Advertisment

ବିଜେଡିକୁ 'ନିମାପଡ଼ା' ଚିନ୍ତା, ୮ ଜଣଙ୍କୁ ଦେଲା ଦାୟିତ୍ୱ

ବିଜେପି ନିମାପଡ଼ାରୁ ପ୍ରଭାତୀ ପରିଡ଼ାଙ୍କୁ ପ୍ରାର୍ଥୀ କରିଛି। ପ୍ରଭାତୀ ପରିଡ଼ା ନିଶ୍ଚିୟ ବିଜୟୀ ହେବେ ବୋଲି ଘୋଷଣା କରିଛନ୍ତି ସମୀର ରଞ୍ଜନ ଦାଶ।

author-image
Jitendra Garnayak
Sameer Dash and Dillip Nayak

Sameer Dash and Dillip Nayak

ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଂଜନ ଦାଶ ବିଜେପିକୁ ଯିବା ପରେ ନିମାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେଡି କରିଛି ସ୍ୱତନ୍ତ୍ର ରଣନୀତି। ନିମାପଡ଼ା ଆସନ ଲାଗି ୮ ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ। ଏହି ୮ ନେତାଙ୍କୁ ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତ କରିଛି ଦଳ। ସେମାନେ ହେଉଛନ୍ତି- ସୁଭାଶିଷ ଖୁଣ୍ଟିଆ, ଉମାକାନ୍ତ ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥୀ, ରମା ରଞ୍ଜନ ବଳିଆରସିଂହ, ସଂଗ୍ରାମ ପାଇକରାୟ, କମଳ ପାତ୍ର, ସୁନୀଲ ମହାନ୍ତି ଓ ଦିବାକର ପାତ୍ର।

Advertisment

ନିମାପଡ଼ାରେ ଶେଷ ପର୍ଯ୍ୟାୟରେ ଭୋଟ ହେବାକୁ ଯାଉଥିବା ବେଳେ ଏଠାରୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ନାୟକ। ତିନି ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଟିକେଟ୍ କାଟି ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ଦିଲ୍ଲୀପ ବିଜେପିରୁ ଆସି ବିଜେଡିରେ ଯୋଗ ଦେଇଛନ୍ତି।  ଅନ୍ୟପକ୍ଷରେ ଟିକେଟ୍ ନପାଇବାରୁ ସମୀର ବିଜେଡିରୁ ଇସ୍ତଫା ଦେଇଛନ୍ତି। ନିକଟରେ ସେ ବିଜେପିରେ ଯୋଗ ଦେଇଛନ୍ତି।

ବିଜେପି ନିମାପଡ଼ାରୁ ପ୍ରଭାତୀ ପରିଡ଼ାଙ୍କୁ ପ୍ରାର୍ଥୀ କରିଛି। ପ୍ରଭାତୀ ପରିଡ଼ା ନିଶ୍ଚିୟ ବିଜୟୀ ହେବେ ବୋଲି ଘୋଷଣା କରିଛନ୍ତି ସମୀର ରଞ୍ଜନ ଦାଶ। ଟିକେଟ କାଟିବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ ସମୀର ରଞ୍ଜନ ଦାଶ ବିଜେଡି ଉପରେ ଚାପ ପ୍ରୟୋଗ କରିବାକୁ ପ୍ରୟାସ କରିଥିଲେ। ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ସମାବେଶ କରିଥିଲେ। ଏମିତିକି ତାଙ୍କର କିଛି ସମର୍ଥକ ଦଳ ଛାଡ଼ି ବିଜେପିରେ ମିଶିଥିଲେ। କିନ୍ତୁ ଦଳ ନିଷ୍ପତ୍ତି ବଦଳାଇ ନଥିଲା। ଓଲଟି ସମୀରଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଦାୟିତ୍ୱ ଦେଇଥିଲା ଦଳ ଏବଂ ଟିକେଟ ନେଇ ପୁନର୍ବିଚାର କରାଯିବ ନାହିଁ ବୋଲି ପରୋକ୍ଷରେ ଜଣାଇ ଦେଇଥିଲା।   

Advertisment
BjD Samir Dash 2024 General Election Loka Sabha Election 2024 Odisha Assembly Election 2024