Advertisment

ଦେବଗଡ଼ ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେଡି

ରୋମାଞ୍ଚ ୨୦୧୯ରେ ମଧ୍ୟ ଏହି ଆସନରୁ ବିଜେଡି ଟିକେଟରେ ଲଢ଼ିଥିଲେ।

ଅଦ୍ୟତନ ହୋଇଛି
Runu

Runu

Advertisment

ଦେବଗଡ଼ ବିଧାନସଭା ପ୍ରାର୍ଥୀଙ୍କୁ ବଦଳାଇଛି ବିଜେଡି। ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପୂର୍ବରୁ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି। ରୋମାଞ୍ଚ ୨୦୧୯ରେ ମଧ୍ୟ ଏହି ଆସନରୁ ବିଜେଡି ଟିକେଟରେ ଲଢ଼ିଥିଲେ।

Advertisment

ଅରୁନ୍ଧତୀ ଦେବୀଙ୍କୁ ବିଜେଡି ଦେବଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ଦଳରେ ଥିବା ତାଙ୍କର ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଶୁଣାଯାଉଥିଲା, ଗତ ୫ ବର୍ଷ ଧରି ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ଲୋକ ସଂପର୍କକୁ ମଜବୁତ କରିଥିବା ରୋମାଞ୍ଚ ରଞ୍ଜନ ବିଶ୍ୱାଳ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ଏସବୁ ଭିତରେ ତାଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି।

ଦେବଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା ପୂର୍ବରୁ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ସମର୍ଥକମାନେ ଆଭାସ ପାଇଥିଲେ ଯେ ଏଥର ଦଳ ତାଙ୍କୁ ଟିକେଟ ଦେବ ନାହିଁ। ଏହାକୁ ଦୃଷ୍ଟିରେ ରଖି କଲାରେ ତାଙ୍କ ସମର୍ଥକମାନେ ଏକ ବୈଠକ କରି ‘ରୁନୁ ଭାଇ ନାହିଁ ତ ବବି ଭାଇ ମଧ୍ୟ ନାହିଁ’ ବୋଲିତ ନାରା ଦେଇଥିଲେ। ଅର୍ଥାତ୍ ରୋମାଞ୍ଚ ରଞ୍ଜନ ବିଶ୍ୱାଳ (ରୁନୁ)ଙ୍କୁ ଟିକେଟ ନଦେଲେ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ଭୋଟ୍ ଦିଆଯିବ ନାହିଁ ବୋଲି ସେମାନେ କହିଥିଲେ। 

Advertisment

ଅରୁନ୍ଧତୀ ଦେବୀଙ୍କ ଟିକେଟ ବିଜେଡି କାହିଁକି କାଟିଲା, ତାହା ଜଣାପଡ଼ିନି। ରୋମାଞ୍ଜ ରଞ୍ଜନ ବିଶ୍ୱାଳଙ୍କ ଗୋଷ୍ଠୀର ଜୋରଦାର ବିରୋଧ ତଥା କିଛି କିଛି ଗ୍ରାମାଞ୍ଚଳରେ ରାଣୀଙ୍କୁ ଲୋକେ ପସନ୍ଦ କରୁ ନଥିବାରୁ ତାଙ୍କ ଟିକେଟ କଟି ଥାଇପାରେ ବୋଲି କୁହାଯାଉଛି। 

୨୦୧୯ରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଦେବଗଡ଼ ବିଧାନସଭା ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ। ସେ ୬୭,୨୪୯ ଖଣ୍ଡ ଭୋଟ ପାଇଥିଲେ। ସେ ବିଜେପି ପ୍ରାର୍ଥୀ ତଥା ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କଠାରୁ ୫ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ ହୋଇଥିଲେ। ଏଥର ମଧ୍ୟ ରୋମାଞ୍ଚଙ୍କ ଲଢ଼େଇ ବିଜେପିର ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସହିତ ହେବ।    

ଦେବଗଡ଼ ବିଧାନସଭା ଆସନର ପ୍ରାର୍ଥୀଙ୍କୁ ବିଜେଡି ବଦଳାଇଥିଲେ ମଧ୍ୟ ନିମାପଡ଼ା ପ୍ରାର୍ଥୀଙ୍କୁ ଦଳ ବଦଳାଇ ନାହିଁ। ଶେଷ ପର୍ଯ୍ୟାୟରେ ଆଜି ବିଜେଡି ବାକି ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ସହିତ ଦେବଗଡ଼ ଆସନର ପ୍ରାର୍ଥୀଙ୍କୁ ବଦଳାଇଥିବା ବେଳେ ନିମାପଡ଼ା ନେଇ କିଛି ଘୋଷଣା କରି ନାହିଁ। ଆଶା କରାଯାଉଥିଲା ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ବେଳେ ନିମାପଡ଼ାରେ ଦଳ ପ୍ରାର୍ଥୀ ବଦଳାଇପାରେ। କିନ୍ତୁ ସେମିତି କିଛି ହୋଇନାହିଁ। ତେଣୁ ବିଧାୟକ ସମୀର ଦାଶଙ୍କ ଆଶା ମଉଳି ଯାଇଥିବା ଆଲୋଚନା ହେଉଛି।  

2024 General Election BjD Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe