Advertisment

ଚିଟଫଣ୍ଡ କାଗଜପତ୍ର ମିଳୁନାହିଁ: ବିଜେପି, ଦୋଷ ଲଦିବା ଛାଡ଼: ବିଜେଡି

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେପି ନିର୍ବାଚନୀ ସଂକଳ୍ପପତ୍ର ଅନୁଯାୟୀ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ଫେରାଇବ। କିନ୍ତୁ ପୂର୍ବ ବିଜେଡି ସରକାର ଚିଟଫଣ୍ଡ କାଗଜପତ୍ର ହେରଫେର କରିଛି, ଯାହା ଫେରସ୍ତ ପ୍ରକ୍ରିୟାକୁ ବିଳମ୍ବ କରୁଛି।

Chit Fund

Chit Fund

Advertisment

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତର ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିବା ବିଜେପି ମଙ୍ଗଳବାର ଏକ ସଙ୍ଗୀନ ଅଭିଯୋଗ କରିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ, ଚିଟଫଣ୍ଡ କାଗଜପତ୍ର ମିଳୁନାହିଁ। ଏବେ ଚିଟଫଣ୍ଡ କାଗଜପତ୍ର ସଂଗ୍ରହ ଚାଲିଛି। ଏହି ସଂଗ୍ରହ ଶେଷ ହେବାପରେ ନୀତିଗତ ନିଷ୍ପତ୍ତି ନିଆଯିବ। ତେବେ ଶ୍ରୀ ସାମଲଙ୍କ ଏଭଳି ବିସ୍ଫୋରକ ବୟାନ ପରେ ବାସ୍ତବରେ ସରକାରଙ୍କ ପାଖରୁ ଚିଟଫଣ୍ଡ ସଂକ୍ରାନ୍ତ କାଗଜପତ୍ର ଗାଏବ ହୋଇଛି କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ଯଦି ଗାଏବ ତା’ହେଲେ ସରକାର ଏହାର ଉଚ୍ଚସ୍ତରୀୟ ତଦନ୍ତ ନକରି କାହିଁକି ଚୁପ୍ ବସିଛନ୍ତି ତାହା ମଧ୍ୟ ଏବେ ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

Advertisment

୪୦ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରିବୁ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେପି ନିର୍ବାଚନୀ ସଂକଳ୍ପପତ୍ର ଅନୁଯାୟୀ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ଫେରାଇବ। କିନ୍ତୁ ପୂର୍ବ ବିଜେଡି ସରକାର ଚିଟଫଣ୍ଡ କାଗଜପତ୍ର ହେରଫେର କରିଛି, ଯାହା ଫେରସ୍ତ ପ୍ରକ୍ରିୟାକୁ ବିଳମ୍ବ କରୁଛି। ଆମ ସଂକଳ୍ପପତ୍ର ଅନୁଯାୟୀ ଚିଟଫଣ୍ଡ ଟଙ୍କା ଫେରସ୍ତ ହେବ। ଆମ ସରକାର ଶପଥ ନେବା ପୂର୍ବରୁ ଚିଟଫଣ୍ଡ କାଗଜପତ୍ର ବୁହା ଚାଲିଥିଲା, ଯାହାକୁ ଆମେ ସିଆଇଏସଏଫ ଲଗାଇ ବନ୍ଦ କରିଥିଲୁ। ଏବେ ଚିଟଫଣ୍ଡ କାଗଜପତ୍ର ସଂଗ୍ରହ ଚାଲିଛି, ଏହା ଶେଷ ହେଲେ ନୀତିଗତ ନିଷ୍ପତ୍ତିି ନିଆଯିବ। ସମସ୍ତ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇ ଦିଆଯିବ। ପୂର୍ବ ବିଜେଡି ସରକାରର ଦୁର୍ନୀତି ଓ ଅବ୍ୟବସ୍ଥା ଯୋଗେୁ ଚିଟଫଣ୍ଡ କାଗଜପତ୍ର ମିଳୁନାହିଁ, ଯାହା ଫେରସ୍ତ ପ୍ରକ୍ରିୟାକୁ ଜଟିଳ କରୁଛି ବୋଲି ସେ କହିଛନ୍ତି।

ଦୋଷ ଦେବା ବନ୍ଦ କରି ପ୍ରତିଶ୍ରୁତି ରଖନ୍ତୁ: ବିଜେଡି

ବିଜେପି ସଭାପତି ଶ୍ରୀ ସାମଲଙ୍କ ଚିଟଫଣ୍ଡ କାଗଜପତ୍ର ମିଳୁନଥିବା ବୟାନ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ଯେ, “ସବୁ କଥାରେ ୨୪ ବର୍ଷର ବିଜେଡି ଶାସନକୁ ଦୋଷ ଦେଲେ ହେବ ନାହିଁ। ବିଜେପି ଏବେ ସରକାରରେ ଅଛି, ଚିଟଫଣ୍ଡ କାଗଜପତ୍ର ଖୋଜିବା ତାଙ୍କର ଦାୟିତ୍ୱ। ନିଜ କାନ୍ଧରୁ ଜୁଆଣି ଖସାଇ ପୂର୍ବ ସରକାରଙ୍କୁ ଦୋଷ ଦେବା ଅଭ୍ୟାସ ଛାଡ଼ନ୍ତୁ। ବିଜେପି ୯୦ ଦିନ ମଧ୍ୟରେ ଚିଟଫଣ୍ଡ ଟଙ୍କା ଫେରାଇବା ନେଇ ୨୦୨୪ ନିର୍ବାଚନବେଳେ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ୧୧ ମାସ ବିତିଯାଇଥିଲେ ବି କୌଣସି ଅଗ୍ରଗତି ହୋଇନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି।

Advertisment

ବିଜେପି ସରକାରକୁ ସମାଲୋଚନା

ରାଜ୍ୟରେ ବିଜେପି ସରକାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ଓ ଚିଟଫଣ୍ଡ ଲୁଟେରାଙ୍କୁ ଦଣ୍ଡ ଦେବା ଦିଗରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ନେଇଥିବା ଅଭିଯୋଗ ହୋଇଛି। ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ ଦାବି କରିଥିଲେ ଯେ, ରାଜ୍ୟରେ ବିଜେପି ସରକାର ଗଠନ କରିବାର ୨୪ ଘଂଟା ମଧ୍ୟରେ ଅଧ୍ୟାଦେଶ ଜାରି କରି ଚିଟଫଣ୍ଡ ଟଙ୍କା ଫେରାଇବ। କିନ୍ତୁ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇପାରି ନାହିଁ।

Chit Fund Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe