ଆସନ୍ତା ଏପ୍ରିଲ ୩ ତାରିଖରେ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ବିଜେଡି ଆଜି ୬ଜଣଙ୍କୁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି । ଅତାବିରା ଏନଏସି ପାଇଁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ସୁଶାନ୍ତ ସିଂ ଓ ଦେବେଶ ଆଚାର୍ଯ୍ୟଙ୍କୁ ଦାୟିତ୍ୱ ମିଳିଛି । ସେହିପରି ହିନ୍ଦୋଳ ଏନଏସି ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ବିଧାୟକ ସୁଧୀର ସାମଲ ଓ ସୁଶାନ୍ତ ରାଉତଙ୍କ ସମେତ କୁନବିହାରୀ ଦାସ ରହିଛନ୍ତି ।
Also Read
ସୂଚନାଯୋଗ୍ୟ, ହିନ୍ଦୋଳ ଏନଏସିର ୧୬ଟି ୱାର୍ଡରେ ମୋଟ ୯୮୭୭ଜଣ ଭୋଟର ଓ ଅତାବିରା ଏନଏସିର ୧୨ଟି ୱାର୍ଡରେ ୧୩୫୨୦ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏବେ ଏହି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cuttack
ମଦ ନିଶାରେ ସାଙ୍ଗକୁ ପିଟି ମାରିଦେଲା ସାଙ୍ଗ!
ପୁଲିସର ସୂଚନା ଅନୁସାରେ ସନ୍ତୋଷକୁ ଶଙ୍କର ଆଜି ନିଜ ଘରକୁ ଡାକିଥିଲା। ସେଠାରୁ ଉଭୟ ବଉଳକୁଦ ନଦୀ ବନ୍ଧକୁ ମଦ ପିଇବା ପାଇଁ ଯାଇଥିଲେ। ସେଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
Politics
ଭୋଟ୍ ପୂର୍ବରୁ ଓଡ଼ିଶାରେ ବଢ଼େ ବିଧାୟକଙ୍କ ଦରମା: ସାଧାରଣ ଲୋକ ଓ କର୍ମଚାରୀଙ୍କ ଦୁଃଖ ବୁଝୁଛି କିଏ?
ମାତ୍ର ସାଢ଼େ ୫ବର୍ଷ ବ୍ୟବଧାନରେ ପୁଣିଥରେ ନିଜର ଦରମା ବଢ଼ାଇବାକୁ ରାଜ୍ୟର ୩ ପ୍ରମୁଖ ଦଳର ବିଧାୟକମାନେ ଏକଜୁଟ ହୋଇଛନ୍ତି ।
International
ଏବେ ଗିରଫ ହେବେନି ଇମ୍ରାନ ଖାନ, ଦିନ ୧୦ଟା ଯାଏ ମିଳିଲା ଆଶ୍ୱସ୍ତି
କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଇମ୍ରାନ ଖାନଙ୍କ ଘର ପାଖରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ସେହିପରି ଦିନ ତମାମ ଇମ୍ରାନଙ୍କ ଘର ବାହାରେ ଉପସ୍ଥିତ ଥିବା ତାଙ୍କ ସମର୍ଥକମାନେ ନାରାବାଜୀ କରି କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।
Bhubaneswar
ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ପରେ ବଦଳିଲା ମାଟ୍ରିକ ପରୀକ୍ଷା ନିୟମ
ଚାଲିଥିବା ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ନେଇ ବହୁ ଅଭିଯୋଗ ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଆଯାଇଛି ପ୍ରତିକାରମୂଳକ ପଦକ୍ଷେପ।