Advertisment

ସମଦଶା ଭୋଗିଲେ ତିନି ଦଳର ସଭାପତି

ଦୀର୍ଘ ୨୪ବର୍ଷର ବିଜେଡି ସରକାରକୁ ପଛରେ ପକାଇ ବିଜେପି ଏଥର ରାଜ୍ୟରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି।  ହେଲେ ଖୋଦ ମନମୋହନ ସାମଲ କିନ୍ତୁ ଏହାକୁ ପାର କରି ପାରି ନ ଥିଲେ।

author-image
Niharika Rout
3  poltical party president

3 poltical party president

ଚଳିତ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଛି। ଦୀର୍ଘ ଅଢେଇ ଦଶନ୍ଧି ଧରି ଶାସନ କ୍ଷମତାରେ ଥିବା ବିଜେଡିକୁ ଗାଦିଚ୍ୟୁତ କରିଛି ବିଜେପି। ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି ନିର୍ବାଚନୀ ବୈତରଣୀ ପାର୍‌ କରିବାରେ ସକ୍ଷମ ହୋଇଛି। ଦୀର୍ଘ ୨୪ବର୍ଷର ବିଜେଡି ସରକାରକୁ ପଛରେ ପକାଇ ବିଜେପି ଏଥର ରାଜ୍ୟରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି।  ହେଲେ ଖୋଦ ମନମୋହନ ସାମଲ କିନ୍ତୁ ଏହାକୁ ପାର କରି ପାରି ନ ଥିଲେ।

Advertisment

କେବଳ ମନମୋହନ ନୁହନ୍ତି, ବିଜେଡି ଓ କଂଗ୍ରେସ ସଭାପତିଙ୍କ ଋଣକୌଶଳ ମଧ୍ୟ ଏହି ନିର୍ବାଚନରେ ଫେଲ୍‌ ମାରିଛି। ତେଣୁ ୩ ଦଳର ସଭାପତି ଏହି ନିର୍ବାଚନରେ ଜନମତକୁ ନିଜ ସପକ୍ଷରେ ନେଇ ନ ପାରି ପରାଜିତ ହୋଇଛନ୍ତି।ହେଲେ ଏହି ନିର୍ବାଚନରେ ଲଢ଼େଇ କରୁଥିବା ୩ ଦଳର ମୁଖିଆମାନଙ୍କୁ ପରାଜୟର ସାମ୍‌ନା କରିବାକୁ ପଡ଼ିଛି।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଆସନ ହିଞ୍ଜିଳି ଏବଂ କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ତାଙ୍କୁ କଣ୍ଟାବାଞ୍ଜି ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ପରାଜୟର ସ୍ୱାଦ ଚାଖିଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍‌ ତାଙ୍କୁ ୧୬,୩୨୧ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି।

Advertisment

ସେହିପରି ଚାନ୍ଦବାଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ୧,୯୨୨ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି।

ସେହିପରି ନୂଆପଡ଼ା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ଠାରୁ ୪୬,୩୨୧ ଖଣ୍ଡ ଭୋଟରେ ହାରି ଯାଇଛନ୍ତି।

ତେଣୁ ଏଥର ପ୍ରଥମ ଥର ପାଇଁ ୩ ପ୍ରମୁଖ ରାଜନୈତିକ ଦଳର ସଭାପତି ପରାଜୟର ସମ୍ମୁଖୀନ ହୋଇଛନ୍ତି।

Bjp BjD Odisha Assembly Elections 2024 Election Results 2024 General Election Congress