Advertisment

ସେନା ଅଫିସରଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯାତନା: ରାଜଭବନ ଘେରିଲା ବିଜେଡି, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭରତପୁର ଥାନାରେ ସେନା ଅଫିସରଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ଯାତନା ଘଟଣା ପ୍ରତିବାଦରେ ଆଜି ବିଜେଡି ମହିଳା ୱିଙ୍ଗ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

Congress

Congress

Advertisment

ଭାରତୀୟ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନା ପୁଲିସର ଅମାନବୀୟ ନିର୍ଯାତନା ପ୍ରତିବାଦରେ ଆଜି ଉଭୟ ବିଜେଡି ଓ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେଡିର ମହିଳା ୱିଙ୍ଗ ପକ୍ଷରୁ ଆଜି ଶନିବାର ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାବେଳେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇସ୍ତଫା ଦାବି କରିଛି।

Advertisment

ଭରତପୁର ଥାନାରେ ସେନା ଅଫିସରଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ଯାତନା ଘଟଣା ପ୍ରତିବାଦରେ ଆଜି ବିଜେଡି ମହିଳା ୱିଙ୍ଗ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦଳର ଶତାଧିକ ମହିଳା ହାତରେ ପ୍ଲାକାର୍ଡ ଧରି ରାଜଭବନ ସମ୍ମୁଖରେ ପ୍ରତିବାଦ ସଭା କରି ରାଜ୍ୟର ବିଜେପି ସରକାର ଉପରେ ବର୍ଷିବା ସହ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରିଛନ୍ତି । ବିଜେଡି ମହିଳା ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଲତିକା ପ୍ରଧାନ, ଟୁକୁନି ସାହୁ, ଶ୍ରୀମୟୀ ମିଶ୍ର, ସୁଲୋଚନା ଦାସ, ସୁମିତ୍ରା ଜେନା, ଗୀତାଞ୍ଜଳି ବସ୍ତିଆ, ଲୋପାମୁଦ୍ରା ବକ୍ସିପାତ୍ର, ଇପସିତା ସାହୁ ପ୍ରମୁଖ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ତୁରନ୍ତ ସେନା ଅଫିସରଙ୍କ ବାନ୍ଧବୀଙ୍କ ପ୍ରତି ହୋଇଥିବା ଅମାନବୀୟ ଆଚରଣର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ। ଏହାପରେ ବିଜେଡିର ଏକ ଟିମ୍ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରି ଭରତପୁର ଥାନାରେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯାତନା ଏବଂ ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅଙ୍କ ଦ୍ୱାରା ଜଣେ ଏଏସଓଙ୍କୁ ଅମାନୀୟ ଆଚରଣ ଘଟଣାରେ ହସ୍ତକ୍ଷେପ ସହ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି । ବିଜେଡି ଭରତପୁର ଘଟଣାରେ ବିଚାରବିଭାଗୀୟ ତଦନ୍ତ ଦାବି କରିଛି।

ସେହିପରି ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ ପାଇଁ ଉଦ୍ୟମ ହୋଇଥିଲା । କଂଗ୍ରେସର ଶତାଧିକ କର୍ମୀ  ମହାତ୍ମା ଗାନ୍ଧି ମାର୍ଗରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବା ପାଇଁ ଉଦ୍ୟମ କରିଥିଲେ । କଂଗ୍ରେସ ପକ୍ଷରୁ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଇସ୍ତଫା ଦାବି କରାଯାଇଛି ।

Advertisment

ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଓ ମନୋଜ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମହିଳା ବିରୋଧୀ ହିଂସା ପ୍ରତି ରାଜ୍ୟର ବିଜେପି ସରକାର ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରିବାକୁ ବଦ୍ଧପରିକର । ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଜେଡି ମୁଖଆ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ ‘ଯାଦୁଆ ବିକୁଛି ଯାଦୁ ମଲମ’ ଓ ‘ମଦୁଆ କରୁଛି ନିଶା ନିବାରଣ’ କୁ ମନେ ପକାଇ ଦେଉଛି । ବିରୋଧୀ ଦଳଗୁଡ଼ିକ ବିଜେପି ସରକାରକୁ ସହି ନପାରି ଏଭଳି ଆନ୍ଦୋଳନ କରୁଛନ୍ତି । ବିରୋଧୀ ଦଳ ଏହି ଘଟଣାରେ ରାଜନୀତି ନକରି ଧେର୍ଯ୍ୟ ଧରନ୍ତୁ, ପୀଡ଼ିତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ବିଜେପି କହିଛି ।

BjD Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe