ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ସଂଗଠନରେ ବଢ଼ୁଥିବା ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବା ପାଇଁ ବିଜେଡି ଆଜି ସମ୍ବଲପୁର ଓ ମାଲକାନଗିରି ଜିଲ୍ଲା ଦଳୀୟ ସଭାପତିଙ୍କୁ ପରିବର୍ତ୍ତନ କରିଛି । ଗତ ଜୁନ ମାସରେ ମନ୍ତ୍ରୀ ପଦରୁ ବିଦା ହୋଇଥିବା ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି । ୨୦୨୦ ମସିହାରୁ ସମ୍ବଲପୁରର ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ଥିବା ସିଦ୍ଧାର୍ଥ ଦାସଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଅବସ୍ଥାପିତ କରାଯାଇଛି ।
Also Read
ସେହିପରି ମାଲକାନଗିରି ଜିଲ୍ଲା ସଭାପତି ଦାୟିତ୍ୱରେ ଥିବା ପୂର୍ଣ୍ଣ ଚନ୍ଦ୍ର ବାକାଙ୍କୁ ହଟାଇ ଦିଆଯାଇଛି । ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କୁ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ଭାବେ ଅବସ୍ଥାପିତ କରାଯାଇଛି ।
ନିର୍ବାଚନ ପୂର୍ବରୁ ଟିକେଟ୍ ଆଶାୟୀଙ୍କ ଲମ୍ବା ତାଲିକା ଯୋଗୁ ସମ୍ବଲପୁର ଓ ମାଲକାନଗିରି ଜିଲ୍ଲା ବିଜେଡିରେ ବଢ଼ୁଥିବା ଦଳୀୟ ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝାକୁ ପ୍ରଶମିତ କରିବାକୁ ଦଳ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମୋଦିଙ୍କୁ କାହିଁକି ଜନ୍ମଦିନ ଶୁଭେଚ୍ଛା ଜଣାଇଲେନି ନବୀନ ?
ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳିଲେ ଓଡ଼ିଶା ମାଟିରେ ।
Politics
ଛାତ୍ର ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୋହନଙ୍କୁ ହେମନ୍ତଙ୍କ ଅନୁରୋଧ
ଗତ ୧୦ ତାରିଖରେ ଜାଗମରା ସ୍ଥିତ ଘରୋଇ କଲେଜରେ ନାଁ ଲେଖାଇଥିଲେ ଝାଡ଼ଖଣ୍ଡର ଛାତ୍ର। ନାମଲେଖାର ମାତ୍ର ୩ ଦିନ ପରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା।
Politics
୨୭ରେ ଖଣ୍ଡପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍
ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଅନୁପସ୍ଥିତ ରହିବାରୁ ଗତକାଲି ହେବାକୁ ଥିବା ଅନାସ୍ଥା ଭୋଟ୍ ବାତିଲ ହୋଇଥିଲା
Politics
ଶ୍ରୀକାନ୍ତଙ୍କ ଚିଠି ଦେଖି ବିଜେଡିର ନିଦ ଭାଙ୍ଗିଲା, ଦାସବର୍ମା କଲେ ପ୍ରେସ ମିଟ୍
କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ର ସରକାର ଦାଖଲ କରିଥିବା ରିଭ୍ୟୁ ପିଟିସନ୍ ପ୍ରତ୍ୟାହାର ପାଇଁ ଦାବି ଜଣାଇବା ପରେ ଆଜି ବିଜେଡିର ନିଦ ଭାଙ୍ଗିଛି ।
Politics
୩ ମାସ ବିତିଲାଣି: ପାଣ୍ଡିଆନଙ୍କ ଇକୋସିଷ୍ଟମରୁ ବାହାରି ପାରୁନାହାନ୍ତି ମୋହନ ସରକାର
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ପୂର୍ବ ବିଜେଡି ସରକାର ସମୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ(ଲାଇନ୍ ଡିପାର୍ଟମେଂଟ)ରେ ଥିବା ଅଫିସରମାନେ ଏବେବି ମୋହନ ସରକାରଙ୍କ କାର୍ଯ୍ୟକାଳରେ ଅନୁରୂପ ଦାୟିତ୍ୱ ତୁଲାଉଛନ୍ତି ।