Advertisment

ବିଧାନସଭା ପାଇଁ ରଣନୀତି ଚୂଡ଼ାନ୍ତ କଲେ ବିଜେଡି ଓ ବିଜେପି

ବିଧାନସଭା ଅଧିବେଶନ ପାଇଁ ଉଭୟ ଶାସକ ବିଜେଡି ଓ ବିରୋଧୀ ବିଜେପି ନିଜର ରଣନୀତି ଚୂଡ଼ାନ୍ତ କରିଛନ୍ତି

BJD, BJP

BJD, BJP

Advertisment

ବିଧାନସଭା ଅଧିବେଶନ ପାଇଁ ଉଭୟ ଶାସକ ବିଜେଡି ଓ ବିରୋଧୀ ବିଜେପି ନିଜର ରଣନୀତି ଚୂଡ଼ାନ୍ତ କରିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ  ଓ ସ୍ୱଳ୍ପକାଳୀନ ଅଧିବେଶନ ହୋଇଥିବାରୁ ଗୃହ ବେଶ୍ ସରଗରମ ହେବାର ଆଶଙ୍କା ରହିଛି । ଆଜି ପୂର୍ବାହ୍ନରେ ଉଭୟ ବିଜେଡି ଓ ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି।

Advertisment

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ବିଜେପିର ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି ବିଧାୟକ ଦଳ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ବିଧାୟକମାନେ ଉପସ୍ଥିତ ରହି ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନାକ ରିଛନ୍ତି । ରାଜ୍ୟର ବିଭିନ୍ନ ଜନପ୍ରସଙ୍ଗ, ସାଧାରଣ ଲୋକଙ୍କ ମୈାଳିକ ସମସ୍ୟା ଏବଂ ସାଂପ୍ରତିକ ସାମାଜିକ ଓ ରାଜନୈତିକ ପରିସ୍ଥିତିକୁ ନେଇ ବିଜେପି ବିଧାନସଭା ଅଧିବେସନରେ ପୁଙ୍କାନୁପୁଙ୍ଖ ଆଲୋଚନା କରିବା ସହିତ ସରକାରଙ୍କୁ ଜବାବ୍‌ତଲବ କରିବ । ରାଜ୍ୟରେ ଅନେକ ସମସ୍ୟା ରହିଛି, କିନ୍ତୁ ସମାଧାନର ସୂତ୍ର ଜାଣିନାହାନ୍ତି ରାଜ୍ୟ ସରକାର।

ବିଶେଷ ଭାବେ ପରିକ୍ରମା ପ୍ରକଳ୍ପ ନାମରେ ଜଗନ୍ନାଥ ସଂସ୍କୃତି ଓ ପରଂପରା ପ୍ରତି କୁଠାରଘାତ, ନୂଆ-ଓ ନାମରେ ଶିକ୍ଷାନୁଷ୍ଠାନଗୁଡିକୁ ବିଜେଡିର ଦଳୀୟ ରାଜନୈତିକରଣ, ବିଭିନ୍ନ ବିଭାଗ ପାଇଁ ବଜେଟରେ ବ୍ୟୟବରାଦ ଟଙ୍କା ଖର୍ଚ୍ଚ କରିନପାରିବା, ମଦର ପ୍ରଚାର ପ୍ରସାର ଏବଂ ବିପୁଳ କଳାଟଙ୍କା ଜବତ୍‌, ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଅବ୍ୟବସ୍ଥିତ ଧାନ ମଣ୍ଡି, ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ସମେତ ବ୍ୟାପକ ଭ୍ରଷ୍ଟାଚାର, ବ୍ୟଭିଚାର ଆଦି ଜନବିରୋଧୀ ପ୍ରସଙ୍ଗରେ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବ । ବିଜେଡି ଶାସନରେ ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାର ଚରମ ସୀମା ଅତିକ୍ରମ କରିସାରିଛି ଯାହାକି ୨୪ ବର୍ଷର ନବୀନ ଶାସନରେ ସ୍ପଷ୍ଟ ହୋଇଛି।

Advertisment

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଥିବା ବିଜେଡି ସରକାର ଜଗନ୍ନାଥ ସଂସ୍କୃତି ଓ ପରଂପରାକୁ ଜଳାଞ୍ଜଳୀ ଦେଇଛନ୍ତି । ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅର୍ପଣ ରଥ ଜରିଆରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅପମାନିତ କରାଯିବା ସହିତ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରାଘାତ କରାଯାଇଛି । ଶିକ୍ଷାନୁଷ୍ଠାନ 'ନୂଆ-ଓ" କାର୍ଯ୍ୟକ୍ରମ କେବଳ ଏକ ପ୍ରହସନ ଏବଂ ଏହା ଦ୍ୱାରା ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର ।  ଅବ୍ୟବସ୍ଥିତ ଧାନମଣ୍ଡି ,ଶିକ୍ଷକ ନିଯୁକ୍ତି ଦୁର୍ନୀତି ସମେତ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଆଦି ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସେ କହଛନ୍ତ । ଏଥିରେ ଦଳର ବିଧାୟକମାନେ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଦଳ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ସ୍ୱଳ୍ପକାଳୀନ ଅଧିବେଶନରେ ସମସ୍ତ ବିଧାୟକଙ୍କୁ ଉପସ୍ଥିତ ରହିବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିରୋଧୀଙ୍କ ପ୍ରଶ୍ନର ସଠିକ୍ ମୁକାବିଲା କରିବା ସହ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ଉଠାଇବାକୁ ପରାମର୍ଶ ଦିଆଯାଇଛି।

BjD State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe