ଚାଷୀଙ୍କ ପାଇଁ ଏକଜୁଟ: ଗୃହ ବାରମ୍ବାର ମୁଲତବୀ, ସର୍ବଦଳୀୟ ବୈଠକ ବିଫଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କ ସମସ୍ୟାକୁ ନେଇ ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବୀ ହୋଇଛି । ହଟ୍ଟଗୋଳ ଯୋଗୁ ବାରମ୍ବାର ମୁଲତବୀ ମଧ୍ୟରେ ଗୃହରେ କୌଣସି କାର୍ଯ୍ୟ ସମ୍ଭବପର ହୋଇପାରିନି ଓ ଗୃହ ମାତ୍ର ୧୨ ମିନିଟ୍ ଚାଲିଥିଲା । ଅଚଳାବସ୍ଥା ଏଡ଼ାଇବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା ବିଫଳ ହୋଇଛି । […]

BJP

BJP

Ordigital Desk
  • Published: Friday, 25 November 2022
  • Updated: 25 November 2022, 10:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କ ସମସ୍ୟାକୁ ନେଇ ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବୀ ହୋଇଛି । ହଟ୍ଟଗୋଳ ଯୋଗୁ ବାରମ୍ବାର ମୁଲତବୀ ମଧ୍ୟରେ ଗୃହରେ କୌଣସି କାର୍ଯ୍ୟ ସମ୍ଭବପର ହୋଇପାରିନି ଓ ଗୃହ ମାତ୍ର ୧୨ ମିନିଟ୍ ଚାଲିଥିଲା । ଅଚଳାବସ୍ଥା ଏଡ଼ାଇବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା ବିଫଳ ହୋଇଛି ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଚାଷୀ ସମସ୍ୟା ପ୍ରସଙ୍ଗକୁ ନେଇ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଚାଷୀ ସମସ୍ୟା ପାଇଁ ପରସ୍ପରକୁ ଦାୟୀ କରି ସ୍ଲୋଗାନମାନ ଦେବା ଯୋଗୁ ବାଚସ୍ପତି ଗୃହକୁ ପ୍ରଥମେ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ତେବେ ସାଢ଼େ ୧୧ଟାରେ ସମାନ ସ୍ଥିତି ଜାରି ରହିବାରୁ ବାଚସ୍ପତି ପୁଣିଥରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଫସଲବୀମା ଯୋଜନାରେ ଅବହେଳା,ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସାରର ଅଭାବ, ଏଫସିଆଇ ଚାଉଳରେ ପାତରଅନ୍ତର ଆଦି ଦାବିରେ କେନ୍ଦ୍ର ସରକାରଙ୍କୁ ଦାୟୀ କରି ବିଜେଡି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିବା ପରେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ପରେ ବିଜେଡି ବିଧାୟକମାନେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲେ ।

ସେହିପରି ବିଜେପି ସଦସ୍ୟମାନେ ଚାଷୀଙ୍କୁ ଇନପୁଟ ସବସିଡି ଦେବାରେ ବିଳମ୍ବ, ମଣ୍ଡି ଅବ୍ୟବସ୍ଥା, ଫସଲ ବୀମା ଯୋଜନାରେ ତ୍ରୁଟି ଯୋଗୁ ଚାଷୀ ହଇରାଣ ହେବା ନିମନ୍ତେ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ । ବିଜେପି ସଦସ୍ୟମାନେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ବିରୁଦ୍ଧରେ ଫେରାଦ ହୋଇଛନ୍ତି ।
ସେହିପରି କଂଗ୍ରେସ ସଦସ୍ୟମାନେ ଇନପୁଟ ସବସିଡିରେ ବିଳମ୍ବ ଓ ମଣ୍ଡି ଅବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଫସଲବୀମା ମିଳିବାରେ ବିଳମ୍ବ ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଅର୍ଚ୍ଚନା ନାଗ ପେଡ଼ି ଖୋଲିଯିବା ଭୟରେ ଶାସକ ବିଜେଡି ସଦସ୍ୟମାନେ ଗୃହରେ ଏଭଳି ହଟ୍ଟଗୋଳ କରୁଛନ୍ତି ବୋଲି କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଆଜି ବିଧାନସଭାରେ ୪ଟି ଦଳ କଂଗ୍ରେସ, ବିଜେଡି, ବିଜେପି ଓ ସିପିଆଇର ପ୍ରତିନିଧିମାନେ ଚାଷୀଙ୍କ ସମସ୍ୟା ପାଇଁ ଏକଜୁଟ ହୋଇଥିଲେ । ଯାହାକି ବିଧାନସଭାରେ ଇତିହାସ ସୃଷ୍ଟି କରିଛି । ସମସ୍ତଙ୍କର ହୃଦୟ ଚାଷୀଙ୍କ ସମସ୍ୟାକୁ ନେଇ କାନ୍ଦୁଛି । ସମସ୍ତେ ଚାଷୀଙ୍କ ସପକ୍ଷରେ ଅଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ସବୁ ଦଳର ନେତାଙ୍କୁ ଡାକି ଚାଷୀ ସମସ୍ୟାର ସମାଧାନ ପାଇଁ ଆଲୋଚନା କରନ୍ତୁ, ଚାଷୀଙ୍କ ଦାବିକୁ ଗ୍ରହଣ କରି ବିଧିବଦ୍ଧ ଭାବେ ଦିନେ ଦୁଇଦିନ ମଦ୍ୟରେ ଆଇନ ତିଆରି କରାଯାଉ ବୋଲି ସେ କହିଛନ୍ତି । ଏପରିକି କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ । ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ସର୍ବଦଳୀୟ ବୈଠକରେ ସବୁ ଆଲୋଚନା ହୋଇପାରିବ । ସମସ୍ତେ ଏକାଠି ବସି ଆଲୋଚନା କରିବା, ଚାଷୀ ଆଉ କାନ୍ଦିବ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos