାରିବା ସହ ବାଣ୍ଟିବାକୁ ଆଣିଥିବା ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

Advertisment

ଯଶିପୁର ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ହେଉଛନ୍ତି ଚକ୍ରଧର ହେମ୍ବ୍ରମ। ଏହି ନିର୍ବାଚମଣ୍ଡଳୀର ଟାଙ୍ଗିଆ ପଞ୍ଚାୟତରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଘର। ମନ୍ତ୍ରୀଙ୍କ ଗାଁ ହୋଇଥିବାରୁ ସୋମବାର ଅପରାହ୍ନ ପ୍ରାୟ ୪ଟା ବେଳେ BJD ମହିଳା ରାଜ୍ୟ ସମ୍ପାଦିକା ଅଞ୍ଜୁ ମହାନ୍ତ, ତାଙ୍କ ସ୍ୱାମୀ ନିର୍ମଳ ମହାନ୍ତ, ମାମିନା ସି ଓ ଅନ୍ୟଜଣେ ମହିଳା ଚତିରି ସାହିକୁ ଯାଇଥିଲେ। ଗାଁରେ କେହି ନଥିବା ଭାବି ବିଜେଡି ନେତାମାନେ ଘରକୁ ଘର ବୁଲି ଟଙ୍କା ବାଣ୍ଟୁଥିଲେ। ପ୍ରାୟ ୧୦ରୁ ଅଧିକ ଘରେ ଟଙ୍କା ବାଣ୍ଟିଥିଲେ।

ହଠାତ୍‌ ଗାଁର କେତେକ ଯୁବକଙ୍କ ପାଖରେ ଏହି ଖବର ପହଞ୍ଚିଲା। ତା’ପରେ ଆରମ୍ଭ ହେଲା ଧରପଗଡ଼। ଯୁବକମାନେ ସେମାନଙ୍କୁ ଅଟକାଇ ଥିଲେ। ମାଡ଼ ମାରିଲେ। ସେମାନଙ୍କ ପାଖରେ ଥିବା ସବୁ ଟଙ୍କା ନେଇ ଯାଇଥିଲେ। ଏପରିକି ବିଜେଡି କର୍ମୀଙ୍କ ନିଜସ୍ୱ ଟଙ୍କା ନେଇଯାଇଥିବା ଅଭିଯୋଗ ହେଉଛି। ଦୀର୍ଘ ସମୟ ଧରି ନେତାଙ୍କୁ ଗାଁରେ ଅଟକାଇ ରଖିଥିଲେ। ଯେତେବେ ବିଜେଡି କର୍ମୀଙ୍କ ଗାଡ଼ି ଭାଙ୍ଗିବାକୁ ଉଦ୍ୟମ କଲେ, ସେତେବେଳେ ସେମାନେ ଭୁଲକ୍ଷମା ମାଗିଥିଲେ। ତା’ପରେ ଗାଁ ଲୋକେ ବିଜେଡି କର୍ମକର୍ତ୍ତାଙ୍କୁ ଛାଡ଼ି ଥିବା ଅଭିଯୋଗ ହୋଇଛି। ହେଲେ ବିଜେଡି କର୍ମୀମାନେ ଏନେଇ ଥାନାରେ କୌଣସି ଅଭିଯୋଗ କରିନାହାନ୍ତି। ବିଜେଡି ପ୍ରାର୍ଥୀ ହାରିଯିବା ଭୟରେ ଗାଁରେ ଟଙ୍କା ବାଣ୍ଟୁଥିବା ବିଜେପି ଅଭିଯୋଗ କରିଛି।

Advertisment

ଯଶିପୁର ନିର୍ବାଚନମଣ୍ଡଳୀରୁ ବିଜେଡିରୁ ଚକ୍ରଧର ହେମ୍ବ୍ରମ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପିରୁ ଇଂ ଗଣେଶରାମ ସିଂ ଖୁଣ୍ଟିଆ ଓ କଂଗ୍ରେସରୁ ଶ୍ୱେତା ଚାତାର ମୈଦାନରେ ଅଛନ୍ତି। ଗତ ନିର୍ବାଚନ ପରି ଏଥର ମଧ୍ୟ ଇଂ ଗଣେଶରାମ ସିଂ ଖୁଣ୍ଟିଆ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ଭଲ ଲୋକପ୍ରିୟତା ଥିବାରୁ ବିଜୟ ସମ୍ଭାବନା ଅଧିକ ରହିଛି। ତେଣୁ ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି।

ରିପୋର୍ଟ- କରଞ୍ଜିଆରୁ ଦୀପକ ମହାନ୍ତ

BjD Bjp 2024 General Election General Elections 2024