Advertisment

ଭରତପୁର ଥାନା କାଣ୍ଡକୁ ବିଜେଡିର ବିରୋଧ: ୨୪ରେ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା

ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି। ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର।

ଅଦ୍ୟତନ ହୋଇଛି
BJD PressMeet

BJD PressMeet

Advertisment

ଭରତପୁର ଥାନାରେ ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ଦିଆଯାଇଥିବା ନିର୍ଯାତନା ମାମଲାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତିକରଣ। ଏହି ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବିଜେଡି ଦେଇଛି ବନ୍ଦ ଡାକରା।

Advertisment

ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି। ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର। ଆସନ୍ତା ମଙ୍ଗଳବାର ସକାଳ ୬ଟାରୁ ବିଜେଡି ଭୁବନେଶ୍ୱର ବନ୍ଦ ପାଳନ କରିବ ବୋଲି ସେ କହିଛନ୍ତି।

ଦେବୀ ମିଶ୍ର କହିଛନ୍ତି, ଆମ ମାତୃଶକ୍ତି ଭୁଲୁଣ୍ଠିତ ହୋଇଛି। ଘଟଣାକୁ ଚାପି ଦେବାକୁ ଉଦ୍ୟମ ହୋଇଥିଲା। ତେଣୁ ଘଟଣାର ନ୍ୟାୟିକ ତଦନ୍ତ ଦାବି କରାଯାଇଛି। ଏଥିସହ ବହୁ ବହୁ ଆଲୋଚନା, ପର୍ଯ୍ୟାଲୋଚନା ପରେ ବିଜେଡି ଆସନ୍ତା ମଙ୍ଗଳବାର ଭୁବନେଶ୍ୱରରେ ୬ ଘଣ୍ଟିଆ ବନ୍ଦ ପାଳନ କରିବ ।

Advertisment

ଏହାର ଜବାବରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ କହିଛନ୍ତି, ବିଜେପି ସରକାର ଏହି ଘଟଣାକୁ ଅତି ଗୁରୁତର ସହ ଗ୍ରହଣ କରିଛନ୍ତି। ତୁରନ୍ତ ୫ ଅଧିକାରୀଙ୍କୁ ନିଲମ୍ବନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ଏହି ମାମଲା ଉପରେ ନଜର ରଖିଛନ୍ତି। ନବୀନ ପଟ୍ଟନାୟକଙ୍କ ଭଳି ସେ ମୁହଁ ଲୁଚାଉ ନାହାନ୍ତି। ଦୋଷୀ ନିହାତି ଭାବେ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବ ।

ନିଜ ଅମଳରେ ଘଟିଥିବା ହତ୍ୟା, ଦୁଷ୍କର୍ମ ଆଦି ଘଟଣାକୁ ଯେଉଁମାନେ ଆଖି ବୁଜି ଦେଉଥିଲେ, ସେମାନେ ଆଜି ତିଳକୁ ତାଳ କରୁଛନ୍ତି । ତେଣୁ ଏହି ଘଟଣାରେ କିଛି କହିବା ନିମନ୍ତେ ତାଙ୍କର ନୈତିକ ଅଧିକାର ନାହିଁ ବୋଲି ସେ କହିଛନ୍ତି। 

ଗତ ୧୫ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଯାଉଥିବା ବେଳେ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ଗିରଫ ୭ ଅଭିଯୁକ୍ତ। ଏହାକୁ ନେଇ ଆରମ୍ଭ ହୋଇଥିଲା ମହାଭାରତ । ଏହି ଘଟଣାରେ ଆଇଆଇସିଙ୍କ ସମେତ ୫ ପୁଲିସ୍‌ କର୍ମୀଙ୍କୁ ନିଲମ୍ବିତ କରାଯାଇଛି। 

ଭାରତୀୟ ସେନା ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ନିଜଆଡ଼ୁ ମାମଲା ରୁଜୁ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଅନୁରୋଧ କରିସାରିଛି । ଏହାସହିତ ପୁଲିସ ଡିଜିଙ୍କୁ ମଧ୍ୟ ଚିଠି ଲେଖି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଜାତୀୟ ମହିଳା କମିଶନ ମଧ୍ୟ ପୁଲିସ ଡିଜିଙ୍କୁ ରିପୋର୍ଟ ମାଗିଛନ୍ତି । ଅପରପକ୍ଷେ, ନିଲମ୍ବିତ ୫ ପୋଲିସ କର୍ମଚାରୀଙ୍କ ସପକ୍ଷରେ ବାହାରିଛି ଓଡ଼ିଶା ପୁଲିସ ଅଫିସର୍ସ ସଂଘ। 

ଇତି ମଧ୍ୟରେ ଏହି ଘଟଣାର ମୂଳ ମାମଲାର ୭ ରୋଡ ରୋମିଓଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ସେମାନଙ୍କୁ ଜାମିନ ମିଳି ସାରିଛି। ତେବେ ଘଟଣାର ତଦନ୍ତ କେଉଁ ଦିଗକୁ ଯାଉଛି ଓ କାହା ଉପରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତା’ ଉପରେ ସମସ୍ତଙ୍କ ନଜର। 

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe