Advertisment

ଆଉ ୯ ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି; ପ୍ରସନ୍ନଙ୍କ ସିଟ୍‌ ବଦଳିଲା

ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରରୁ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିବା ପରେ ତାଙ୍କୁ ରେଢାଖୋଲ ଓ ସେଠାରେ ପ୍ରାର୍ଥୀ ଥିବା ରୋହିତ ପୂଜାରୀଙ୍କୁ ସମ୍ବଲପୁର ଆସନରୁ ପ୍ରାର୍ଥୀ କରିଛି ଦଳ।

author-image
Niharika Rout
ଅଦ୍ୟତନ ହୋଇଛି
Rohit Pujari & Prasanna Acharya

Rohit Pujari & Prasanna Acharya

ବିଜେଡି ଆଜି ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ପଞ୍ଚାମ ପର୍ଯ୍ୟାୟ ବିଧାନସଭା ତାଲିକାରେ ନବୀନ ପଟ୍ଟନାୟକଙ୍କ ସମେତ ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ବାକି ଥିବା ଜୟପୁର, ଚିତ୍ରକୋଣ୍ଡା ଆସନ ପାଇଁ ବି ପ୍ରାର୍ଥୀ ଘୋଷଣା ହୋଇଛି।

Advertisment

ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରରୁ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିବା ପରେ ତାଙ୍କୁ ରେଢାଖୋଲ ଓ ସେଠାରେ ପ୍ରାର୍ଥୀ ଥିବା ରୋହିତ ପୂଜାରୀଙ୍କୁ ସମ୍ବଲପୁର ଆସନରୁ ପ୍ରାର୍ଥୀ କରିଛି ଦଳ।

ଏହା ସହିତ ବିଜେଡି ମୋଟ ୧୨୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଗତଥର ଭଳି ନବୀନଙ୍କୁ ପଶ୍ଚିମ ଓଡ଼ିଶାର କଣ୍ଟାବାଂଜିରୁ ବିଜେଡି ପ୍ରାର୍ଥୀ କରି ପଶ୍ଚିମ ଓଡ଼ିଶା ଭୋଟକୁ ହାତେଇବାକୁ ଲକ୍ଷ୍ୟ ରଖିଛି। ନବୀନଙ୍କ ଘୋଷଣା ଅନୁସାରେ ଜୟପୁରରୁ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ, ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ସାନଖେମୁଣ୍ଡିରୁ ରାଣୀ ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ , ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର ଛତରିଆ, ଦେବଗଡ଼ରୁ ଅରୁନ୍ଧତି କୁମାରୀ ଦେବୀ, ନିମାପଡ଼ାରୁ ଦିଲୀପ କୁମାର ନାୟକ ଓ ଅନୁଗୁଳରୁ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ପତ୍ନୀ ସଙ୍ଗୀତା ସିଂଙ୍କୁ ଦଳ ପ୍ରାର୍ଥୀ କରିଛି।

Advertisment

ଉଲ୍ଳେଖଯୋଗ୍ୟ, ଅରୁନ୍ଧତି ଦେବୀ ଓ ଦିଲ୍ଲୀପ ନାୟକ ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେହିପରି ରାଜେନ୍ଦ୍ର ଛତରିଆ ମଧ୍ୟ ଦଳ ଡେଇଁ ନିକଟରେ ବିଜେଡିରେ ସାମିଲ ହୋଇଥିଲେ। ଏହି ପ୍ରାର୍ଥୀମାନଙ୍କ ନାମ ଘୋଷଣା ସହ ବିଜେଡି ଏପର୍ଯ୍ୟନ୍ତ ୧୨୬ ଆସନରେ ମୋଟ ୨୮ ଜଣ ମହିଳାଙ୍କୁ ପ୍ରାର୍ଥୀ କରି ସାରିଲାଣି ।

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ନବୀନ ପଟ୍ଟନାୟକ ନିଜେ ଏକ ଝଡ଼,ବାତ୍ୟା। ସେ ଯେଉଁଠିକି ଯିବେ ଓଡ଼ିଶାର ବିକାଶର ବାର୍ତ୍ତା ନେଇ ଯିବେ। 

ସମ୍ବଲପୁରର ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ କହିଛନ୍ତି, ବିଜେପି ସରକାର ସମ୍ବଲପୁରକୁ ସ୍ମାର୍ଟ ସିଟି କରିବାକୁ ଆନ୍ତରିକତା ପ୍ରକାଶ କରି ନ ଥିଲେ। ଆମେ ସମ୍ବଲପୁରକୁ ସ୍ମାର୍ଟ ସିଟି କରିକି ଦେଖାଇବୁ। ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାକୁ ଖୁବ୍‌ ଭଲ ପାଆନ୍ତି। ଆମେ ସବୁବେଳେ ଲୋକଙ୍କ ସେବ କରୁ । ନିର୍ବାଚନ ଆସିଲେ ଆମେ ଲଢ଼ିବୁ ଓ ନିଶ୍ଚିତ ଭାବେ ଜିତିବୁ । ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀ ହେଲେ ଜଣେ କିଛି ନ କରି ବି ଅଧା ନିର୍ବାଚନ ଜିତି ଯାଇଥାଏ ।

ବିଜେଡିର ପଞ୍ଚମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା ପରେ ବହୁ ଆସନରେ ବିଜେଡି ପ୍ରାର୍ଥୀ ବଦଳାଇଥିବା ଜଣାଯାଇଛି। ନିମାପଡ଼ା ଆସନ ପାଇଁ ପୂର୍ବତନ ମନ୍ତ୍ରୀ ସମୀର ଦାସ ଟିକେଟ ଆଶାୟୀ ଥିବା ବେଳେ ତାଙ୍କ ପରିବର୍ତ୍ତେ ଦଳ ଦିଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। କୁଚିଣ୍ଡାରେ କିଶୋର ନାୟକଙ୍କୁ ବି ଟିକେଟ ଦେଲାନି ବିଜେଡି । କିଶୋରଙ୍କ ଜାଗାରେ ରାଜେନ୍ଦ୍ର ଛତ୍ରିଆଙ୍କୁ ଟିକେଟ ଦେଇଛି ବିଜେଡି ।

ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଟିକେଟ କଟିଥିବା ସ୍ପଷ୍ଟ ହୋଇଛି। ବାକାଙ୍କ ଜାଗାରେ ଲକ୍ଷ୍ମୀପ୍ରିୟା ନାୟକ ହୋଇଛନ୍ତି ବିଜେଡି ପ୍ରାର୍ଥୀ ।

BjD