ସଞ୍ଜୟଙ୍କ ନିର୍ବାସନ ସରିଲା

  • Published: Friday, 03 November 2023
  • , Updated: 03 November 2023, 02:07 PM IST

ପ୍ରାୟ ଅଢ଼େଇ ବର୍ଷର ସାଂଗଠନିକ ନିର୍ବାସନର ଅନ୍ତ ହୋଇଛି । ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ପୁଣିଥରେ ସକ୍ରିୟ ସାଂଗଠନିକ ଭୂମିକାକୁ ଫେରିଛନ୍ତି । ତାଙ୍କୁ ଦୀର୍ଘଦିନ ଧରି କୋଣଠେସା କରିଥିବା ବିଜେଡି ରଣନୀତିକାର ଏବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଞ୍ଜୟଙ୍କୁ ପୁଣିଥରେ ସକ୍ରିୟ ସାଂଗଠନିକ ଦାୟିତ୍ୱ ନ୍ୟସ୍ତ କରିବାକୁ ଏକରକମ ବାଧ୍ୟ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗୃହ ଜିଲ୍ଲା ତଥା ସାଂଗଠନିକ ଅନ୍ତଃକନ୍ଦଳ(ବିଜେଡି)ରେ ଲିପ୍ତ ଭଦ୍ରକ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଭାବେ ସଞ୍ଜୟଙ୍କୁ ନିଯୁକ୍ତି ମିଳିଛି । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କୁ ପୁଣିଥରେ ସକ୍ରିୟ ସାଂଗଠନିକ ଦାୟିତ୍ୱ ନ୍ୟସ୍ତ ହୋଇଛି ।

Related story