/odisha-reporter/media/post_attachments/uploadimage/library/16_9/16_9_0/Naveen_1719153315.jpg)
Naveen
ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଦ୍ୱାରା ସଂସଦରେ ଆସିବାକୁ ଥିବା ୱାକଫ୍ ବିଲକୁ ବିଜେଡି ବିରୋଧ କରିବ । ଏନେଇ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଆଜି ଶଙ୍ଖ ଭବନରେ ଦଳର ସଂଖ୍ୟାଲଘୁ ସେଲ୍ ସଦସ୍ୟମାନଙ୍କୁ ସମ୍ବୋଧିତ କରି ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୱାକଫ ସଂଶୋଧନ ବିଲକୁ ବିଜେଡି ବିରୋଧ କରିବ । ରାଜ୍ୟର ବିଭିନ୍ନ ଭାଗରୁ ସଂଖ୍ୟାଲଘୁ ଭାଇ ଓ ଭଉଣୀମାନେ ତାଙ୍କୁ ପ୍ରତିଦିନ ଭେଟୁଛନ୍ତି ଓ ଅସୁରକ୍ଷିତ ଥିବା ନେଇ ନିଜର ଉଦବେଗ ଜଣାଉଛନ୍ତି । ଶାନ୍ତି ଓ ସଦଭାବନା ହେଉଛି ପ୍ରଗତିର ମୂଳଦୁଆ । ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଯେଉଁ ଅଗ୍ରଗତି ହୋଇଛି ତାହା ଏହି ମୂଳଦୁଆ ଉପରେ ପର୍ଯ୍ୟବେସିତ । ତେଣୁ ରାଜ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ଯେଭଳି ବଜାୟ ରହିବ ସେଦିଗରେ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।
ସୂଚନାଯୋଗ୍ୟ, ଲୋକସଭାରେ ବିଜେଡିର ଜଣେ ବି ସାଂସଦ ନଥିବାବେଳେ ରାଜ୍ୟସଭାରେ ଏବେ ୮ଜଣ ସାଂସଦ ଅଛନ୍ତି । ଦଳର ସାଂସଦମାନେ ୱାକଫ ସଂଶୋଧନ ବିଲକୁ ବିରୋଧ କରିବେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
