Advertisment

ତେଜୁଛି ଯାଜପୁର କଳି, ପୁଣି ବିଜେଡି-ବିଜେପି ମୁହାଁମୁହିଁ

ଯାଜପୁର ଘଟଣାକୁ ନେଇ ବିଜେଡି ଓ ବିଜେପି ପୁଣି ମୁହାଁମୁହିଁ ହୋଇଛନ୍ତି। ବିଜେଡି ପ୍ରେସମିଟ୍ କରି ପୁଲିସ ଉପରେ ଦୋଷ ଲଦିଥିବାବେଳେ କାଉଣ୍ଟର କରିଛି ବିଜେପି।

Pramila Mallick and Manmohan Samal

Pramila Mallick and Manmohan Samal

Advertisment

ଯାଜପୁର ଘଟଣାକୁ ନେଇ ତୀବ୍ର ହେଉଛି ବିଜେପି-ବିଜେଡି ରାଜନୀତି। ପୁଣି ମୁହାଁମୁହିଁ ଉଭୟ ଦଳ। ଯାଜପୁର ଟାଉନ ଉପକଣ୍ଠ ବୁଢାଘାଟ ପୋଲ ପାଖରେ ଧର୍ମଶାଳାର ବିଧାୟକଙ୍କୁ ଆକ୍ରମଣ ହେଲା। ସେଦିନ ବିଳମ୍ବିତ ରାତି ଯାଏଁ ଟାଉନ ଥାନା ଓ ସଦର ଥାନାରେ ହୋ ହଲ୍ଲା ଚାଲିଲା। ପରେ ପରେ ବିଜେଡିର ପୂର୍ବତନ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଆସି ଗଣମାଧ୍ୟମ ଆଗରେ ସଫେଇ ଦେଲେ। ଘଟଣା ସହ ବରିଜା ପ୍ରକଳ୍ପକୁ ଟାଣି ଓଟାରି ଯୋଡ଼ି ଦିଆଗଲା। ଆଉ ହାଟରେ ପରିବା ବିକାଳିଙ୍କୁ ନିର୍ଯାତନା ଅଭିଯୋଗରେ ବବିଙ୍କ ଭାଇ ଲଲ ଗିରଫ ହୋଇ ଜେଲ୍ ଗଲେ। ଚାରି ଦିନ ବିତିଗଲା ପରେ ଭୁବନେଶ୍ୱରରେ ପ୍ରେସମିଟ୍ କରି ପୁଲିସ ଉପରେ ଦୋଷ ଲଦିଛି ବିଜେଡି। ଯାହାକୁ ତୁରନ୍ତ କାଉଣ୍ଟର ମଧ୍ୟ କରିଛି ବିଜେପି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଅଭିଯୋଗ କରିଛି ଯେ, ରାଜ୍ୟରେ ବିଜେପି ସରକାର ଆସିବା ଦିନଠୁ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିଛି। ଭଦ୍ରକ ଓ ବାଲେଶ୍ୱରରେ ଗୋଷ୍ଠୀ ସଙ୍ଘର୍ଷ ହୋଇଛି। ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହୋଇଛି, ଚୋରି, ଡକାୟତି, ଦୁଷ୍କର୍ମ ବଢ଼ିବାରେ ଲାଗିଛି। ପୁଲିସକୁ ବ୍ୟବହାର କରି ବିଜେଡି କର୍ମୀ ଓ ନେତାଙ୍କ ଉପରେ ମାମଲା କରୁଛନ୍ତି। ଏହା ବିରୋଧରେ ଆସନ୍ତାକାଲି ପୁଲିସ ଡିଜିଙ୍କୁ ଭେଟିବ ବିଜେଡି। ଯଦି ନ୍ୟାୟ ନମିଳିବ, ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି। ସେହିପରି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ମଧ୍ୟ ପୁଲିସକୁ ଦୋଷ ଦେଇଛନ୍ତି। ଶାସକ ବିଜେପିର କର୍ମୀମାନେ ଗଣ୍ଡଗୋଳ କରିଥିଲେ ବି ସେମାନଙ୍କୁ ନ ବାନ୍ଧି ଖାଲି ବିଜେଡି କର୍ମୀଙ୍କୁ ବାନ୍ଧୁଥିବା ସେ ଅଭିଯୋଗ କରିଛନ୍ତି।

ସେପଟେ ବିଜେଡିର ଏ ଅଭିଯୋଗର କଡ଼ା କାଉଣ୍ଟର କରିଛି ବିଜେପି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କ୍ଷମତା ଯିବା ପରେ ବିରୋଧୀ ହେବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇନାହାନ୍ତି ବିଜେଡି ନେତା। ଜଣେ ବ୍ୟକ୍ତି ତା' ନିଜ ସ୍ୱାର୍ଥ ପାଇଁ ସବୁକିଛି କରୁଛି। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପ୍ରାୟୋଜିତ ଗଣ୍ଡଗୋଳ ବୋଲି ଜଣାପଡ଼ୁଛି। ତଦନ୍ତ ହେଲେ ସବୁ ସ୍ପଷ୍ଟ ହେବ ବୋଲି ମନମୋହନ କହିଛନ୍ତି।

Advertisment
Jajpur News Pramila Mallick Bjp BjD Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe