ସରକାରୀ ବିଜ୍ଞାପନରେ ‘ଶଙ୍ଖ’ ଚିତ୍ର : ଯଥାର୍ଥ କହିଲା ବିଜେଡି, ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ

‘ଓଡ଼ିଶା ସରକାରୀ ଲୋଗୋ ଓ ଫାଇଭ-ଟି ଲୋଗୋ ସହିତ ବିଜେଡ଼ି ଦଳର ନିର୍ବାଚନୀ ଚିହ୍ନ ‘ଶଙ୍ଖ’ ଲାଗିବା ସମସ୍ତ ନିୟମାବଳୀକୁ ଉଲଘଂନ ଓ ଅବମାନନା କରାଯାଉଛି।’

bjd

ଏହି ବିଜ୍ଞାପନକୁ ନେଇ ବିବାଦ

Ordigital Desk
  • Published: Tuesday, 10 October 2023
  • Updated: 10 October 2023, 10:02 PM IST

Sports

Latest News

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ବିଜେଡି ସରକାର ଆଜିଠୁ ୩୩୯୭କୋଟି ଟଙ୍କାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’  ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାକୁ ନେଇ ଏବେ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି । ତେବେ ଏହି ଯୋଜନାର ଆରମ୍ଭ ସମ୍ପର୍କରେ ଆଜି ଓଡ଼ିଆ ଓ ଇଂରାଜୀ ଖବରକାଗଜକୁ ରାଜ୍ୟ ସରକାର ଦେଇଥିବା ବିଜ୍ଞାପନରେ  ବିଜେଡିର ନିର୍ବାଚନୀ ଚିହ୍ନ ‘ଶଙ୍ଖ’ର ଫଟୋଚିତ୍ର ରହିଛି । ଯାହାକୁ ନେଇ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ ଏନେଇ ଲିଖିତ ଭାବେ ରାଜ୍ୟପାଳଙ୍କୁ ଫେରାଦ ହୋଇଛି । ଆଉ ବିଜେପି ଏହି ଘଟଣାରେ କୋର୍ଟ ଯିବ ବୋଲି ଚେତାବନୀ ଦେଇଛି । ଏପଟେ ବିଜେଡି ଏହାକୁ ଯଥାର୍ଥ ଦର୍ଶାଇ ଶଙ୍ଖକୁ ବିରୋଧ କରି ଓଡ଼ିଆ ସଂସ୍କୃତିକୁ ବିଜେପି ଅପମାନିତ କରୁଛି ବୋଲି କହିଛି ।

ଆଜି ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଓଡ଼ିଆ ଜାତି ଓ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ଶଙ୍ଖ । ସବୁ ଶୁଭ କାର୍ଯ୍ୟରେ ଶଙ୍ଖ ବଜାଯାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରକୁ ଶଙ୍ଖ କ୍ଷେତ୍ର କୁହାଯାଏ । ଏହାର ନାମ ପରିବର୍ତ୍ତନ କରିବାକୁ କ’ଣ ବିରୋଧୀ ଦଳ ଚାହୁଁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଲୋକଙ୍କ ପାଇଁ ହେଉଥିବା ଭଲ କାମରେ ଶୁଭ ଶଙ୍ଖ ରହିଲେ ରାଜ୍ୟ ବିଜେପି ନେତାଙ୍କୁ କଷ୍ଟ କ’ଣ ପାଇଁ ହେଉଛି ବୋଲି ଅରୁଣ ପ୍ରଶ୍ନ କରିଛନ୍ତି ।

ସେହିପରି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଆବଶ୍ୟକ ପଡ଼ିଲେ ଦଳ କୋର୍ଟଙ୍କ ଆଶ୍ରୟ ନେବ ବୋଲି ସ୍ପଷ୍ଟ କରିଛି । ଏପଟେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସ୍ମାରକପତ୍ର ଦିଆଯାଇଛି । ସରକାରୀ ବିଜ୍ଞାପନରେ ବିଜେଡି ଦଳର ନିର୍ବାଚନୀ ଚିହ୍ନ ଶଙ୍ଖକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜଭବନ ଯାଇ ଏହି ସ୍ମାରକପତ୍ର ଦେଇଛନ୍ତି । ରାଜ୍ୟପାଳଙ୍କ ଅନୁପସ୍ଥିତିରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ପିସିସି ସଭାପତି

Also Read

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ସରକାରୀ ଲୋଗୋ ଓ ଫାଇଭ-ଟି ଲୋଗୋ ସହିତ ବିଜେଡ଼ି ଦଳର ନିର୍ବାଚନୀ ଚିହ୍ନ ‘ଶଙ୍ଖ’ ଲାଗିବା ସମସ୍ତ ନିୟମାବଳୀକୁ ଉଲଘଂନ ଓ ଅବମାନନା କରାଯାଉଛି । ସରକାରୀ ଦଳର ସ୍ୱାର୍ଥ ପାଇଁ ସରକାର କିପରି ରାଜ୍ୟ ରାଜକୋଷରୁ ଜନସାଧାରଣଙ୍କର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏହା ତାହାର ଜ୍ୱଳନ୍ତ ଉଦାହରଣ । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ଓଡ଼ିଶାରେ ଜଙ୍ଗଲରାଜ ଶାସନ ଚାଲିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏ ଘଟଣାର ଅନୁସନ୍ଧାନ କରି ଘଟଣାରେ ସଂପୃକ୍ତ ବିଭାଗ ଏବଂ କର୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ସ୍ମାରକପତ୍ରରେ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ପ୍ରକାଶିତ ହେବାକୁ ଥିବା ସରକାରୀ ବିଜ୍ଞାପନରେ ଦଳର ଲୋଗୋ ନ ଲଗାଯିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି ।

ଏହି ପ୍ରତିନିଧି ଦଳରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ,ବିଭୂତି ମିଶ୍ର,  ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ରଶ୍ମି ମହାପାତ୍ର, ନରୋତ୍ତମ ନାୟକ ଓ ଦୀପକ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story