ଆମ୍ବ ଟାକୁଆ ମୃତ୍ୟୁ: ପୁଣି ବିଜେଡି-ବିଜେପି ମୁହାଁମୁହିଁ, ଆରଡିସି ତଦନ୍ତ ରିପୋର୍ଟକୁ ଅପେକ୍ଷା

ଆମ୍ବ ଟାକୁଆ ଖାଇ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଥିବା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁର ଜିତା ମାଝୀଙ୍କର ଆଜି ମୃତ୍ୟୁ ହେବାପରେ ରାଜନୀତି ସରଗରମ ହୋଇଛି ।

BJD

ବିଜେଡି ଓ ବିଜେପି ପତାକା

Ordigital Desk
  • Published: Monday, 18 November 2024
  • Updated: 18 November 2024, 10:43 PM IST

Sports

Latest News

କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁରେ ବିଷାକ୍ତ ଆମ୍ବ ଟାକୁଆ ଖାଇ ଚିକିତ୍ସାଧୀନ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବାପରେ ପୁଣିଥରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜେଡି ଆଜି ଏହି ଘଟଣାରେ ଖାଦ୍ୟଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବାବେଳେ ବିଜେପି ପାଲଟା ଜବାବ ଦେଇଛି ଓ ବିଜେଡି ନେତାମାନେ ମିଛସତ ଲଗାଇ ମନଗଢ଼ା କାହାଣୀ ଶୁଣାଉଛନ୍ତି ବୋଲି କହିଛି । ଏପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଦକ୍ଷିଣାଂଚଳ ଆରଡିସି ରୂପାରୋଶନ ସାହୁ ତଦନ୍ତ କରି ପ୍ରାଥମିକ ରିପୋର୍ଟ ଦେଇସାରିଥିବା ଜଣାପଡ଼ିଛି ।

ଆମ୍ବ ଟାକୁଆ ଖାଇ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଥିବା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁର ଜିତା ମାଝୀଙ୍କର ଆଜି ମୃତ୍ୟୁ ହେବାପରେ ରାଜନୀତି ସରଗରମ ହୋଇଛି । ବିଜେଡିର ବରିଷ୍ଠ ନେତା ତଥା ମୁଖପାତ୍ର ସଞ୍ଜୟ ଦାସବର୍ମା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ପିଡିଏସ୍ ବଂଟନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରିବା ସହ ଏହା ସମଗ୍ର ରାଜ୍ୟ ପାଇଁ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି । ଆମ୍ବଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ବୋଲି ଯୋଗାଣ ମନ୍ତ୍ରୀ ଦେଇଥିବା ବୟାନ ଗ୍ରହଣୀୟ ନୁହେଁ । ସରକାରଙ୍କ ବିଫଳତା ଓ ଖାଦ୍ୟସୁରକ୍ଷା ଯୋଜନାର ବଂଟନର ବିଫଳତା ପାଇଁ ଏଭଳି ଘଟଣା ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି । ସରକାର ଏହି ଘଟଣାରେ ସଚେତନ ହେବା ପରିବର୍ତ୍ତେ ଘଟଣାକୁ ଚପାଇ ଦେବାକୁ ବିଭିନ୍ନ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ଦାସବର୍ମା ଅଭିଯୋଗ କରିଛନ୍ତି ।

Also Read

ବିଜେଡିର ଏଭଳି ଅଭିଯୋଗ ପରେ ବିଜେପି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି । ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ବିରୋଧୀ ବିଜେଡି ପାଖରେ କୌଣସି ପ୍ରସଙ୍ଗ ନାହିଁ । ଶାସନରୁ ବିତାଡ଼ିତ ହେବାପରେ ଅଯଥା ପ୍ରସଙ୍ଗକୁ ଦୋହରାଇ ଓ ପାଳି କରି ବିଜେଡିର ନେତାମାନେ ମିଛସତ ଲଗାଇ ମନଗଢ଼ା କାହାଣୀ ଶୁଣାଉଛନ୍ତି । ବିଜେଡି ନେତା ସଞ୍ଜୟ ଦାସବର୍ମା ବଡ଼ବଡ଼ କଥା ଶୁଣାଉଛନ୍ତି । ଯଦି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରରେ ଓଡ଼ିଶାର ବାସ୍ତବରେ ବିକାଶ ହୋଇଥିଲା, ତେବେ ଲୋକଙ୍କୁ କାହିଁକି ଆମ୍ବ ଟାକୁଆ ଖାଇବାକୁ ପଡ଼ୁଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ବାସ୍ତବରେ ବିଜେଡି ସରକାରରେ ଓଡ଼ିଶାର ସଠିକ ବିକାଶ ହୋଇନଥିଲା । ନବୀନ ସରକାର ଅମଳରେ ରାୟଗଡ଼ାର କାଶୀପୁରଠାରେ ଦୁଇ ଦୁଇ ଥର ଅନାହାରଜନିତ ଓ ଖାଦ୍ୟାଭାବ କାରଣରୁ ୨୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ଶ୍ରୀ ଦାସବର୍ମା ଭୁଲିବା ଉଚିତ ନୁହେଁ । ସରକାରରେ ଥିବାବେଳେ ବିଜେଡି ନେତା ଓ ମନ୍ତ୍ରୀମାନେ ଯେଉଁ ଭଳି ଭାବେ ମିଛ କହି ବିଭ୍ରାନ୍ତ କରୁଥିଲେ, ଏବେ ମଧ୍ୟ ନିଜ ସ୍ଥିତି ବଂଚାଇବା ପାଇଁ ମିଛର ଆଶ୍ରୟ ନେଉଛନ୍ତି ଏବଂ ମନଗଢା କାହାଣୀ କହୁଛନ୍ତି । ଏଭଳି ମିଛ ପ୍ରଚାରରୁ ନିବୃତ ରହିବାକୁ ଶ୍ରୀ ମଲ୍ଲିକ ବିଜେଡି ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଏହି ଘଟଣାରେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ମଧ୍ୟ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣାରେ କାହିଁକି କାହାରିକୁ ଦଣ୍ଡିତ କରାଯାଇନି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏପଟେ ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆରଡିସିଙ୍କ ପ୍ରାଥମିକ ସରଜମିନ୍ ତଦନ୍ତ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି । ଏଭଳି ଘଟଣା ଯେପରି ଭବିଷ୍ୟତରେ ପୁନରାବୃତ୍ତି ନହେବ ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story