BJD
ଆସନ୍ତା ଏପ୍ରିଲ ୩ ତାରିଖରେ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ବିଜେଡି ଆଜି ୬ଜଣଙ୍କୁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି । ଅତାବିରା ଏନଏସି ପାଇଁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ସୁଶାନ୍ତ ସିଂ ଓ ଦେବେଶ ଆଚାର୍ଯ୍ୟଙ୍କୁ ଦାୟିତ୍ୱ ମିଳିଛି । ସେହିପରି ହିନ୍ଦୋଳ ଏନଏସି ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ବିଧାୟକ ସୁଧୀର ସାମଲ ଓ ସୁଶାନ୍ତ ରାଉତଙ୍କ ସମେତ କୁନବିହାରୀ ଦାସ ରହିଛନ୍ତି ।
ସୂଚନାଯୋଗ୍ୟ, ହିନ୍ଦୋଳ ଏନଏସିର ୧୬ଟି ୱାର୍ଡରେ ମୋଟ ୯୮୭୭ଜଣ ଭୋଟର ଓ ଅତାବିରା ଏନଏସିର ୧୨ଟି ୱାର୍ଡରେ ୧୩୫୨୦ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏବେ ଏହି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJD__1677506022.jpg)