Advertisment

ରାଜ୍ୟସଭା ମୁଖ୍ୟ ସଚେତକ ପଦରୁ ସୁଲତା ବିଦା

ତେବେ ରାଜନୀତି ମହଲରେ ଚର୍ଚ୍ଚା ହେଉଛି, ଦିନକ ତଳେ ଭୁବନେଶ୍ୱରରେ ଜନସଂପର୍କ ପଦଯାତ୍ରା ପାଇଁ ଆୟୋଜିତ ସଭାରେ ନବୀନଙ୍କ ବେକରେ ସାଂସଦ ସୁଲତା ଉତ୍ତରୀୟ ପକାଇଥିଲେ।

Sulata Deo

Sulata Deo

Advertisment

ହଟିଲେ ସୁଲତା ଦେଓ। ସାଂସଦ ମାନସ ମଙ୍ଗରାଜ ହେଲେ ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ। ସାଂସଦ ସୁଲତା ଦେଓଙ୍କ ସ୍ଥାନରେ ମାନସ ମଙ୍ଗରାଜଙ୍କୁ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସ୍ଥାପିତ କରିଛନ୍ତି। ହେଲେ ନବୀନ ହଠାତ କାହିଁକି ଏ ପଦକ୍ଷେପ ନେଲେ, ତାହା ଜଣାପଡ଼ି ନାହିଁ।

Advertisment

ତେବେ ରାଜନୀତି ମହଲରେ ଚର୍ଚ୍ଚା ହେଉଛି, ଦିନକ ତଳେ ଭୁବନେଶ୍ୱରରେ ଜନସଂପର୍କ ପଦଯାତ୍ରା ପାଇଁ ଆୟୋଜିତ ସଭାରେ ନବୀନଙ୍କ ବେକରେ ସାଂସଦ ସୁଲତା ଉତ୍ତରୀୟ ପକାଇଥିଲେ। ସେହି ସମୟରେ ନବୀନ ବିରକ୍ତ ପ୍ରକାଶ କରୁଥିବା ଦେଖିବା ମିଳିଥିଲା। ଏପରିକି ବିରକ୍ତ ହୋଇ ନବୀନ ନିଜେ ସେହି ଉତ୍ତରୀୟକୁ କାଢ଼ି ଦେଇଥିଲେ। ସେଥିପାଇଁ ସୁଲତା ଦେଓଙ୍କ ପକ୍ଷ ଛେଦନ କରାଯାଇଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ରାଜ୍ୟସଭା ଚେୟାରମ୍ୟାନ୍ ପ୍ୟାନେଲରେ ସୁଲତାଙ୍କ ସ୍ଥାନରେ ମମତା ମହାନ୍ତଙ୍କୁ ଦେଖିବାକୁ ମିଳିଥିଲା।

ତେବେ ଏନେଇ ସୁଲତା ଦେଓ ପ୍ରତିକ୍ରିୟା ମିଳିପାରି ନାହିଁ।

Naveen Patnaik BjD Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe