Advertisment

ତୃତୀୟ ମହଲା କର୍ମଚାରୀଙ୍କୁ ଆକ୍ଷେପକୁ ନେଇ ପୁଣି ବିଜେଡି-ବିଜେପି ମୁହାଁମୁହିଁ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଳଚେରରେ ଏକ ଜନସଭାରେ ରାଜ୍ୟରେ ବୃଦ୍ଧି ପାଉଥିବା ଦୁର୍ନୀତି ଓ ପିସି କାରବାରକୁ ନେଇ ସିଧାସଳଖ ତୃତୀୟ ମହଲାକୁ ଟାର୍ଗେଟ୍ କରିବା ସହ ରାଜ୍ୟରେ ହେଉଥିବା ଦୁର୍ନୀତି ତୃତୀୟ ମହଲାର ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ହେଉଛି ବୋଲି କହିଥିଲେ ।

author-image
Ordigital Desk
BJP and BJD

BJP and BJD

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଆକ୍ଷେପକୁ ନେଇ ଆଜି ପୁଣିଥରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେପିର ଅଭିଯୋଗ ଉପରେ ଗତକାଲି ଭଳି ଆଜି ବିଜେଡି ସାଂସଦ ସସ୍ମିତ ପାତ୍ର ପୁଣିଥରେ ଆଗକୁ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛି । ଯାହାକୁ ନେଇ ବିଜେପି ମଧ୍ୟ ପାଲଟା ଜବାବ ଦେଇଛି। ଦୁର୍ନୀତି ପ୍ରସଙ୍ଗରେ ତୃତୀୟ ମହଲା କର୍ମଚାରୀଙ୍କୁ କହିଲେ ବିଜେଡି କାହିଁକି ରାଗୁଛି ବୋଲି ବିଜେପି ପ୍ରଶ୍ନ କରିଛି। କେନ୍ଦ୍ରମନ୍ତ୍ରୀଙ୍କ ଭାଷଣକୁ ଠିକ୍ ଭାବେ ନଶୁଣି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଳିବିଳେଇ ହେଉଛନ୍ତି ଓ ପ୍ରଶ୍ନର ସଠିକ୍ ଉତ୍ତର ନଦେଇ ବିଭ୍ରାନ୍ତିକରଣ ବିବୃତ୍ତି ଦେଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବାକୁ ବିଜେଡି ଚେଷ୍ଟା କରୁଛି ବୋଲି ବିଜେପି ଅଭିଯୋଗ କରିଛି।

Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଳଚେରରେ ଏକ ଜନସଭାରେ ରାଜ୍ୟରେ ବୃଦ୍ଧି ପାଉଥିବା ଦୁର୍ନୀତି ଓ ପିସି କାରବାରକୁ ନେଇ ସିଧାସଳଖ ତୃତୀୟ ମହଲାକୁ ଟାର୍ଗେଟ୍ କରିବା ସହ ରାଜ୍ୟରେ ହେଉଥିବା ଦୁର୍ନୀତି ତୃତୀୟ ମହଲାର ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ହେଉଛି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନାଁରେ ଓ ଓଡ଼ିଶା ଲୋକଙ୍କ ପଇସାରେ ନିଜର ପ୍ରଚାର ପ୍ରସାର କରୁଛନ୍ତି । ଗତକାଲି କୋଟି କୋଟି ଟଙ୍କା ଜବତ ହୋଇଥିବା ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କର ସେ ହେଉଛନ୍ତିି ପୃଷ୍ଠପୋଷକ ବୋଲି ଧର୍ମେନ୍ଦ୍ରଙ୍କ ବୟାନ ଉପରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରେସ୍ ବିବୃତ୍ତି ଜାରି କରି ତାଳଚେର ମହାନଦୀ କୋଲ ଫିଲଡରେ ବ୍ୟାପକ ଦୁର୍ନୀତି ପଛରେ କିଏ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏହାସହିତ ଗତ ୩ବର୍ଷ ମଧ୍ୟରେ ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ୧୮୦ଜଣ ଅଫିସରଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ତଥା ଓଡ଼ିଶା ସମଗ୍ର ଦେଶରେ ନିଜର ସ୍ୱଚ୍ଛ ଓ ପାରଦର୍ଶୀ ପ୍ରଶାସନ ପାଇଁ ପରିଚିତ ବୋଲି ସସ୍ମିତ କହିଛନ୍ତି ।

ତେବେ ସସ୍ମିତଙ୍କ ଏହି ବୟାନକୁ କଡ଼ା ଭାଷାରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀଙ୍କ ଭାଷଣକୁ ଠିକ ଭାବରେ ନ ଶୁଣି ବିଜେଡି ମୁଖପାତ୍ର ବିଳି ବିଳେଇ ହେଉଛନ୍ତି । ଯଦି ପିସି କାରବାର ହେଉ ନାହିଁ ତାହେଲେ କୋଟି କୋଟି ଟଙ୍କା ତଳସ୍ତରର ସରକାରୀ କର୍ମଚାରୀଙ୍କ ପାଖରୁ କେଉଁଠୁ ଆସୁଛି ? ଏହାର ଜବାବ ବିଜେଡି ମୁଖପାତ୍ର ଦେବେ କି ? ଆଜି ଓଡ଼ିଶାରେ ବଡ଼ କାମ କରୁଥିବା ଠିକାଦାରମାନେ କେଉଁ ରାଜ୍ୟର ତାହା ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି । ଯଦି ଦୁର୍ନୀତି ନାହିଁ ତା’ହେଲେ ଗଣମାଧ୍ୟମରେ ବିଡ଼ା ବିଡ଼ା ଟଙ୍କାର ଦୃଶ୍ୟ କେଉଁଠୁ ଆସୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Advertisment

ଓଡ଼ିଶାରେ ଭାରତ ସରକାରଙ୍କ ରାଷ୍ଟ୍ରୀୟ ଉଦ୍ୟୋଗ ଯେଉଁ ବିକାଶ କାର୍ଯ୍ୟକୁ ଆଗକୁ ବଢ଼ାଉଛି ତାକୁ ଅଟକେଇବାର ମୁଖ୍ୟ ନାୟକ ହେଉଛନ୍ତି ବିଜୁ ଜନତା ଦଳର ନେତୃବୃନ୍ଦ । କିଛି ଦିନ ତଳେ ବରଗଡ଼ ଜିଲ୍ଲାର ବିପିସିଏଲ ତରଫରୁ ୧୬୦୭ କୋଟି ଟଙ୍କାରେ ନିର୍ମିତ ହେଉଥିବା ଇଥେନ ପ୍ଲାଂଟ କାର୍ଯ୍ୟର ସମୀକ୍ଷା କରି କେନ୍ଦ୍ର ମନ୍ତ୍ରୀ ଫେରିଲାପରେ ଏହି କାମ ବନ୍ଦ କରିବା ପଛରେ ବିଜୁ ଜନତା ଦଳର କେଉଁ ନେତା ଥିଲେ ତାହା ସସ୍ମିତ ପାତ୍ର ସ୍ପଷ୍ଟ କରିବେ କି ବୋଲି ବିଜେପି ପ୍ରଶ୍ନ କରିଛି । ୨୩ ବର୍ଷ ସରକାରରେ ଦୁର୍ନୀତି ,ଭ୍ରଷ୍ଟାଚାର ,ନାରୀ ନିର୍ଯାତନାରେ ହିଁ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଆଗରେ ଅଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

BjD Bjp State Bjp Bjd Leader