Advertisment

ପଦ୍ମପୁରରେ ଭୋଟ୍‌: ଭୁବନେଶ୍ୱରରେ ବିଜେଡି-ବିଜେପିର ମହିଳା ୱିଙ୍ଗ୍ ମୁହାଁମୁହିଁ

ପଦ୍ମପୁର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଏହାର ଉଷ୍ମତା ଦେଖିବାକୁ ମିଳିଛି । ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପ୍ରସଙ୍ଗ ଉଠାଇ ଉଭୟ ବିଜେଡି ଓ ବିଜେପିର ମହିଳା ୱିଙ୍ଗ ସଦସ୍ୟମାନେ ରାଜଧାନୀ ଭୁବନେଶ୍ୱରରେ ମୁହାଁମୁହିଁ ହୋଇ ପରସ୍ପର ନେତାମାନଙ୍କର କୁଶପୁତ୍ତଳିକା ଦାହ କରିଛନ୍ତି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯିବା ସହ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କୁଶ ପୁତ୍ତଳିକା ଦାହ ହୋଇଥିବାବେଳେ ବିଜେଡି […]

author-image
Ordigital Desk
ଅଦ୍ୟତନ ହୋଇଛି
ପଦ୍ମପୁରରେ ଭୋଟ୍‌: ଭୁବନେଶ୍ୱରରେ ବିଜେଡି-ବିଜେପିର ମହିଳା ୱିଙ୍ଗ୍ ମୁହାଁମୁହିଁ

bjp

ପଦ୍ମପୁର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଏହାର ଉଷ୍ମତା ଦେଖିବାକୁ ମିଳିଛି । ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପ୍ରସଙ୍ଗ ଉଠାଇ ଉଭୟ ବିଜେଡି ଓ ବିଜେପିର ମହିଳା ୱିଙ୍ଗ ସଦସ୍ୟମାନେ ରାଜଧାନୀ ଭୁବନେଶ୍ୱରରେ ମୁହାଁମୁହିଁ ହୋଇ ପରସ୍ପର ନେତାମାନଙ୍କର କୁଶପୁତ୍ତଳିକା ଦାହ କରିଛନ୍ତି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯିବା ସହ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କୁଶ ପୁତ୍ତଳିକା ଦାହ ହୋଇଥିବାବେଳେ ବିଜେଡି ମହିଳା ୱିଙ୍ଗ ପକ୍ଷରୁ ବିଜେପି ନେତାମାନଙ୍କର କୁଶ ପୁତ୍ତଳିକା ଦାହ ହୋଇଛି।

Advertisment

ବିଜେପି ମହିଳା ମୋର୍ଚ୍ଚାର ଭୁବନେଶ୍ୱର ଶାଖା ପକ୍ଷରୁ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମହିଳାମାନଙ୍କ ସୁରକ୍ଷା କ୍ଷେତ୍ରରେ ବିଜେଡି ସରକାରର ଦୋମୁହାଁନୀତିକୁ କଡ଼ା ସମାଲୋଚନା କରାଯାଇଛି । ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ "ମହିଳାଙ୍କୁ ସମ୍ମାନ" କଥା କହୁଥିବାବେଳେ ଅନ୍ୟପଟେ ମହିଳାଙ୍କୁ ଅସମ୍ମାନିତ ଓ ଦୁର୍ବ୍ୟବହାର କରାଯାଉଥିବା ଚିତ୍ର ପଦ୍ମପୁର ସଭାରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳରେ ସୁରକ୍ଷା ଆଳରେ ମହିଳାଙ୍କ ଓଢ଼ଣୀ ଖୋଲିବା, ଶାଢ଼ୀକୁ ଅଧା ଖୋଲିବା ଭଳି କୁତ୍ସିତ ବ୍ୟବହାର ପ୍ରଦର୍ଶନ କରାଯିବା ଘଟଣାକୁ ବିଜେପି ଦୃଢ଼ ନିନ୍ଦା କରୁଛି।

ରାଜ୍ୟ ସରକାର ମହିଳା ଦୁଷ୍କର୍ମ ଓ ହତ୍ୟା ଭଳି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ସମ୍ପୃକ୍ତ ଅପରାଧୀଙ୍କୁ ସୁରକ୍ଷା ଦେଉଥିବାରୁ କାରଣରୁ ରାଜ୍ୟରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଏନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ, ପୂର୍ବତନ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିଛି । ମହିଳା ଦୁଷ୍କର୍ମ ଓ ହତ୍ୟା ଘଟଣା, ଶିଶୁ ଅପହରଣ, ସେକ୍ସ ସ୍କାଣ୍ଡାଲ୍ ଅର୍ଚ୍ଚନା ନାଗଙ୍କ ଘଟଣାରେ ବିଜେଡିର ମାଳ ମାଳ ମନ୍ତ୍ରୀ, ବିଧାୟକ ଓ ନେତାମାନେ ସଂପୃକ୍ତ ଅଛନ୍ତିି ବୋଲି ସେ କହିଛନ୍ତି।

Advertisment

ଅନ୍ୟପକ୍ଷରେ ବିଜେଡି ମହିଳା ୱିଙ୍ଗ ପକ୍ଷରୁ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ସହ ବିଜେପି ନେତାମାନଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ପଦ୍ମପୁର ନିର୍ବାଚନୀ ପ୍ରଚାର ସମୟରେ ବିଜେଡିର ମହିଳା ପ୍ରାର୍ଥୀଙ୍କୁ ଅସମ୍ମାନ କରାଯିବା ଘଟଣାକୁ ଦଳ ନିନ୍ଦା କରିବା ସହ ବିଜେପି ସବୁ ସୀମା ଟପିଯାଇଛି ବୋଲି ଅଭିଯୋଗ କରିଛନ୍ତି । ମହିଳାଙ୍କ ଆତ୍ମାକୁ ବାଧିଲା ଭଳି କଥା ବିଜେପି ନେତାମାନେ କହିଛନ୍ତି । ଜୁଏଲ ଓରାମ ଓ ପ୍ରଦୀପ ପୁରୋହିତ ଅଶାଳୀନ ମନ୍ତବ୍ୟ ଦେଇଥିବାବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମହିଳାଙ୍କୁ ଅସମ୍ମାନ କରୁଛନ୍ତି।

ବିଜେପିର ନାରୀ ବିରୋଧୀ ଉଚ୍ଚାରଣ ଓ ଆଚରଣ ଗ୍ରହଣୀୟ ନୁହେଁ । ବିଜେପି ନିଜର ପରାଜୟ ହେବ ଜାଣି ଏବେଠୁ ଔଷଧ ବିକଳରେ ତାଟିଆ କାମୁଡ଼ୁଛି ବୋଲି ବିଜେଡି ଅଭିଯୋଗ କରିଛି । ବିଜେଡି ନେତ୍ରୀ ତଥା ମେୟର ସୁଲୋଚନା ଦାସ, ସୁଲତା ଦେଓ, ଇପସିତା ସାହୁ ପ୍ରମୁଖଙ୍କ ନେତୃତ୍ୱରେ ବିଜେଡି ଭୁବନେଶ୍ୱର ଶାଖା ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜୟନାରାୟଣ ମିଶ୍ର, ଜୁଏଲ ଓରାମ ଓ ପ୍ରଦୀପ ପୁରୋହିତଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

Padmapur By Poll