ସହଦେବ ହତ୍ୟାକାଣ୍ଡ: ବିଜେଡି-ବିଜେପି ତୁତୁମେଁମେଁ, ସନ୍ଦେହ ଘେରରେ ମେୟରଙ୍କ ଭୂମିକା, ଫସିଯିବେ କି ଅନନ୍ତ

ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଆଜି ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।

Sahadev Nayak

ସହଦେବ ନାୟକ

Ordigital Desk
  • Published: Friday, 10 January 2025
  • Updated: 10 January 2025, 09:24 PM IST

Sports

Latest News

ଭୁବନେଶ୍ୱର ସଫେଇ ମଜଦୁର ସଂଘ ସମ୍ପାଦକ ସହଦେବ ନାୟକ ହତ୍ୟାକାଣ୍ଡକୁ ନେଇ ରାଜଧାନୀ ରାଜନୀତି ସରଗରମ ହୋଇଛି । ହତ୍ୟା ପଛରେ ପୁଲିସ ଓ ବ୍ରାଉନସୁଗାର ମାଫିଆଙ୍କ ସାଂଘାତିକ ଷଡ଼ଯନ୍ତ୍ର ରହିଛି କହି ମୃତ ସହଦେବଙ୍କ ପତ୍ନୀ କହିଥିବାବେଳେ ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଆଉ ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଆଜି ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି । ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାକୁ ରାଜନୀତିକ ରଙ୍ଗ ଦେବାକୁ ବିଜେଡି ପ୍ରୟାସ କରୁଥିବା କହି ବିଜେପି ମଧ୍ୟ ଆଜି ପାଲଟା ଜବାବ ଦେଇଛି । ଆଉ ଭୁବନେଶ୍ୱରର ପୂର୍ବତନ ମେୟର ତଥା ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପୁରୁଣା ଫାଇଲ୍ ଖୋଲିବ ବୋଲି ଚେତାବନୀ ଦେଇଛିି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୫ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିବା ବିଜେପି କହିଛି ।

ସୂଚନା ଅନୁସାରେ, ଗତ ଦୁଇଦିନ ତଳେ କଡ଼ାସୁରକ୍ଷା ବଳୟ ମଧ୍ୟରେ ଥିବା ରାଜଧାନୀ ଭୁବନେଶ୍ୱରର ରାସ୍ତା ମଝିରେ ସହଦେବଙ୍କୁ ଅମାନବୀୟ ହତ୍ୟା କରାଯିବା ଘଟଣାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ସ୍ଥିତିରେ । ବିଜେଡି ଏହି ହତ୍ୟା ଘଟଣାରେ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ ଆଳରେ ନିଜର ରାଜନୀତିକ କାର୍ଯ୍ୟକ୍ରମ ଜାରି ରଖିଛି । ୩ଥର ସାମ୍ବାଦିକ ସମ୍ମିଳନୀଠୁ ଆରମ୍ଭ କରି କ୍ୟାଣ୍ଡେଲ ଶୋଭାଯାତ୍ରା ସହ ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବି କରିଛି । ଆଉ ପୁଲିସର ଭୂମିକାକୁ ସନ୍ଦେହଘେରକୁ ଟାଣି ୨୦୨୪ ନଭେମ୍ବର ୩ତାରିଖର ଏକ ସିସିଟିଭି ଫୁଟେଜ୍ ମଧ୍ୟ ଜାରି କରିଛି । ତେବେ ସହଦେବଙ୍କ ହତ୍ୟା ମାମଲାରେ ୨ଦିନ ଧରି ବିଜେଡିର ଏଭଳି ରାଜନୀତିକ ବୟାନବାଜିର ଆଜି ପାଲଟା ଜବାବ ଦେଇଛି ବିଜେପି ।

ଭୁବନେଶ୍ୱର ବିଜେପି ସଭାପତି ବିଧାୟକ ବାବୁ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରି ସହଦେବଙ୍କ ହତ୍ୟାରେ ଯିଏବି ଦୋଷୀ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୋହନ ମାଝୀ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜେ ଏହି ଘଟଣା ସମ୍ପର୍କରେ ଅବଗତ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁଲିସ ୧୨ଘଣ୍ଟା ମଧ୍ୟରେ ହତ୍ୟାକାରୀମାନଙ୍କୁ ଗିରଫ କରିଛି । ସହଦେବଙ୍କ ପରିବାର ପଛରେ ମୁଖ୍ୟମନ୍ତ୍ରୀ ଅଛନ୍ତି ଓ ୨-୩ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନିଜେ କଥାହେବେ ବୋଲି ବାବୁ ସିଂ କହିବା ସହ ସହଦେବଙ୍କ ପତ୍ନୀଙ୍କୁ ରୋଜଗାର ପ୍ରଦାନ ପାଇଁ ସବୁପ୍ରକାରର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଆଉ ବିଜେଡି ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନିଜର ରାଜନୀତିକ ରୁଟି ନସେକୁ ବୋଲି ସତର୍କ କରାଇ ଦେଇଛନ୍ତି । ୧୦ବର୍ଷ ତଳର ଋଷି ହତ୍ୟାକାଣ୍ଡ ଓ ସେକ୍ସ ସ୍କାଣ୍ଡାଲ ଫାଇଲ ଖୋଲିବା ପାଇଁ ସରକାରଙ୍କ ନିକଟରେ ବିଜେପି ଦାବି ରଖିବ ବୋଲି ଚେତାବନୀ ଦେବାପରେ ବିଧାୟକ ଅନନ୍ତ ଜେନାଙ୍କ ଅଡ଼ୁଆ ବଢ଼ିବାର ଆଶଙ୍କା ରହିଛି । ବିଜେଡିର ଦୋମୁହାଁ ନୀତିକୁ ସମାଲୋଚନା କରି ଋଷି ହତ୍ୟାବେଳେ ତା’ର ପରିବାରକୁ କ’ଣ ନ୍ୟାୟ ଦିଆଯାଇଛି ବୋଲି ବାବୁ ସିଂ ପ୍ରଶ୍ନ କରିଥିଲେ । ବାବୁଙ୍କ ସହ ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ଅବଶ୍ୟ ବିଜେପିର ଏଭଳି ଅଭିଯୋଗ ପରେ ଅନନ୍ତ କହିଛନ୍ତି ଯେ, ତଥ୍ୟ ଲୁଚେଇବାକୁ ଯାଇ ଘଟଣାକୁ ଅନ୍ୟଆଡ଼େ ନିଆଯାଉଛି । ଋଷି ହତ୍ୟା ଓ ସେକ୍ସ ସ୍କାଣ୍ଡାଲରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ । ସବୁପ୍ରକାରର ତଦନ୍ତ ପାଇଁ ସେ ପ୍ରସ୍ତୁତ ଅଛନ୍ତି ।

Also Read

ଅନ୍ୟପକ୍ଷରେ ସହଦେବଙ୍କ ହତ୍ୟା ପରେ ନ୍ୟାୟ ଦାବିରେ ଗତ ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଭୁବନେଶ୍ୱର ସଫେଇ କର୍ମଚାରୀମାନେ ଆଜି ତାଙ୍କର ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ଭୁବନେଶ୍ୱର ମେୟର ତଥା ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ସହ ଆଲୋଚନା ପରେ ଏହି ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ଜଣାପଡ଼ିଛି । ତେବେ ଓଡ଼ିଶାରେ ‘ପ୍ରବାସୀ ଭାରତୀୟ ଦିବସ ସମାରୋହ’ ଭଳି ଏକ ଗୌରବମୟ କାର୍ଯ୍ୟକ୍ରମ ଚାଲିଥିବାବେଳେ ରାଜଧାନୀରେ ସଫେଇ ବନ୍ଦ ରହିବା ପଛରେ କାହାର ମାଷ୍ଟରମାଇଣ୍ଡ ରହିଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ବିଜେଡି ନେତ୍ରୀ ତଥା ମେୟର ଶ୍ରୀମତୀ ଦାସ ଆଜି ଆନ୍ଦୋଳନରତ ସଫେଇ କର୍ମଚାରୀମାନଙ୍କୁ ବୁଝାସୁଝା କରି ସେମାନଙ୍କ ଆନ୍ଦୋଳନକୁ ପ୍ରତ୍ୟାହାର କରାଇପାରିଲେ ତା’ହେଲେ ଦୁଇଦିନ ଧରି ରାଜଧାନୀରେ ସଫେଇ କାର୍ଯ୍ୟ ପ୍ରଭାବିତ ହେଉଥିଲା କାହିଁକି? ଆନ୍ଦୋଳନ ଆରମ୍ଭରୁ ସେମାନଙ୍କୁ ବୁଝାସୁଝା କରିବାକୁ କିଏ ମେୟରଙ୍କୁ ମନା କରିଥିଲା? ସଫେଇ କର୍ମଚାରୀମାନଙ୍କ ଦାବି ଆଧାରରେ ସହଦେବଙ୍କ ପରିବାରକୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଦାବିକୁ ମେୟର ନିଜେ ସରକାରଙ୍କୁ ଲିଖିତ ଭାବେ ଜଣାଇବେ ବୋଲି ଆଜି କହିଛନ୍ତି । କିନ୍ତୁ ଗତକାଲି ବିଜେଡିର ଏକ ସାମ୍ବାଦିକ ସମ୍ମିଳନୀ କରି କୋଟିଏ ଟଙ୍କା କ୍ଷତିପୂରଣ ଦାବି କରିଥିଲା,ଯେଉଁଠି ମେୟର ନିଜେ ଉପସ୍ଥିତ ଥିଲେ । ପ୍ରବାସୀ ଭାରତୀୟ ଦିବସ ସମାରୋହବେଳେ ସହରରେ ସଫେଇ କାର୍ଯ୍ୟକ୍ରମକୁ ପ୍ରଭାବିତ କରିବା ପଛରେ ବିଜେଡିର ହାତ ଥିବା ଚର୍ଚ୍ଚା ହେଉଛି । ଅବଶ୍ୟ ସଫେଇ କର୍ମଚାରୀମାନେ ନିଜର ନେତାଙ୍କ ପାଇଁ ନ୍ୟାୟ ଦାବି କରିବା ଯଥାର୍ଥ, କିନ୍ତୁ ସେମାନଙ୍କୁ ତୁରନ୍ତ ବୁଝାସୁଝା କରିବାରେ ମେୟର ଜାଣିଶୁଣି ଫେଲ୍ ମାରିଲେ ନା ସମୟ ଗଡ଼ାଇ ନିଜର ରାଜନୀତିକ ଅସ୍ତିତ୍ୱକୁ ବଜାୟ ରଖିବାକୁ ପ୍ରୟାସ କରିଛନ୍ତି ତାହା ଏବେ ତାଙ୍କର ଭୂମିକାକୁ ସନ୍ଦେହଘେରକୁ ଟାଣିନେଇଛି ।

ଏହି ସମସ୍ତ ଘଟଣାକ୍ରମ ମଧ୍ୟରେ ଆଜି ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି । ୨୦୨୪ ନଭେମ୍ବର ୩ତାରିଖର ଏହି ଭିଡିଓରେ ସହଦେବଙ୍କ ଘରେ କିଛି ଲୋକ ପଶି ବ୍ରାଉନସୁଗାର ରଖି ସହଦେବଙ୍କୁ ବାନ୍ଧିବାକୁ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ବ୍ରାଉନସୁଗାର ମାଫିଆଙ୍କୁ ସହଯୋଗ କରିବା ପାଇଁ ପୁଲିସର ସ୍ପେଶାଲ ସ୍କ୍ୱାର୍ଡର ୮ଜଣିଆ ଟିମ୍ ହିଁ ସହଦେବଙ୍କ ଘରେ ପଶି ବ୍ରାଉନସୁଗାର ରଖି ତାଙ୍କୁ ଫସାଇଥିଲା । ଯାହାକୁ ନେଇ ସହଦେବଙ୍କ ପତ୍ନୀ ସେତେବେଳେ ଗଣମାଧ୍ୟମ ସାମ୍ନାକୁ ଆସି ତାଙ୍କ ସ୍ୱାମୀଙ୍କ ସୁରକ୍ଷା ଦାବି କରିଥିଲେ । କିନ୍ତୁ ପୁଲିସ କିଛି ପଦକ୍ଷେପ ନନେବାରୁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ଓ ଏହାପଛରେ ବ୍ରାଉନସୁଗାର ମାଫିଆ ଓ ପୁଲିସର ମଧୁଚନ୍ଦ୍ରିକା ରହିଥିବା ସହଦେବଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story