ଘରେ ଘରେ ପହଂଚିବାକୁ ନିର୍ବାଚନୀ କସରତ୍‌: ଟ୍ରେନିଂ ଦେବେ ବିଜେଡି,ବିଜେପି ଓ କଂଗ୍ରେସ

ବିଜେଡି ଓ କଂଗ୍ରେସ ଆସନ୍ତାମାସରୁ ନିଜର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଥିବାବେଳେ ବିଜେପି ମତଦାତା ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି ।

Party Flag

Representational Image

Ordigital Desk
  • Published: Monday, 21 August 2023
  • Updated: 21 August 2023, 10:30 PM IST

Sports

Latest News

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ନିଜର ସକ୍ରିୟ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେଇ ଗାଁ ଓ ସହରରେ ଘରେଘରେ ପହଂଚିବାକୁ ରାଜ୍ୟର ୩ ପ୍ରମୁଖ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେଡି ଓ କଂଗ୍ରେସ ଆସନ୍ତାମାସରୁ ନିଜର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଥିବାବେଳେ ବିଜେପି ମତଦାତା ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୩ଦଳ ତୃଣମୂଳସ୍ତରରେ ଭୋଟରଙ୍କୁ ଆକୃଷ୍ଟ କରିବା ସହ ସଂଗଠନକୁ ମଜଭୂତ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ।

ସୂଚନା ଅନୁସାରେ, ଶାସକ ବିଜେଡି ଆସନ୍ତା ସେପ୍ଟେମ୍ବର ମାସରୁ ନିଜର ଶଙ୍ଖ ଭବନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ଦଳର ପ୍ରାୟ ୨୦୦ରୁ ୨୫୦ଜଣ ସକ୍ରିୟ କର୍ମୀଙ୍କୁ ଭୁବନେଶ୍ୱର ଅଣାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଦଳର ବରିଷ୍ଠ ଓ ଅଭିଜ୍ଞ ନେତାମାନେ ଏହି ପ୍ରଶିକ୍ଷଣ ଦେବେ । ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି କିଭଳି ଅଧିକ ଭୋଟରଙ୍କ ପାଖେ ପହଂଚି ହେବ, ପ୍ରତିଟି ଘରେଘରେ ନବୀନ ପଟ୍ଟନାୟକ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତା ବାର୍ତ୍ତା ପହଂଚାଇବା ସହ ବିରୋଧୀଙ୍କ ଅପପ୍ରଚାରକୁ କାଉଂଟର ଆଦି ନିମନ୍ତେ ଏହି ଶିବିରରେ ପ୍ରଶିକ୍ଷଣ ଦିଆଯିବ । ଦଳ ମଧ୍ୟ ନିଜର ମହିଳା ୱିଙ୍ଗ ମାଧ୍ୟମରେ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମକୁ ପୁଣିଥରେ ଆରମ୍ଭ କରିବ ବୋଲି ଜଣାପଡ଼ିଛି ।

Also Read

ସେହିପରି କଂଗ୍ରେସ ଆସନ୍ତାମାସରୁ ‘ଘରେଘରେ କଂଗ୍ରେସ’ର ବାର୍ତ୍ତା ପହଂଚାଇବା ପାଇଁ ସକ୍ରିୟ ଯୁବ ଓ ଛାତ୍ର କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବ । ଏମାନଙ୍କ ମାଧ୍ୟମରେ ତୃଣମୂଳସ୍ତରରେ ଘରେଘରେ ଉଭୟ କେନ୍ଦ୍ରର ଏନଡିଏ ସରକାର ଓ ରାଜ୍ୟର ବିଜେଡି ସରକାରର ଗରିବମାରଣ ନୀତି, ଦୁର୍ନୀତି ଆଦି ସମ୍ପର୍କରେ ସଚେତନ କରାଇବ ।

ସେହିପରି ବିଜେପି ନୂଆ ଭୋଟରଙ୍କୁ ନିଜ ସହ ଯୋଡ଼ିବା ପାଇଁ ମତଦାତା ସଚେତନ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ବିଶେଷକରି ଯୁବ ଓ ନୂଆ ଭୋଟରଙ୍କୁ ନିଜ ସହ ଯୋଡ଼ିବା ପାଇଁ ପ୍ରତି ବୁଥରୁ ସର୍ବନିମ୍ନ ୫୦ଜଣ ଓ ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀର ୧୦ହଜାର ନୂଆ ଭୋଟରଙ୍କୁ ନିଜ ସହ ରଖିବାକୁ ଦଳ ଲକ୍ଷ୍ୟଧାର୍ଯ୍ୟ କରିଛି । ଏଥିପାଇଁ ପ୍ରତ୍ୟେକ ବିଧାନସଭା ମଣ୍ଡଳୀରେ ଦଳ ୫ଜଣ କମିଟି ଗଠନ କରିବ । ଏହି କମିଟି ମାଧ୍ୟମରେ ଦଳ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ମତଦାତା ସଚେତନ ଅଭିଯାନ କାର୍ଯ୍ୟକ୍ରମକୁ ତଦାରଖ କରିବ ବୋଲି ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story