Advertisment

ଅପରାଜିତାଙ୍କ ଭୟରେ ସଂଗଠନ ସଜାଡ଼ିଲା ବିଜେଡି: ଭୁବନେଶ୍ୱର ପାଇଁ ୧୫୫ଜଣିଆ ଟିମ୍

ଦଳରେ ଅସନ୍ତୁଷ୍ଟ ଥିବା ଭୁବନେଶ୍ୱରର ନେତାମାନଙ୍କୁ ବୁଝାସୁଝା କରି ସଂଗଠନରେ ଥଇଥାନ କରିଛି । ବିଜେଡି ପ୍ରଥମଥର ପାଇଁ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ନିମନ୍ତେ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତି ସହ ଭୁବନେଶ୍ୱର ଜିଲ୍ଲା ସଂଗଠନର କର୍ମକର୍ତ୍ତା ଭାବେ ୧୫୫ଜଣ ସଦସ୍ୟଙ୍କୁ ସାମିଲ କରି ଦଳରେ ରହିଥିବା ତୀବ୍ର ଗୋଷ୍ଠୀକନ୍ଦଳକୁ ଦୂର ପାଇଁ ଉଦ୍ୟମ କରିଥିବା ଜଣାପଡ଼ିଛି।

BJD

BJD

Advertisment

ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ସପ୍ତାହରେ ତୃତୀୟ ମହଲା ଓ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ପରେ ବିଜେଡି ଏବେ ଭୁବନେଶ୍ୱର ଜିଲ୍ଲାରେ ନିଜର ସଂଗଠନକୁ ସଜାଡ଼ିବାକୁ ପ୍ରୟାସ କରିଛି।

Advertisment

ଦଳରେ ଅସନ୍ତୁଷ୍ଟ ଥିବା ଭୁବନେଶ୍ୱରର ନେତାମାନଙ୍କୁ ବୁଝାସୁଝା କରି ସଂଗଠନରେ ଥଇଥାନ କରିଛି । ବିଜେଡି ପ୍ରଥମଥର ପାଇଁ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ନିମନ୍ତେ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତି ସହ ଭୁବନେଶ୍ୱର ଜିଲ୍ଲା ସଂଗଠନର କର୍ମକର୍ତ୍ତା ଭାବେ ୧୫୫ଜଣ ସଦସ୍ୟଙ୍କୁ ସାମିଲ କରି ଦଳରେ ରହିଥିବା ତୀବ୍ର ଗୋଷ୍ଠୀକନ୍ଦଳକୁ ଦୂର ପାଇଁ ଉଦ୍ୟମ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ବିଜେଡି ଜିଲ୍ଲା କମିଟିର ପୁନର୍ଗଠନ ହୋଇଛି ଓ ଏଥିରେ ସଭାପତିଙ୍କୁ ମିଶାଇ ମୋଟ ୧୫୫ଜଣ ଦଳୀୟ ସଦସ୍ୟଙ୍କୁ କର୍ମକର୍ତ୍ତା ଭାବେ ଥଇଥାନ କରାଯାଇଛି । ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ପୁଣିଥରେ ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରାଯାଇଛି ଓ ମେୟର ପଦବୀ ନପାଇ ନିରାଶ ଥିବା ବିରଂଚି ନାରାୟଣ ମହାସୁପକାର(ଲିଟୁ)ଙ୍କୁ କାର୍ଯ୍ୟକାରୀ ସଭାପତି ପଦ ମିଳିଛି।

Advertisment

ଏହାସହିତ ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ମଧ୍ୟ ଓ ଏକାମ୍ର ନିର୍ବାଚନମଣ୍ଡଳୀର ମୋଟ ୧୫୩ଜଣଙ୍କୁ ବିଭିନ୍ନ କର୍ମକର୍ତ୍ତା ଭାବେ ଅବସ୍ଥାପିତ କରାଯାଇଛି । ଏଥିରେ ୨୭ଜଣଙ୍କୁ ଉପଦେଷ୍ଟା, ୨୭ଜଣଙ୍କୁ ଉପସଭାପତି, ୨୭ଜଣଙ୍କୁ ସାଧାରଣ ସମ୍ପାଦକ ଓ ୭୨ଜଣଙ୍କୁ ସମ୍ପାଦକ ଭାବେ ଥଇଥାନ କରାଯାଇଛି । ସୂଚନା ଅନୁସାରେ, ବିଭିନ୍ନ କାରଣକୁ ନେଇ ଅସନ୍ତୁଷ୍ଟ ଥିବା ଭୁବନେଶ୍ୱରରର ବହୁ ପୂର୍ବତନ କର୍ପୋରେଟର ଓ ବରିଷ୍ଠ ନେତାମାନଙ୍କୁ ନବୀନ ନିବାସ ଡାକି ଦଳ ପକ୍ଷରୁ ବୁଝାସୁଝା କରାଯାଇଥିଲା

ସେମାନଙ୍କୁ ଏବେ ଜିଲ୍ଲା ସଂଗଠନରେ ଥଇଥାନ କରାଯାଇଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କ୍ରମାଗତ ଭାବେ ଅଧିକ ସକ୍ରିୟ ହୋଇ ତୃତୀୟ ମହଲା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଟାର୍ଗେଟ୍ କରୁଥିବାରୁ ଏହାର ମୁକାବିଲା ପାଇଁ ବିଜେଡିରେ ଗୋଷ୍ଠୀକନ୍ଦଳ ଯେଭଳି ନରୁହେ ଓ ସମସ୍ତେ ଏକଜୁଟ ହୋଇ ଭୁବନେଶ୍ୱରରେ ସଂଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବେ ସେଭଳି ଗୁରୁମନ୍ତ୍ର ଦିଆଯାଇଛି।

ତା’ଛଡ଼ା ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରଥମଥର ନିଜର ପ୍ରଭାବଶାଳୀ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି । ଅପରାଜିତାଙ୍କୁ ଟକ୍କର ଦେବାକୁ ଶ୍ରୀମୟୀଙ୍କୁ ଆଗକୁ ଆଣିଥିବା ବିଜେଡି ଏବେ ଜିଲ୍ଲା ସଂଗଠନରେ ରହିଥିବା ଫାଟକୁ ଦୂର କରିବାରେ ଲାଗିଛି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ଜିଲ୍ଲା ସଂଗଠନରେ ରହିଥିବା ଗୋଷ୍ଠୀକନ୍ଦଳ, ୩ ବିଧାୟକ ଓ ମେୟରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଆଦି ଦିଗରେ ଦଳ କାର୍ଯ୍ୟ ଆରମ୍ଭ କରିଛି।

ନିର୍ବାଚନ ପାଖେଇ ଆସୁଥିବାବେଳେ ଅପରାଜିତାଙ୍କ ଶାଣିତ ଆକ୍ରମଣ ଆଗାମୀ ଦିନରେ ଅଧିକ ତୀବ୍ର ହେବାର ଆଶଙ୍କା କରି ବିଜେଡି ଏବେ ଦୁଇତରଫା ଭାବେ ରଣନୀତି ପ୍ରସ୍ତୁତ କରିଛି। ମହିଳା ଭୋଟବ୍ୟାଙ୍କକୁ ସଜାଡ଼ିବା ଓ ସଂଗଠନରେ ଥିବା ଫାଟକୁ ସଜାଡ଼ିବା ପାଇଁ ଶ୍ରୀମୟୀଙ୍କୁ ଆଗକୁ ଆଣିବା ସହ ଏଭଳି ବିଶାଳ ଟିମ୍ ଗଢ଼ିଥିବା ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ, ଗତ ମହାନଗର ନିଗମ ନିର୍ବାଚନବେଳେ ୩ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ଓ ମନ୍ତ୍ରୀ ଅଶୋକ ପଣ୍ଡା ବହୁ ଟିକେଟ୍ ଆଶାୟୀଙ୍କୁ ନିରାଶ କରିଥିଲେ। ଏହି ୩ ବିଧାୟକଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ବହୁ ପୂର୍ବତନ କର୍ପୋରେଟର ଓ ବରିଷ୍ଠ ନେତାମାନେ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଥିଲେ । କିନ୍ତୁ ଗତ ୩ଦିନ ତଳେ ସେମାନଙ୍କୁ ନବୀନ ନିବାସ ଡକାଇ ବୁଝାସୁଝା କରାଯିବା ପରେ ଦଳ ପକ୍ଷରୁ ଆଜି ୧୫୫ଜଣିଆ ଟିମ୍ ଘୋଷଣା ହୋଇଛି

ଆଉ ବିଜେଡିର ଏହି ବିଶାଳ ଟିମ୍ ଓ ଶ୍ରୀମୟୀଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତି ମାଧ୍ୟମରେ ଦଳ ଅପରାଜିତଙ୍କ ଶାଣିତ ଆକ୍ରମଣକୁ ନେଇ ବିଚଳିତ ହୋଇପଡ଼ିଥିବାର ପ୍ରମାଣ ଦେଇଛି । ତେବେ ତୀବ୍ର ଗୋଷ୍ଠୀକନ୍ଦଳରେ ମାତିଥିବା ଭୁବନେଶ୍ୱର ଜିଲ୍ଲା ବିଜେଡି ଆଗାମୀ ଦିନରେ ୩ ବିଧାୟକଙ୍କ ସହ ତାଳମେଳ ରଖି ଅପରାଜିତାଙ୍କ କଡ଼ା ମୁକାବିଲା କରିବ ନା ଧରାଶାୟୀ ହେବ ତାକୁ ନେଇ ଚର୍ଚ୍ଚା।

Odisha Bhubaneswar BjD Bjp Aparajita Sarangi Shreemayee Mishram
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe