Advertisment

BJDକୁ କବଜାକୁ ନେଇଯାଇଛି BJP: ଆପ୍‌

‘୨୫ ବର୍ଷ ହେଲା ଲୋକମାନେ ବହୁତ ଆଶା ରଖି ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇ ଜିତାଉଛନ୍ତି। ନବୀନ ପଟ୍ଟନାୟକ କିନ୍ତୁ ଭୋଟ ପାଇବା ପରେ ଅଫିସରଙ୍କ କୋଳରେ ବସି ଯାଉଛନ୍ତି। ଅଫିସରମାନେ ଓଡ଼ିଶାର ପଇସାକୁ ବାହାର ରାଜ୍ୟକୁ ନେଇ ଯାଉଛନ୍ତି।’

AAP

AAP

Advertisment

ଓଡ଼ିଶା ରାଜନୀତିରେ ଏକ ପରିବର୍ତ୍ତନର ସଙ୍କେତ ମିଳୁଛି। BJP ଓ BJD ମେଣ୍ଟ ହେବ ବୋଲି କୁହାଯାଉଛି। ଲୋକମାନେ ବହୁତ ଦୁଃଖୀ ଅଛନ୍ତି। ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି, BJDକୁ କବଜାକୁ ନେଇଯାଇଛି BJP। EDକୁ ପ୍ରୟୋଗ କରି BJDକୁ ଡରେଇ ଧମକେଇ BJP ମେଣ୍ଟ କରାଇବାକୁ ବାଧ୍ୟ କରୁଥିବା ସବୁଆଡ଼େ ଚର୍ଚ୍ଚା ହେଉଛି। ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟସଭା ସାଂସଦ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ସନ୍ଦୀପ ପାଠକ ଆଜି ଏହା କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ୨୫ ବର୍ଷ ହେଲା ଲୋକମାନେ ବହୁତ ଆଶା ରଖି ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇ ଜିତାଉଛନ୍ତି। ନବୀନ ପଟ୍ଟନାୟକ କିନ୍ତୁ ଭୋଟ ପାଇବା ପରେ ଅଫିସରଙ୍କ କୋଳରେ ବସି ଯାଉଛନ୍ତି। ଅଫିସରମାନେ ଓଡ଼ିଶାର ପଇସାକୁ ବାହାର ରାଜ୍ୟକୁ ନେଇ ଯାଉଛନ୍ତି। ଏହା ଓଡ଼ିଶା ପ୍ରତି ଧୋକା। ଲୋକଙ୍କ ପ୍ରତି ଧୋକା। ଲୋକମାନେ ନବୀନ ପଟ୍ଟନାୟକକୁ ଭୋଟ ଦେଇଥିଲେ, ପାଣ୍ଡିଆନକୁ ନୁହେଁ। ଏହା ଓଡ଼ିଶାର ଦୁର୍ଭାଗ୍ୟ। ଓଡ଼ିଶାରେ କ’ଣ କୌଣସି ନେତା ନାହାନ୍ତି? ଯେଉଁମାନେ ଓଡ଼ିଶାର ଶାସନ କରିପାରିବେ। ବାହର ରାଜ୍ୟରୁ ଆସିଥିବା ଅଫିସର ଓଡ଼ିଶା ଚଳାଉଛନ୍ତି। ଯାହାର ଓଡ଼ିଶା ପ୍ରତି ଦରଦ ନାହିଁ। ସେ କିଭଳି ଓଡ଼ିଶା ଚଳେଇବ? BJP ଏବେ ଏଭଳି ଅଫିସରଙ୍କୁ ED ଭୟ ଦେଖାଇ BJDକୁ ସରେଣ୍ଡର ପାଇଁ ବାଧ୍ୟ କରାଉଛି ବୋଲି ସନ୍ଦୀପ ପାଠକ କହିଛନ୍ତି।

ଶ୍ରୀ ପାଠକ ଆହୁରି କହିଛନ୍ତ, ଲୋକମାନେ ଆପଣଙ୍କୁ(ନବୀନ ବାବୁ) ଏତେ ଭଲ ପାଇବା ଦେଇଛନ୍ତି। ଏବେ ତ ଅଫିସରଙ୍କ କୋଳରୁ ବାହାରକୁ ଆସ। ଦିଲ୍ଲୀରେ AAP ସରକାର ବହୁତ ଭଲ କାମ କରୁଛି। ପଞ୍ଜାବରେ ଭଲ କାମ କରୁଛି। ଅରବିନ୍ଦ କେଜରିୱାଲ ହିଁ ଏକମାତ୍ର ନେତା ଯିଏ କି ଲଢ଼ୁଛନ୍ତି। ତେଣୁ ଡରନ୍ତୁ ନାହିଁ, ଲଢ଼େଇ କର ବୋଲି ଶ୍ରୀ ପାଠକ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଓଡ଼ିଶାର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି। ବହୁ ନେତାଙ୍କ ଫୋନ୍‌ ଆସୁଛି, AAP ଓଡ଼ିଶାକୁ ଆସୁ। ଅରବିନ୍ଦ କେଜରିୱାଲ ଓଡ଼ିଶା ଆସିବେ। ଓଡ଼ିଶାରେ ନିର୍ବାଚନ ଲଢିବ AAP। ଯେଉଁ ନେତାମାନେ AAPରେ ଯୋଗଦେବାକୁ ଚାହୁଁଛନ୍ତି, ସେମାନେ ଆସନ୍ତୁ। AAP ଦିଲ୍ଲୀ, ଗୁଜରାଟ, ହରିୟଣାରେ ଇଣ୍ଡିଆ ମେଣ୍ଟ ସହ ଅଛି। କିନ୍ତୁ ପଞ୍ଜାବ ଭଳି ରାଜ୍ୟରେ ଆମେ ଇଣ୍ଡିଆ ମେଣ୍ଟ ସହ ନାହୁଁ। ରାଷ୍ଟ୍ରୀୟ ନିର୍ବାଚନକୁ ନଜରରେ ରଖି କିଛି ରାଜ୍ୟରେ ମେଣ୍ଟ ଅଛି। କିଛି ରାଜ୍ୟରେ ନାହିଁ ବୋଲି ଶ୍ରୀ ପାଠକ କହିଛନ୍ତି।

Bhubaneswar Bhubaneswar News AAP AAP Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe