Advertisment

‘BJD ଓ BJP ନେତା ପାଉନାହାନ୍ତି ବୋଲି କଂଗ୍ରେସରୁ ନେଇ ଟିକେଟ ଦେଉଛନ୍ତି’

ଗଣମାଧ୍ୟମକୁ ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି, ଅନେକ ନେତାଙ୍କୁ କଂଗ୍ରେସ ପରିଚୟ ଦେଇଛି। ଗଣେଶ୍ୱର ବେହେରା ମଧ୍ୟ କଂଗ୍ରେସ ଦ୍ଵାରା ପରିଚିତ ବ୍ୟକ୍ତି। କଂଗ୍ରେସ ତାଙ୍କ ପ୍ରତି କୌଣସି ଅନ୍ୟାୟ କରିନି। ତାଙ୍କୁ ନେତା କରିକି କଂଗ୍ରେସ ଛାଡ଼ିଛି।

Congress

Congress

Advertisment

BJD ଓ BJP ନେତା ପାଉନାହାନ୍ତି। ସେଥିପାଇଁ କଂଗ୍ରେସରୁ ନେତାଙ୍କୁ ନେଇ ଟିକେଟ ଦେଉଛନ୍ତି। ଆଜି ଏପରି ଅଭିଯୋଗ କରିଛନ୍ତି କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି। କଂଗ୍ରେସ ନେତା ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ସେ ଆଜି ଏମିତି କହିଛନ୍ତି।

Advertisment

ଗଣମାଧ୍ୟମକୁ ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି, ଅନେକ ନେତାଙ୍କୁ କଂଗ୍ରେସ ପରିଚୟ ଦେଇଛି। ଗଣେଶ୍ୱର ବେହେରା ମଧ୍ୟ କଂଗ୍ରେସ ଦ୍ଵାରା ପରିଚିତ ବ୍ୟକ୍ତି। କଂଗ୍ରେସ ତାଙ୍କ ପ୍ରତି କୌଣସି ଅନ୍ୟାୟ କରିନି। ତାଙ୍କୁ ନେତା କରିକି କଂଗ୍ରେସ ଛାଡ଼ିଛି। ସେ ଦଳ ଛାଡ଼ିଛି ଯାଇଛନ୍ତି। ତେଣୁ ଦଳକୁ ସେ ଅଞ୍ଚଳରେ ସାମୟିକ କ୍ଷତି ହୋଇପାରେ। ସେଠି କିନ୍ତୁ ଅନେକ ମଜବୁତ୍ ନେତା ଅଛନ୍ତି। ଯେଉଁମାନେ ନ୍ୟାୟ ପାଉନଥିଲେ। କାରଣ ଆମେ ଜଣେ ନେତାଙ୍କୁ ସେଠି ଏଷ୍ଟାବ୍ଲିସ୍ କରିଥିଲୁ ବୋଲି ସେ କହିଛନ୍ତି।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି, କେନ୍ଦ୍ରାପଡ଼ାରେ ଅନେକ ନେତା ଅଛନ୍ତି, ଯେଉଁମାନେ ଲୋକଙ୍କ ପାଖକୁ ଯିବେ। ସେବା କରିବେ ଓ ଜନତାଙ୍କ ବିଶ୍ୱାସ ଭାଜନ ହେବେ। ଯେଉଁମାନେ ବି ଦଳ ଛାଡୁଛନ୍ତି, କଂଗ୍ରେସ କାହା ପ୍ରତି ଅନ୍ୟାୟ କରିନି। ସେମାନେ ନିଜର ବ୍ୟକ୍ତିଗତ ମହତ ଆକାଂକ୍ଷା ଓ ନିଜସ୍ଵ ସ୍ୱାର୍ଥ ପାଇଁ ଦଳ ଛାଡିଛନ୍ତି। BJD ଓ BJP ନେତା ପାଉନାହାନ୍ତି। ସେଥିପାଇଁ କଂଗ୍ରେସରୁ ନେତା ନେଇ ଟିକେଟ ଦେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Advertisment
Congress Congress Politics Loksabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe