Advertisment

ବିଜେଡି ଏବେ ପିଜେଡିରେ ପରିଣତ ହୋଇଛି: ସିଦ୍ଧାନ୍ତ ମହାପାତ୍ର

ଆଜି କୋରାଇ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ପାଇଁ ଭୋଟ୍‌ ମାଗିବାକୁ ଆସିଥିଲେ ସିଦ୍ଧାନ୍ତ ମହାପାତ୍ର। ତାଙ୍କ ସହିତ ଥିଲେ ସିନେ ଷ୍ଟାର ବୁଲୁ ଦାସ।

BJP

BJP

Advertisment

ବିଜେଡି ଆଉ ବିଜେଡି ହୋଇ ରହିନାହିଁ। ତାହା ପିଜେଡିରେ ପରିଣତ ହୋଇଯାଇଛି। ବିଜୁ ଜନତା ଦଳ ପାଣ୍ଡିଆନ୍‌ ଜନତା ଦଳରେ ପରିଣତ ହୋଇଛି। କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ପାଇଁ ପ୍ରଚାର କରିବାକୁ ଯାଇ ଏପରି ଢଙ୍ଗରେ ଭି.କେ. ପାଣ୍ଡିଆନ୍‌ଙ୍କୁ ସମାଲୋଚନା କରିଛନ୍ତି ସିନେ ଷ୍ଟାର ତଥା ବିଜେପି ନେତା ସିଦ୍ଧାନ୍ତ ମହାପାତ୍ର। ତାହା ସହିତ ଆକାଶ ଦାସ ନାୟକଙ୍କ ପାଇଁ ଭୋଟ୍‌ ମାଗିଛନ୍ତି।

Advertisment

ଆଜି କୋରାଇ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ପାଇଁ ଭୋଟ୍‌ ମାଗିବାକୁ ଆସିଥିଲେ ସିଦ୍ଧାନ୍ତ ମହାପାତ୍ର। ତାଙ୍କ ସହିତ ଥିଲେ ସିନେ ଷ୍ଟାର ବୁଲୁ ଦାସ। ଆକାଶ, ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତା ବୁଲୁ ଦାସ କାଳି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପୂଜାର୍ଚ୍ଚନା ପରେ ବ୍ୟାସନଗର ପୌରାଞ୍ଚଳର କାଳି ମେଲଣ ପଡିଆରୁ ବିଶାଳ ରୋଡ଼ ଶୋ’ରେ ସମସ୍ତେ ବାହାରିଥିଲେ। ରାସ୍ତାରେ ଗଲା ବେଳେ ଆକାଶଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ ସିଦ୍ଧାନ୍ତ ଓ ବୁଲୁ।

ଆକାଶଙ୍କ ପାଇଁ ଭୋଟ୍‌ ମାଗିବା ବେଳେ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ରାଜ୍ୟ ସରକାରଙ୍କ ଦୁର୍ନୀତି, କୁନୀତି, ପ୍ରଶାସନକୁ ବ୍ୟବହାର କରିବା ଆଦି ସମ୍ପର୍କରେ ଲୋକମାନେ ଜାଣି ସାରିଲେଣି। ଏ ମାଆ, ମାଟି ଓ ସ୍ୱାଭିମାନର ମାଟି କୋରେଇକୁ ଆଜି ଆସିଛି। ମୋ ସାନ ଭାଇ ପାଇଁ ପ୍ରଚାର କରିବାକୁ। ଜନସାଧାରଣ ବିଜୟର ଆଶୀର୍ବାଦ ମୋ ଭାଇକୁ ଦେଇଦେଇଛନ୍ତି। ଗତ ୨୫ ବର୍ଷ ହେଲା ଏହି ଅଞ୍ଚଳରେ କେଉଁ ପ୍ରକାର ବିକାଶ ହୋଇଛି, ତାହା ଲୋକମାନେ ବୁଝି ସାରିଲେଣି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ମୋର ଅନୁରୋଧ ଆପଣ ୨୫ ବର୍ଷ ହେଲା ଯେଉଁ ଭୋଟ୍‌ ବିଜେଡିକୁ ଦେଉଥିଲେ, ତାହା ଏବେ ବିଜେପିକୁ ଦିଅନ୍ତୁ। କାରଣ ସେହି ବିଜେଡି ଆଉ ବିଜେଡି ହୋଇ ରହିନାହିଁ। ବର୍ତ୍ତମାନ ତାହା ପିଜେଡି ହୋଇଯାଇଛି। ବିଜୁ ଜନତା ଦଳ ଏବେ ପାଣ୍ଡିଆନ୍‌ ଜନତା ଦଳ ହୋଇଯାଇଛି। ତେଣୁ ମୋର ଅନୁରୋଧ ବିଧାନସଭାରେ ମୋ ସାନ ଭାଇକୁ ଆଶୀର୍ବାଦ ଦିଅନ୍ତୁ। ଆସନ୍ତା ୧ ତାରିଖରେ ହେବାକୁ ଥିବା ମତଦାନରେ ମୋ ଭାଇକୁ ଭୋଟ୍‌ ଦିଅନ୍ତୁ। ଏହାଛଡ଼ା ଲୋକସଭାରେ ପଦ୍ମ ଚିହ୍ନରେ ଭୋଟ୍‌ ଦିଅନ୍ତୁ ବୋଲି ସିଦ୍ଧାନ୍ତ ମହାପାତ୍ର କହିଛନ୍ତି।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Bjp Jajpur General Election 2024 Election Strategy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe