ହେଲପଲାଇନ୍ ନମ୍ବର ଜାରି କଲେ ବିଜେଡି ଓ ବିଜେପି: ଲୋକ ଓ ପ୍ରଶାସନକୁ ସହୟତା ପାଇଁ କର୍ମୀଙ୍କୁ ପରାମର୍ଶ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି । ସଜାଗ ରହି ଏକାଠି ବାତ୍ୟା ‘ଦାନା’କୁ ସଫଳତାର ସହ ମୁକାବିଲା କରିପାରିବା ।

Cyclone

Representational Image

Ordigital Desk
  • Published: Wednesday, 23 October 2024
  • Updated: 23 October 2024, 10:01 PM IST

Sports

Latest News

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ରାଜ୍ୟରେ କ୍ଷମତାସୀନ ବିଜେପି ଓ ବିରୋଧୀ ଦଳ ବିଜେଡି ଆଜି ପୃଥକ ପୃଥକ୍ ହେଲପଲାଇନ୍ ନମ୍ବର ଜାରି କରିଛନ୍ତି । ଏହାସହିତ ସାଧାରଣ ଲୋକଙ୍କୁ ସହାୟତା ପାଇଁ ଦୁଇ ଦଳ ନିଜ ନିଜର କର୍ମୀ,ନେତା,ନିର୍ବାଚିତ ପ୍ରତିନିଧି, ବିଧାୟକ ଓ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ।  ବିଜେପି ନିଜର ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବାବେଳେ ବିଜେଡି ମଧ୍ୟ ତା’ର ସଦସ୍ୟତା ଅଭିଯାନକୁ ୮ଦିନ ଘୁଂଚାଇ ଦେଇଥିବା ଜଣାପଡ଼ିଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି । ସଜାଗ ରହି ଏକାଠି ବାତ୍ୟା ‘ଦାନା’କୁ ସଫଳତାର ସହ ମୁକାବିଲା କରିପାରିବା । ବାତ୍ୟା ମୁକାବିଲା ପାଇଁ ଆମର ଏକ ପ୍ରଭାବୀ ବିପର୍ଯ୍ୟୟ ପରିଚାଳନା ନୀତି ରହିଛି । ପୂର୍ବରୁ ଆମେ ସମସ୍ତେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ ବୋଲି ନବୀନ କହିଛନ୍ତି ।

Also Read

ସେହିପରି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଓ ପ୍ରିୟବ୍ରତ ମାଝୀ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟ ଯିବା ପର୍ଯ୍ୟନ୍ତ ବିଜେଡି କର୍ମୀମାନେ ଶଙ୍ଖଭବନରେ ଉପସ୍ଥିତ ରହିବେ । ଫୋନ୍ ନମ୍ବର ଜରିଆରେ ଆମକୁ ଲୋକେ ସମସ୍ୟା ଜଣାଇଲେ ଆମ କର୍ମୀମାନେ ସ୍ଥାନୀୟସ୍ତରରେ ଲୋକ ଓ ପ୍ରଶାସନକୁ ସହଯୋଗ ଯୋଗାଇଦେବେ । ପ୍ରତ୍ୟେକ ଜୀବନ ଆମପାଇଁ ମୂଲ୍ୟବାନ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନେକ ସଫଳ ବାତ୍ୟା ମୁକାବିଲା ଓଡ଼ିଶା କରିଛି । ଯାହାକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛନ୍ତି । ବିଜେଡି କର୍ମୀ, ନେତା, ପଂଚାୟତ ପ୍ରତିନିଧିମାନେ ସମସ୍ତେ ପ୍ରଶାସନକୁ ସହଯୋଗ କରିବେ । ଲୋକଙ୍କର ଯେଭଳି କ୍ଷତିନହେବ ସେ ଦିଗରେ ଯତ୍ନବାନ ହେବା ପାଇଁ ବିଜେଡି  କହିଛି । ଏହାସହିତ ଦଳ ପକ୍ଷରୁ ଦୁଇଟି ହେଲପଲାଇନ୍ ନମ୍ବର ଜାରି ହୋଇଛି । ଯାହା ହେଲା ୯୯୩୭୦୫୭୫୨୮ ଓ ୮୯୮୪୩୦୩୫୩୪ । ଯେକୌଣସି ଲୋକ ଏହି ଦୁଇଟି ନମ୍ବରକୁ ଫୋନ୍ କରି ସହଯୋଗ ଲୋଡ଼ିପାରିବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବାତ୍ୟା ‘ଦାନା’ ପାଇଁ ନିଜେ ସତର୍କ ରହିବା ଓ ଅନ୍ୟମାନଙ୍କୁ ସତର୍କ କରାଇବା ପାଇଁ ଦଳୀୟ କର୍ମୀ, ନେତା ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ ପରାମର୍ଶ ଦିଆଯାଇଛି । ଦଳର ସମସ୍ତ ସାଂସଦ, ବିଧାୟକ, ନିର୍ବାଚିତ ଜନପ୍ରତିନିଧି, ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ଉପସ୍ଥିତ ରହି ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବେ । ମିଛ ଓ ଗୁଜବରୁ ଦୂରେଇ ରହିବା ସହିତ ଅଯଥା ଆତଙ୍କିତ ନହେବାକୁ ସେ ଅନୁରୋଧ କରିଛନ୍ତି । ବିଜେପି ପକ୍ଷରୁ ୨୪ଘଂଟିଆ ହେଲପଲାଇନ୍ ନମ୍ବର ୦୬୭୪-୨୩୯୩୯୮୪ ଜାରି କରାଯାଇଛି । ତଳିଆ ଓ ତଟକୂଳ ଅଂଚଳରେ ବାସ କରୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାରେ ପ୍ରଶାସନ ଓ ସରକାରକୁ ସହଯୋଗ କରିବା ଆମ ସମସ୍ତଙ୍କ ପ୍ରାଥମିକତା । ସାମାଜିକ ସଂଗଠନଗୁଡିକ ସମେତ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଏହି ବିପର୍ଯ୍ୟୟକୁ ମୁକାବିଲା କରିବା ନିମନ୍ତେ ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି । ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ କଳାବଜାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯାଇଛି । ବିଜେପିର ସମସ୍ତ କାର୍ଯ୍ୟକର୍ତା ସକ୍ରିୟ ରହି ଲୋକଙ୍କ ପାଖେ ପହଁଚିବେ ବୋଲି ଶ୍ରୀ ସାମଲ କହିଛନ୍ତି ।

ବିଜେପିର ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ଗୋଲକ ପ୍ରସାଦ ମହାପାତ୍ର ଓ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story