Advertisment

BMCରେ ବିଜେପି ମୁହାଁ ହେଉଛନ୍ତି ବିଜେଡି କର୍ପୋରେଟର!

ତିନି ତିନ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଏଥର ନିର୍ବାଚନରେ ପରାଜିତ ହୋଇଥିବାରୁ ସେ ଏବେ ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାରଙ୍କ ବିରୋଧରେ ଅନ୍ୟ କର୍ପୋରେଟରଙ୍କୁ ଏକାଠି କରୁଛନ୍ତି।

ଅଦ୍ୟତନ ହୋଇଛି
BJD

BJD

Advertisment

ରାଜ୍ୟରେ ସତ୍ତା ବଦଳିଛି। ବିଜେଡି ସରକାର ଯାଇଆସିଛି ବିଜେପି ସରକାର। ଯେଉଁଥିପାଇଁ ରାଜଧାନୀରେ ତେଜିଛି ବିଜେଡି କଳି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ ବୋହିଲାଣି ଝଡ଼। ଜଣକ ପରେ ଜଣେ ଅସନ୍ତୁଷ୍ଟ କର୍ପୋରେଟର ଏବେ କାଳେ ବିଜେପି ମୁହାଁ। ଖୋଦ୍‌ ବିଜେଡି କର୍ପୋରେଟର ଅମରେଶ ଜେନା ଏଭଳି ସାଂଘାତିକ ବୟାନ ଦେବାପରେ ଘନେଇଛି ବିଜେଡି ଗୋଷ୍ଠୀ କନ୍ଦଳ।

Advertisment

ବିବାଦ ଆରମ୍ଭ ହୋଇଛି ଏକାମ୍ର ନିର୍ବାଚନ ମଣ୍ଡଳୀରୁ। ତିନି ତିନ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଏଥର ନିର୍ବାଚନରେ ପରାଜିତ ହୋଇଥିବାରୁ ସେ ଏବେ ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାରଙ୍କ ବିରୋଧରେ ଅନ୍ୟ କର୍ପୋରେଟରଙ୍କୁ ଏକାଠି କରୁଛନ୍ତି। ନିଜ ଘରେ କିଛି ବିଜେଡି କର୍ପୋରେଟରଙ୍କ ବୈଠକ କରି ଦବଦବା ଜାହିର କରିବାକୁ ଚେଷ୍ଟା କରୁଛନ୍ତି। ଖାଲି ସେତିକି ନୁହେଁ, ବେଲପତ୍ର ଛୁଆଁଇ ଶପଥ କରାଉଥିବା କଥା ମଧ୍ୟ ସାମ୍ନାକୁ ଆଣିଛନ୍ତି ଅମରେଶ। ବିଜେଡି କର୍ପୋରେଟରଙ୍କୁ ବିଭାଜିତ କରି ନିଜ ଗୁରୁତ୍ୱ ବଢାଇବାକୁ ଏଭଳି କରୁଛନ୍ତି ବୋଲି ଅମେରଶ ଅଭିଯୋଗ ଆଣିଛନ୍ତି। ଆଉ ଏଥିରେ ଅଶୋକଙ୍କୁ କୁଆଡେ ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀ ବିଧାୟକ ଅନନ୍ତନାରାୟଣ ଜେନା ସହଯୋଗ କରୁଛନ୍ତି।

ଅମରେଶଙ୍କ ଅଭିଯୋଗ ନେଇ ଅଶୋକ ପଣ୍ଡା ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା।

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ଏକାମ୍ର ଓ ମଧ୍ୟ ନିର୍ବାଚନ ମଣ୍ଡଳୀ ଟିକେଟ ନେଇ ପ୍ରବଳ ବିରୋଧ ଦେଖାଦେଇଥିଲା ବିଜେଡିରେ। ବିରଞ୍ଚିଙ୍କ ବିଦ୍ରୋହ ଲାଗି ଅଶୋକ ପଣ୍ଡା ପରାଜିତ ହୋଇଥିବା ଚର୍ଚ୍ଚା ହେଉଛି। ସେହିପରି ମଧ୍ୟ ନିର୍ବାଚନ ମଣ୍ଡଳୀରେ ଅମେରଶଙ୍କ ବିଦ୍ରୋହ ପାଇଁ ହାରୁ ହାରୁ ମାତ୍ର ୩୭ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି ଅନନ୍ତ। ବର୍ତ୍ତମାନ ନିର୍ବାଚନ ପରେ ମଧ୍ୟ ଅସନ୍ତୋଷ ପ୍ରବଳ। କିଛି ଦିନ ତଳେ ବିଏମସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନରେ ଆମନା ସାମ୍ନା ହୋଇଥିଲେ ବିଜେଡି କର୍ପୋରେଟର। ସେହିପରି କର୍ପୋରେସନ ବୈଠକରେ ବି ଗୋଷ୍ଠୀ କନ୍ଦଳ ତୀବ୍ର ବାରି ହେଉଛି।

Bhubaneswar BjD Bjp Bhubaneswar News Bmc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe