Advertisment

ରାଜ୍ୟସଭା ନିର୍ବାଚନ: ନାମାଙ୍କନ ଦାଖଲ କଲେ ଦେବାଶିଷ ଓ ଶୁଭାଶିଷ

ରାଜ୍ୟସଭାକୁ ଏଥର ୩ ପ୍ରାର୍ଥୀ ଯାଉଥିବା ବେଳେ ବିଜେଡି ଦୁଇ ଜଣଙ୍କ ନାଁ ଘୋଷଣା କରିଛି।

ଅଦ୍ୟତନ ହୋଇଛି
Rajya Sabha election

Rajya Sabha election

Advertisment

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ୨ ପ୍ରାର୍ଥୀ। କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଆଜି ବିଧାନସଭାର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଭରିବା ସମୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜେଡିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

Advertisment

ରାଜ୍ୟସଭାକୁ ଏଥର ୩ ଜଣ ପ୍ରାର୍ଥୀ  ଯାଉଥିବା ବେଳେ ବିଜେଡି ଦୁଇ ଜଣଙ୍କ ନାଁ ଘୋଷଣା କରିଛି। ବିଜେଡି ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଗତକାଲି ଘୋଷଣା କରିଥିଲା। ତେବେ ତୃତୀୟ ପ୍ରାର୍ଥୀ କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ବର୍ତ୍ତମାନ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ତିନିଟି ଯାକ ଆସନ ଦଖଲ କରିବାରେ କୌଣସି ସମସ୍ୟା ନାହିଁ।

ଆସନ୍ତା ୨୭ ତାରିଖରେ ଓଡ଼ିଶାର ୩ ଆସନ ସହ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ସିଟ୍ ପାଇଁ ହେବ ନିର୍ବାଚନ। ଆସନ୍ତା ଏପ୍ରିଲ ୩ ତାରିଖରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି।

Advertisment
Rajya Sabha Election Cmo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe