କୋଷ୍ଟାଲ ହାଇୱେକୁ ନେଇ ପୁଣି ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୋଷ୍ଟାଲ ହାଇୱେ ନିର୍ମାଣ ପ୍ରସଙ୍ଗରେ ପୁଣିଥରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ରାଜ୍ୟସଭାରେ ବିଜେଡି ସାଂସଦ ସୁଜିତ୍ କୁମାରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କୋଷ୍ଟାଲ ହାଇୱେର ଲମ୍ବ ୩୮୨ କିମି ରଖାଯାଇଛି ବୋଲି କହିବା ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି । ଏପଟେ ସତ ଜାଣିବି ବିଜେଡି ମିଛ କହୁଛି ବୋଲି ବିଜେପି ଅଭିଯୋଗ କରିଛି। ଆଜି […]

sanjay

sanjay

Manoranjan Sial
  • Published: Tuesday, 09 February 2021
  • Updated: 09 February 2021, 09:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୋଷ୍ଟାଲ ହାଇୱେ ନିର୍ମାଣ ପ୍ରସଙ୍ଗରେ ପୁଣିଥରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ରାଜ୍ୟସଭାରେ ବିଜେଡି ସାଂସଦ ସୁଜିତ୍ କୁମାରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କୋଷ୍ଟାଲ ହାଇୱେର ଲମ୍ବ ୩୮୨ କିମି ରଖାଯାଇଛି ବୋଲି କହିବା ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି । ଏପଟେ ସତ ଜାଣିବି ବିଜେଡି ମିଛ କହୁଛି ବୋଲି ବିଜେପି ଅଭିଯୋଗ କରିଛି।

ଆଜି ବିଜେଡି ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯାହା ସେ ପୂର୍ବରୁ ସନ୍ଦେହ କରୁଥିଲେ ତାହା ସତ୍ୟ ପ୍ରମାଣିତ ହୋଇଛି। କୋଷ୍ଟାଲ ହାଇୱେର ଦୈର୍ଘ୍ୟ ୪୩୦କିମିରୁ ୩୮୨କିମିକୁ ହ୍ରାସ କରାଯାଇଛି। ପ୍ରାୟ ୫୦କିମି କମାଇ ଦିଆଯାଇଛି। କୋଷ୍ଠାଲ ହାଇୱେ ଓଡ଼ିଶାର ଭାଗ୍ୟ ଭବିଷ୍ୟତ। ଏହାକୁ ରାଜନୀତିକ ପ୍ରସଙ୍ଗ ନକରି ସମ୍ମିଳିତ ଉଦ୍ୟମ ହେବା ଆବଶ୍ୟକ। କୋଷ୍ଟାଲ ହାଇୱେ ଯେଉଁ ଆଲଏନମେଣ୍ଟ ଦେଇ ହେବାକଥା ସେହିଭଳି ହେଉ। କେନ୍ଦ୍ର ସରକାର ଏହା ଉପରେ ପୁନର୍ବିଚାର କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ବି କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଏପରି ନିଷ୍ପତ୍ତି ନେବା ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

ଅନ୍ୟପକ୍ଷରେ ଶ୍ରୀ ଦାସବର୍ମାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ କୋଷ୍ଟାଲ ହାଇୱେ ନିଜ ହିସାବରେ ନକରିହେବାରୁ ସଞ୍ଜୟ ଦାସବର୍ମା ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି। ଶ୍ରୀ ଦାସବର୍ମା ଜାଣିଶୁଣି ମିଛ କାହାଣୀ ଗପୁଛନ୍ତି। କୋଷ୍ଟାଲ ହାଇୱେ ବିଳମ୍ବ ହେବାରେ ରାଜ୍ୟ ସରକାରଙ୍କ ଢ଼ାଲ ହୋଇ ଶ୍ରୀ ଦାସବର୍ମା ଛିଡ଼ା ହୋଇଛନ୍ତି। କୋଷ୍ଟାଲ ହାଇୱେ ପ୍ରାରମ୍ଭିକ ସମୟରେ ୪୩୦କିମି ଆକଳନ କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହମତିରେ ଏହାକୁ ୩୭୦କିମି କରାଯିବାକୁ ନିଷ୍ପତ୍ତି ନିଆଗଲା। ପରବର୍ତ୍ତୀ ସମୟରେ ୩୮୨କିମି ହେବାପ ।ଇଁ ଉଭୟ ସରକାରଙ୍କ ସହମତି ହୋଇସାରିଛି। ତେଣୁ ୧୨କିମି ବଢ଼ିଥିବା ଯୋଗୁ ମୋଦି ସରକାରଙ୍କୁ ବିଜେଡି ଧନ୍ୟବାଦ ଦେଉ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେହିପରି କୋଷ୍ଟାଲ ହାଇୱେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡ୍ରିମ ପ୍ରୋଜେକ୍ଟ ହୋଇଥିବାରୁ ତାକୁ ସଫଳ କରିବାକୁ ସେ ଅହରହ ଉଦ୍ୟମ କରୁଚନ୍ତି। କୋଷ୍ଟାଲ ହାଇୱେ ପ୍ରସଙ୍ଗରେ ମନ୍ତ୍ରୀ ଯଦି ସଂସଦରେ ଭୁଲ୍ ତଥ୍ୟ ଦେଇଥିବା କୁହାଯାଉଛି ତା’ହେଲେ ରାଜ୍ୟ ସରକାର ପୁଙ୍ଖାନୁପୁଙ୍ଖ ଭାବେ କେନ୍ଦ୍ର ସରକାରଙ୍କୁ ଉତ୍ତର ମାଗନ୍ତୁ। କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ସମୀକ୍ଷା ବୈଠକରେ କାହିଁକି ମୁଖ୍ୟମନ୍ତ୍ରୀ ଏନେଇ ଉତ୍ତର ରଖିନଥିଲେ। ନା ସଞ୍ଜୟଙ୍କ ପାଖରେ ସୂଚନା ନଥିଲା। ଗତ ସମୀକ୍ଷା ବୈଠକରେ ଦୀଘାରୁ ସାତପଡ଼ା ପର୍ଯ୍ୟନ୍ତ ମଞ୍ଜୁରୀ ଦିଆଯିବା କଥା ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ ଓ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଜେଡି ତିଳକୁ ତାଳ କରିବାରେ ମାହିର। ତେଣୁ ଏସବୁର ତଥ୍ୟ ଆଧାରିତ ସତ୍ୟ ରଖିବା ପାଇଁ ବିଜେପି ସବୁବେଳେ ପ୍ରସ୍ତୁତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେହିପରି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ବିଜେଡି ଏମିତି ମିଛ କହି ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତଥ୍ୟ ପ୍ରମାଣ ନଦେଖି ସିଧା ଦୋଷ ଲଦିବା ବିଜେଡର ଅଭ୍ୟାସ ହେଲାଣି। ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି କୋଷ୍ଟାଲ ହାଇୱେକୁ ୩୭୦କିମିକୁ ଅଣାଯାଇଥିଲା। ଏବେ କେନ୍ଦ୍ର ସରକାର ତାକୁ ୩୮୨କିମିକୁ ବୃଦ୍ଧି କରିଛନ୍ତି। ତେଣୁ କୋଷ୍ଟାଲ ହାଇୱେର ଦୈର୍ଘ୍ୟ କମିିନି ବରଂ ୧୨କିମି ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos