Advertisment

ଆଉ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଅନନ୍ତଙ୍କୁ ମିଳିଲା ଟିକେଟ

ସମ୍ବଲପୁରରୁ ଲଢ଼ିବେ ପ୍ରସନ୍ନ ଆଚାର୍ଯ୍ୟ। ରୋହିତଙ୍କୁ ମିଳିଲା ରେଢ଼ାଖୋଲ।

author-image
Jitendra Garnayak
ଅଦ୍ୟତନ ହୋଇଛି
Ananta Jena

Ananta Jena

ଆଉ ୯ ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତା’ସହିତ ବାଲେଶ୍ୱର ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି।

Advertisment

ଦଳ ଲକ୍ଷ୍ମୀପୁରରୁ ପ୍ରଭୁ ଜାନିଙ୍କୁ ପ୍ରାର୍ଥୀ କରିଥିବା ବେଳେ ପାରାଦୀପରୁ ଗୀତାଞ୍ଜଳି ରାଉତରାୟ, ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ, ରେଢ଼ାଖୋଲରୁ ରୋହିତ ପୂଜାରୀ, ତେଲକୋଇରୁ ମାଧବ ସର୍ଦ୍ଦାର, ତାଳଚେରରୁ ବ୍ରଜ ପ୍ରଧାନ, ନର୍ଲାରୁ ମନୋରମା ମହାନ୍ତି, ବାଲିଗୁଡ଼ାରୁ ଚକ୍ରମଣି କହଁର ଓ ଭୁବନେଶ୍ୱର ମଧ୍ୟରୁ ଅନନ୍ତ ନାରାୟଣ ଜେନାଙ୍କ ନାଁ ଘୋଷଣା କରାଯାଇଛି। 

ଭୁବନେଶ୍ୱର ମଧ୍ୟ ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିଲେ କର୍ପୋରେଟର ଅମରେଶ ଜେନା। ସେଥିପାଇଁ ସେ ଅନନ୍ତ ବିରୋଧୀ ଅଭିଯାନ ଚଲାଇଥିଲେ ଓ ଦଳ ଉପରେ ଚାପ ପକାଇବାକୁ ପ୍ରୟାସ କରିଥିଲେ। ଅନ୍ୟପକ୍ଷରେ ଅନନ୍ତ ବି ଟିକେଟ ପାଇବା ପାଇଁ ପ୍ରୟାସ କରିଥିଲେ। ଆଉ ଶେଷରେ ଅମରେଶ ଓ ତାଙ୍କ ସମର୍ଥକଙ୍କୁ ନିରାଶ ହେବାକୁ ପଡ଼ିଛି। ଅନନ୍ତଙ୍କ ଉପରେ ପୁଣି ଭରସା କରିଛି ଦଳ। 

Advertisment

ଏଥର ରେଢ଼ାଖୋଲରୁ ଟିକେଟ ନେବାକୁ ଚାହୁଁଥିଲେ ପ୍ରସନ୍ନ ଆଚାର୍ଯ୍ୟ। କିନ୍ତୁ ଦଳ ତାଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରିଛି। ରୋହିତ ପୂଜାରୀ ଗତଥର ରେଢ଼ାଖୋଲ ଆସନରୁ ବିଜୟୀ ହୋଇଥିବା ବେଳେ ଦଳ ପୁଣି ଥରେ ତାଙ୍କ ଉପରେ ଭରସା କରି ସେଠାରୁ ଟିକେଟ ଦେଇଛି।  

ସ୍ୱର୍ଗତ ଦାମୋଦର ରାଉତଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଟିକେଟ କଟିଯାଇଛି। ସମ୍ବିତଙ୍କ ବଦଳରେ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ଦଳ ଟିକେଟ ଦେଇଛି। 

୧୪୭ଟି ବିଧାନସଭା ଆସନରୁ ବିଜେଡି ଏଯାବତ ୧୧୭ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଅନ୍ୟପକ୍ଷରେ ୨୧ଟି ଯାକ ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛି। କେବଳ ବାଲେଶ୍ୱର ଆସନ ବାକି ଥିଲା। ବାଲେଶ୍ୱର ଲୋକସଭା ଆସନ ପାଇଁ ଆଜି ବିଜେଡି ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାଁ ଘୋଷଣା କରିଛି। ନିକଟରେ ଲେଖାଶ୍ରୀ ସାମନ୍ତସିଂହାର ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ। 

2024 General Election BjD Odisha Assembly Election 2024