Advertisment

ବିଜେଡି ଘୋଷଣା କଲା ଆଉ ୬ ଲୋକସଭା ପ୍ରାର୍ଥୀଙ୍କ ନାଁ

ପ୍ରଥମ ପର୍ଯ୍ୟାୟରେ ୯ଟି ଲୋକସଭା ଆସନ ପାଇଁ ବିଜେଡି ଘୋଷଣା କରିଥିଲା ପ୍ରାର୍ଥୀ।

ଅଦ୍ୟତନ ହୋଇଛି
Arup Patnaik

Arup Patnaik

Advertisment

ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ଆଉ ୬ଟି ପାଇଁ ବିଜେଡି ଘୋଷଣା କରିଛି ପ୍ରାର୍ଥୀ। ଏହା ପୂର୍ବରୁ ୯ଟି ଲୋକସଭା ଆସନ ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ। ଏହିପରି ମୋଟ ୧୫ଟି ଲୋକସଭା ଆସନ ପାଇଁ ଆଜି ଦଳ ଘୋଷଣା କରିଛି ପ୍ରାର୍ଥୀ।  

Advertisment

ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି,ତା’ ମଧ୍ୟରେ ପୁରୀ, ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, କଟକ ଓ ଯାଜପୁର ରହିଛି।

ପୁରୀ ଲୋକସଭା ଆସନ ପାଇଁ ବିଜେଡି ଅରୂପ ପଟ୍ଟନାୟକଙ୍କ ନାଁ ଘୋଷଣା କରିଥିବା ବେଳେ ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, କଟକରୁ ସଂତୃପ୍ତ ମିଶ୍ର ଓ ଯାଜପୁରରୁ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି। 

Advertisment

ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଅବିନାଶ ସାମଲ ଓ ସଂତୃପ୍ତ ମିଶ୍ର ହେଉଛନ୍ତି ନୂଆ ମୁହଁ। ଅବିନାଶ ହେଉଛନ୍ତି ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ପୁତୁରା। ସେହିପରି ନିକଟରେ ବିର୍ଲା ଗ୍ରୁଫର ଉପସଭାପତି ପଦ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ସଂତୃପ୍ତ ମିଶ୍ର। ଅରୂପ ପଟ୍ଟନାୟକ ୨୦୧୯ରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡିର ପ୍ରାର୍ଥୀ ହୋଇଥିଲେ। ତେବେ ବିଜେପିର ଅପରାଜିତା ଷଡ଼ଙ୍ଗୀଙ୍କଠାରୁ ସେ ପରାସ୍ତ ହୋଇଥିଲେ। 

୨୦୧୯ରେ ବିଜେଡି ପୁରୀରୁ ପିନାକୀ ମିଶ୍ର, ଢେଙ୍କାନାଳରୁ ମହେଶ୍ୱର ସାହୁ ଓ କଟକରୁ ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିଥିଲା ଏବଂ ସେମାନେ ସମସ୍ତେ ବିଜୟୀ ହୋଇଥିଲେ। ପିନାକୀ ଓ ମହେଶ୍ୱରଙ୍କୁ ଟିକେଟ ମିଳି ନଥିବା ବେଳେ ଭର୍ତ୍ତୃହରି ମହତାବ ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ। 

ପୂର୍ବରୁ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ। କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ କୁମାର ମାଝୀ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ହିକକା ଓ ଆସିକାରୁ ରଞ୍ଜିତା ସାହୁଙ୍କ ନାଁ ଘୋଷଣା କରାଯାଇଥିଲା। ଏହି ପ୍ରାର୍ଥୀଙ୍କ ମଧ୍ୟରେ ନୂଆ ମୁହଁ ହେଉଛନ୍ତି ଆସିକାରୁ ପ୍ରାର୍ଥୀ ହୋଇଥିବା ରଞ୍ଜିତା ସାହୁ ଓ ଭୁବନେଶ୍ୱରର ପ୍ରାର୍ଥୀ ମନ୍ମଥ ରାଉତରାୟ। 

BjD Lokaseva Bhaban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe