ବିଜେଡି ସଂସଦୀୟ ଦଳ ବୈଠକ: ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି, ମହାନଦୀ-ପୋଲାଭରମ ପ୍ରସଙ୍ଗରୁ ଓହରିଲା ବିଜେଡି

ସଂସଦୀୟ ଦଳ ବୈଠକରେ ଦଳୀୟ ସାଂସଦମାନଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ,ଓଡ଼ିଶା କ୍ରମାଗତ ଭାବେ ରାଜ୍ୟର ଅଂଶଧନ ଓ କେନ୍ଦ୍ରୀୟ ପାଣ୍ଠି ପାଇବାରେ ଅବହେଳାର ସମ୍ମୁଖୀନ ହେଉଛି ।

BJD

ବାମରୁ ବିଜେଡି ପାର୍ଟି ଅଫିସ୍‌ ଓ ନବୀନ ପଟ୍ଟନାୟକ (ଫାଇଲ ଫଟୋ)

Ordigital Desk
  • Published: Tuesday, 18 July 2023
  • Updated: 18 July 2023, 09:28 PM IST

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି । ସଂସଦରେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବାକୁ ଦଳୀୟ ସାଂସଦମାନଙ୍କୁ ନବୀନ ପରାମର୍ଶ ଦେଇଥିବାବେଳେ ବିଜେଡି ନିଜର ନିର୍ବାଚନୀ ପ୍ରତିଶ୍ରୁତି ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା’ଦାବି ଓ ମହାନଦୀ ଜଳବିବାଦ-ପୋଲାଭରମ ବିବାଦ ପ୍ରସଙ୍ଗରେ ରାଜନୀତିକ ଲଢ଼େଇରୁ ଓହରିଯାଇଛି । ଆଉ ଚିରାଚରିତ ଢଙ୍ଗରେ ‘ମହିଳା ସଂରକ୍ଷଣ’ ପ୍ରସଙ୍ଗ ସମେତ କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ, ପ୍ରଧାନମନ୍ତ୍ରୀ ଆବାସରେ ଅଧିକ ଘର, ଏମଏସପି ବୃଦ୍ଧି ପ୍ରସଙ୍ଗରେ ସ୍ୱାମୀନାଥନ୍ କମିଟି ସୁପାରିଶକୁ ଲାଗୁ, କୋଷ୍ଟାଲ ହାଇୱେ ନିର୍ମାଣ, ଜାତୀୟ ରାଜପଥ ନିର୍ମାଣରେ ବିଳମ୍ବ, ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରୀ ଓ ଭୂମିଜ ଭାଷାକୁ ସାମିଲ ସହ ବହୁ ଆଦିବାସୀ ସମୁଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ, ଏଫସିଆଇ ବଳକା ଚାଉଳ ଉଠାଣ , ଚାଷୀଙ୍କୁ ଫସଲବୀମା ସୁବିଧା ନମିଳିବା, କେନ୍ଦ୍ର ସରକାରରୁ ଆବଶ୍ୟକ ସହଯୋଗ ମିଳୁନଥିବା, କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟର ଅଂଶ ମିଳିବାରେ ଅବହେଳା ଆଦି ପ୍ରସଙ୍ଗକୁ ସଂସଦରେ ଉଠାଇବାକୁ ନବୀନ ପରାମର୍ଶ ଦେଇଛନ୍ତି ।

ସଂସଦୀୟ ଦଳ ବୈଠକରେ ଦଳୀୟ ସାଂସଦମାନଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ,ଓଡ଼ିଶା କ୍ରମାଗତ ଭାବେ ରାଜ୍ୟର ଅଂଶଧନ ଓ କେନ୍ଦ୍ରୀୟ ପାଣ୍ଠି ପାଇବାରେ ଅବହେଳାର ସମ୍ମୁଖୀନ ହେଉଛି । ‘ସ୍ପେଶାଲ ଫୋକସ ଷ୍ଟେଟ’ ପାଇଁ ଆମର ଦାବି ଅଧିକ ମୁଖର ଓ ଦୃଢ଼ ହେବା ଉଚିତ। ତେବେ ‘ସ୍ପେଶାଲ ଷ୍ଟେଟ ଷ୍ଟାଟସ କାଟୋଗୋରୀ’ରୁ ‘ସ୍ପେଶାଲ ଫୋକସ୍ ଷ୍ଟେଟ’ ପାଇଁ ଦଳୀୟ ସାଂସଦଙ୍କୁ ପରାମର୍ଶକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୧୯ ସାଧାରଣ ନିର୍ବାଚନୀ ଇସ୍ତାହାରରେ ବିଜେଡି ‘ସ୍ପେଶାଲ ଷ୍ଟେଟ ଷ୍ଟାଟସ’ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କଠୁ ହକ୍ ମାଗୁଥିବାବେଳେ ଏବେ ନିଜେ ସେଥିରୁ ଓହରିଯିବା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ମହାନଦୀ ଓ ପୋଲାଭରମ ଭଳି ବିବାଦରେ ବିଜେଡି ପଲ୍ଲୀଠୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ମଧ୍ୟ ନିର୍ବାଚନୀ ବର୍ଷରେ ଦଳୀୟ ସାଂସଦମାନଙ୍କୁ ଏହି ପ୍ରସଙ୍ଗରେ କିଛି ବି ପରାମର୍ଶ ଦେବାକୁ ନବୀନ ଉଚିତ୍ ମଣିନାହାନ୍ତି ।

ବୈଠକରେ ସାଂସଦମାନଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ବହୁଚର୍ଚ୍ଚିତ ବିଧାନସଭା ଓ ସଂସଦରେ ମହିଳାଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗକୁ କେନ୍ଦ୍ର ସରକାର ଭୁଲି ଯାଇଛନ୍ତି । ଓଡ଼ିଶାରେ ରୂପାନ୍ତରୀତ ପରିବର୍ତ୍ତନ ପାଇଁ ଆମ ସରକାର ନିଜର ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି । ଫାଇଭ-ଟି ଉପକ୍ରମ ମାଧ୍ୟମରେ ସବୁକ୍ଷେତ୍ରରେ ସ୍ୱଳ୍ପ ଅବଧି ମଧ୍ୟରେ ଆଖିଦୃଶିଆ ପରିବର୍ତ୍ତନ ସୁନିଶ୍ଚିତ ହୋଇପାରିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଫାଇଭ-ଟି ସ୍କୁଲ ରୂପାନ୍ତରଣରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି । ରାଜ୍ୟ ସରକାର ଏବେ ଭିତ୍ତିଭୂମି, କୃଷି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ କରିବା ସହ ଗ୍ରାମାଂଚଳ ଅର୍ଥନୀତିର ଉତଥାନ ଉପରେ ଧ୍ୟାନକେନ୍ଦ୍ରିତ କରିଛନ୍ତି । ନିତି ଆୟୋଗ ରିପୋର୍ଟରେ ଓଡ଼ିଶା ୫ଟି ଦ୍ରୁତ ଦାରିଦ୍ର‌୍ୟ ହ୍ରାସ ରାଜ୍ୟ ମଧ୍ୟରେ ରହିଛି । ରାଜ୍ୟର ଗ୍ରାମାଂଚଳରେ ଦାରିଦ୍ର‌୍ୟ ୨୦୧୫-୧୬ରେ ୩୨.୬୪ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ଏହା ୧୭.୭୨ ପ୍ରତିଶତକୁ ହ୍ରାସ ପାଇଛି । ଆମେ ଆମର ଲକ୍ଷ୍ୟ ହାସଲ ପାଇଁ ସଠିକ୍ ମାର୍ଗରେ  ଚାଲିଛୁ ।

Also Read

ତେବେ ସଂଘୀୟ ବ୍ୟବସ୍ଥାରେ ଯେଭଳି ସହଯୋଗ ଭାରତ ସରକାରଙ୍କଠୁ ମିଳିବା ଆବଶ୍ୟକତ ତାହା ମିଳୁନି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ୪ବର୍ଷ ଧରି ବନ୍ଦ ରଖାଗଲା । ଆବାସ ପୋର୍ଟାଲ ଖୋଲା ଗଲାନି । ବାରମ୍ବାର ଅନୁରୋଧ ପରେ ୮ଲକ୍ଷ ଘର ମଞ୍ଜୁର କରାଯାଇଛି, କିନ୍ତୁ ବାସ୍ତବରେ ୧୫ଲକ୍ଷ ଘରର ଆବଶ୍ୟକ ଅଛି ।

ସେହିପରି ୬ଟି ଜିଲ୍ଲାରେ ଏବେବି ରେଳବାଇ ନେଟୱାର୍କ ନାହିଁ । ଜାତୀୟ ରାଜପଥର ବହୁ ପ୍ରକଳ୍ପ ବିଳମ୍ବ ହେଉଛି, କୋଷ୍ଟାଲ ହାଇୱେ ନିର୍ମାଣରେ ଅଗ୍ରଗତି ପରିଲକ୍ଷିତ ହେଉନି । ମୋବାଇଲ, ବ୍ୟାଙ୍କିଙ୍ଗ ଓ ଡଜିଟାଲ ସଂଯୋଗରେ ମଧ୍ୟ ସମସ୍ୟା ରହିଛି । ଏସବୁ ଭିତ୍ତିଭୂମି ସଂକ୍ରାନ୍ତ ସମସ୍ୟା ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାର ଆବଶ୍ୟକତା ରହିଛି ବୋଲି ନବୀନ କହିଛନ୍ତି । ଗରିବ କଲ୍ୟାଣ ଯୋଜନାକୁ ବନ୍ଦ କରିଦିଆଯାଇଛି । ଚାଷୀଙ୍କ ସମସ୍ୟାକୁ ଆମେ ସର୍ବୋଚ୍ଚ ପ୍ରାଥମିକତା ଦେଉଛୁ । ବଳକା ଉଷୁନା ଚାଉଳକୁ ଏଫସିଆଇ ନେଉନଥିବା, ବକେୟା ଦେଉନଥିବା, ଏମଏସପି ପ୍ରସଙ୍ଗରେ ସ୍ୱାମୀନାଥନ ରିପୋର୍ଟ କାର୍ଯ୍ୟକାରୀ ନହେବା, ସାରର ଅନିୟମିତ ଯୋଗାଣ ଆଦି ପ୍ରମୁଖ ପ୍ରସଙ୍ଗ । ଚାଷୀମାନଙ୍କୁ ଫସଲବୀମା ସୁବିଧା ମିଳୁନି । ଓଡ଼ିଶା ସରକାର ଏବେ ଚାଷୀଙ୍କ ଫସଲବୀମା ପ୍ରିମିୟମ ଭରଣା କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ନବୀନ କହିଛନ୍ତି ।

ଏହି ବୈଠକରେ ଦଳର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଯୋଗ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story