Advertisment

ସମ୍ବଲପୁର ଓ ମାଲକାନଗିରି ଜିଲ୍ଲା ସଭାପତିଙ୍କୁ ବଦଳାଇଲା ବିଜେଡି

ଗତ ଜୁନ ମାସରେ ମନ୍ତ୍ରୀ ପଦରୁ ବିଦା ହୋଇଥିବା ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି ।

Rohit Pujari

Rohit Pujari

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ସଂଗଠନରେ ବଢ଼ୁଥିବା ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବା ପାଇଁ ବିଜେଡି ଆଜି ସମ୍ବଲପୁର ଓ ମାଲକାନଗିରି ଜିଲ୍ଲା ଦଳୀୟ ସଭାପତିଙ୍କୁ ପରିବର୍ତ୍ତନ କରିଛି । ଗତ ଜୁନ ମାସରେ ମନ୍ତ୍ରୀ ପଦରୁ ବିଦା ହୋଇଥିବା ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି । ୨୦୨୦ ମସିହାରୁ ସମ୍ବଲପୁରର ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ଥିବା ସିଦ୍ଧାର୍ଥ ଦାସଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଅବସ୍ଥାପିତ କରାଯାଇଛି ।

Advertisment

ସେହିପରି ମାଲକାନଗିରି ଜିଲ୍ଲା ସଭାପତି ଦାୟିତ୍ୱରେ ଥିବା ପୂର୍ଣ୍ଣ ଚନ୍ଦ୍ର ବାକାଙ୍କୁ ହଟାଇ ଦିଆଯାଇଛି । ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କୁ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ଭାବେ ଅବସ୍ଥାପିତ କରାଯାଇଛି ।

ନିର୍ବାଚନ ପୂର୍ବରୁ ଟିକେଟ୍ ଆଶାୟୀଙ୍କ ଲମ୍ବା ତାଲିକା ଯୋଗୁ ସମ୍ବଲପୁର ଓ ମାଲକାନଗିରି ଜିଲ୍ଲା ବିଜେଡିରେ ବଢ଼ୁଥିବା ଦଳୀୟ ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝାକୁ ପ୍ରଶମିତ କରିବାକୁ ଦଳ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।

Advertisment
BjD Rohit Pujari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe